‘ସରିଆ ଆଇନ’ କଣ, ଯାହାକୁ ତାଲିବାନ୍‌ ଲାଗୁ କରିବା ପରେ ଭୟରେ ଜର୍ଜରିତ ଆଫଗାନିସ୍ତାନର ମହିଳା

The Sakala Picture
Published On

କାବୁଲ : ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନ ପୂରା ଦେଶରେ ମହିଳାଙ୍କ ପାଇଁ ସରିଆ ଆଇନ ଲାଗୁ କରିଛି। ଫଳରେ ଆଫଗାନିସ୍ତାନର ମହିଳା ମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଘରୁ ବାହାରିବା ପୂର୍ବରୁ ଶହେ ଥର ଭାବିବାକୁ ପଡୁଛି । ରାସ୍ତାରେ ଗାଡି ନେଇ ଗଲା ବେଳେ ନିଜକୁ ସୁରକ୍ଷିତ ମଣୁ ନାହାଁନ୍ତି ଆଫଗାନବାସୀ । କଥା କଥାରେ ଫୁଟୁଛି ଗୁଳି । ଟିକେ ଭୁଲ କଲେ ମିଳୁଛି କଠୋର ସଜ୍ଜା । କାହାକୁ […]

କାବୁଲ : ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନ ପୂରା ଦେଶରେ ମହିଳାଙ୍କ ପାଇଁ ସରିଆ ଆଇନ ଲାଗୁ କରିଛି। ଫଳରେ ଆଫଗାନିସ୍ତାନର ମହିଳା ମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଘରୁ ବାହାରିବା ପୂର୍ବରୁ ଶହେ ଥର ଭାବିବାକୁ ପଡୁଛି । ରାସ୍ତାରେ ଗାଡି ନେଇ ଗଲା ବେଳେ ନିଜକୁ ସୁରକ୍ଷିତ ମଣୁ ନାହାଁନ୍ତି ଆଫଗାନବାସୀ । କଥା କଥାରେ ଫୁଟୁଛି ଗୁଳି । ଟିକେ ଭୁଲ କଲେ ମିଳୁଛି କଠୋର ସଜ୍ଜା । କାହାକୁ ବିଚ୍ ରାସ୍ତାରେ ଟାଙ୍ଗି ଦେଉଛନ୍ତି ତ କାହାକୁ ଆଣ୍ଠେଇ ପେଟକୁ ଗୋଇଠା ମାରୁଛନ୍ତି । ଏହି ସବୁ ଦୁଃଖଦ ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦିନକୁ ଦିନ କ୍ରୁର ତାଲିବାନର ବର୍ବରତାର ନୂଆ ନୂଆ ରୂପ । ଜୀବନ ପାଲିଟିଛି ଦୁର୍ବିସହ । କ୍ଷମତାକୁ ଆସିବାପରେ ସବୁଠାରୁ ବଡ ପ୍ରଶ୍ନ ଉଠୁଛି ଯେ, ବର୍ତ୍ତମାନ ମହିଳାଙ୍କ ସ୍ଥିତି କଣ ହେବ । ଏହାକୁ ନେଇ ପୁରା ବିଶ୍ବ ଏବେ ଆଶ୍ଚର୍ୟ୍ୟଚକିତ ହୋଇ ରହିଛି।

ଆହୁରି ପଢ଼ନ୍ତୁ: ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ପାୱାର ଉପରେ ଇଡିର ଚଢ଼ଉ: ମୁମ୍ବାଇ ଓ ହାଇଦ୍ରାବାଦର ୧୨ଟି ସ୍ଥାନରେ ଚାଲିଛି ତଲାସି

କ’ଣ ଏହି ସରିଆ ଆଇନ ?

ସରିଆ ଆଇନ ଇସଲାମଧର୍ମାବଲମ୍ବୀଙ୍କ ଆଇନ ପ୍ରଣାଳୀ । ଯାହା କୋରାନ ଓ ଇସଲାମ୍ ବିଦ୍ବାନଙ୍କ ନିଷ୍ପତ୍ତି ଉପରେ ଆଧାରିତ । ଏବଂ ମୁସଲିମଙ୍କ ଦିନଚର୍ୟ୍ୟା ପାଇଁ ଏହା ଏକ ଆଚାର ସଂହିତା ଭାବେ କାମ କରିଥାଏ । ଏହି ଆଇନ ସୁନିଶ୍ଚିତ କରିଥାଏ ଯେ, ମୁସଲିମମାନେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଦୈନନ୍ଦିନ କାର୍ଯ୍ୟରୁ ନେଇ ବ୍ୟକ୍ତିଗତ ପର୍ଯ୍ୟନ୍ତ ଆହ୍ଲାଙ୍କ ଇଚ୍ଛାକୁ ପାଳନ କରିଥାନ୍ତି । ସରିଆ ଆଇନ ମୂଳ ରୂପରେ କୋରାନ ଓ ସୁନ୍ନାଙ୍କ ଶିକ୍ଷା ଉପରେ ନିର୍ଭର କରିଥାଏ । ଯେଉଁଥିରେ ମହମ୍ମଦଙ୍କ ବାଣୀ, ଶିକ୍ଷା ଓ ଅଭ୍ୟାସ ସମ୍ପର୍କରେ ସମ୍ପୂର୍ଣ୍ଣ ବାଖ୍ୟା କରାଯାଇଛି । ସରିଆ ଆଇନ ମୁସଲମାନଙ୍କ ଜୀବନର ପ୍ରତ୍ୟେକ ମୂହୁର୍ତ୍ତକୁ ପ୍ରଭାବିତ କରିଥାଏ । କିନ୍ତୁ ଏହାକୁ କେମିତି ଭାବେ ପାଳନ କରାଯାଉଛି, ତାହା ବେଶ୍ ଗୁରୁତ୍ବପୂର୍ଣ୍ଣ ।ସରିଆ ଆଇନ ଅନୁଯାୟୀ ପ୍ରଥମ ଦଣ୍ଡ ହେଉଛି ‘ତାଜିର'(Tazeer), ଏହାର ଅର୍ଥ ଯଦି ଅପରାଧୀ ଗୋଟେ କିଛି ଛୋଟ ଅପରାଧ କରିଛି ତେବେ ସେ ମୁସଲିମ କୋର୍ଟ ଉପରେ ନିର୍ଭର କରିଥାଏ କି ବିଚାରପତି କି ପ୍ରକାର ଦଣ୍ଡ ଶୁଣାଉଛନ୍ତି । ଦ୍ବିତୀୟରେ ‘କିସାସ(Qisas), ଏହାର ଅର୍ଥ ପୀଡିତ ଯେଉଁଭଳି ଭାବେ ଦଣ୍ଡ ପାଇଥିବ, ଅପରାଧୀଙ୍କୁ ମଧ୍ୟ ସେହିଭଳି ଭାବେ ଦଣ୍ଡ ଦିଆଯିବ । ସେହିପରି ୩ୟ ଦଣ୍ଡ ହେଉଛି ‘ ହୁଦୁଦ'(Hudood), ଏହାର ଅର୍ଥ ସବୁଠାରୁ ଗମ୍ଭୀର ଅପରାଧ । ଯାହାକୁ ଆହ୍ଲାଙ୍କ ଆଇନ ବିରୋଧରେ ଗ୍ରହଣ କରାଯାଏ । ହୁଦଦ ଅପରାଧରେ ଚୋରୀ, ଡକାୟତି, ଅଶ୍ଳୀଳତା ଓ ମଦ୍ୟପାନ କରିବା ସାମିଲ ଅଛି । ତେଣୁ ଏହାକୁ ଆଖି ଆଗରେ ରଖି ଦଣ୍ଡ ପ୍ରାବଧାନ କରାଯାଇଛି । ଦଣ୍ଡ ସୂରୁପ ହାତ, ଗୋଡ କାଟି ଦେବା, ଚାବୁକରେ ମାରିବା ଓ ମୃତ୍ୟୁ ଦଣ୍ଡ ପର୍ୟ୍ୟନ୍ତ ଦଣ୍ଡ ବିଧାନ ରହିଛି । କିସାସ ଏକ ଇସଲାମ ଶବ୍ଦ, ଯାହାର ଅର୍ଥ “ଆଖି ବଦଳରେ ଆଖି” । ହତ୍ୟା ମାମଲାରେ ଯଦି ଅପରାଧୀ ଦୋଷୀ ସାବ୍ୟସ୍ତ ହୋଇଯାଇଥାଏ, ତେବେ ସରିଆ ଆଇନ ଅନୁସାରେ ଅଦାଲତ ଦୋଷୀକୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିପାରନ୍ତି । ଏ ନେଇ ତାଙ୍କୁ ସମ୍ପୂର୍ଣ୍ଣ ଅଧିକାର ଅଛି ।

ଆହୁରି ପଢ଼ନ୍ତୁ: ବିଜନୌରରେ ଚାଞ୍ଚଲ୍ୟ: କ୍ଲିନିକ ଭିତରେ ପଶି ଡାକ୍ତରଙ୍କୁ ଗୁଳି କରି ହତ୍ୟା, ବାଇକ ଛାଡ଼ି ଫେରାର ହେଲା ଦୁର୍ବୃତ୍ତ

ତାଲିବାନର ସରିଆ ଆଇନ

୧୯୯୬-୨୦୦୧ ପର୍ଯ୍ୟନ୍ତ ନିଜ ଶାସନକାଳ ସମୟରେ ସରିଆ ଆଇନରେ ଅତି ବର୍ବରତା ଦଣ୍ଡ ବିଧାନ ଲାଗୁ କରିବା ନେଇ ତାଲିବାନଙ୍କୁ ଅନ୍ତଃରାଷ୍ଟ୍ରୀୟ ସ୍ତରରେ କଡା ନିନ୍ଦା କରାଯାଇଥିଲା । ଯେଉଁଥିରେ ସର୍ବସାଧାରଣ ସ୍ଥାନରେ ପଥର ଫୋଫାଡିବା, ଚାବୁକରେ ପ୍ରହାର କରିବା, ଫାଶୀରେ ଲଟକାଇ ଦେବା ସାମିଲ ଥିଲା । ସରିଆ ଆଇନ ଅନୁଯାୟୀ ତାଲିବାନ ଦେଶରେ ସବୁ ପ୍ରକାର ଗୀତ-ସଙ୍ଗୀତକୁ ବ୍ୟାନ କରିଦେଇଥିଲେ । ଏହି ଥର ମଧ୍ୟ କାନ୍ଧାହାର ରେଡିଓ ଷ୍ଟେସନରେ କବଜା କରିବା ପରେ ତାଲିବାନ ଗୀତ ବଜାଇବା ଉପରେ ରୋକ ଲଗାଇ ଦେଇଥିଲା । ସେହିପରି ଯିଏ ଚୋରି କରିବ, ତାଙ୍କ ହାତ କଟାଯାଇଥାଏ । ଏହା ସହିତ ସଂଯୁକ୍ତ ରାଷ୍ଟ୍ରର ପରିସଂଖ୍ୟାନ ଅନୁଯାୟୀ, ସରିଆ ଆଇନର ଦ୍ବାହି ଦେଇ ତାଲିବାନ ଆଫଗାନିସ୍ତାନରେ ନରସଂହାର କରିଛନ୍ତି । ସେହିପରି ପାଖାପାଖି ଏକଲକ୍ଷ ୬୦ ହଜାର ଲୋକଙ୍କୁ ଭୋକ ଉପାସରେ ରଖିବା ପାଇଁ ତାଙ୍କ ଖାଦ୍ୟଶସ୍ୟ ଜାଳି ଦେଇଥିଲା । ଖାଲି ଏତିକି ନୁହେଁ, ତାଙ୍କ ଚାଷ ଜମି ମଧ୍ୟ ଜଳାଇ ଦିଆଯାଇଥିଲା । ତାଲିବାନ ଶାସନ ଅନୁଯାୟୀ, ପେଟିଂ, ଫଟୋଗ୍ରାଫିରେ ମଧ୍ୟ ପ୍ରତିବନ୍ଧକ ଲଗାଇ ଦିଆଯାଇଥିଲା । ସେହିପରି କୌଣସି ହଲରେ ଚଳଚ୍ଚିତ୍ର ପ୍ରସାରଣ ଉପରେ ମଧ୍ୟ ରୋକ ଲଗାଇ ଦିଆଯାଇଥିଲା ।

ଆହୁରି ପଢ଼ନ୍ତୁ: Blogger Vs Vlogger: ବ୍ଲଗର୍ କିଏ ଏବଂ ଭ୍ଲଗର୍ କିଏ? ଜାଣନ୍ତୁ ଏମାନଙ୍କ ମଧ୍ୟରେ ଥିବା ପ୍ରକୃତ ଫରକ

ମହିଳାଙ୍କ ପାଇଁ ସରିଆ ଆଇନ କିପରି

୧- ତାଲିବାନ ନିୟମ ଅନୁଯାୟୀ ମହିଳାଙ୍କୁ ମୁଖ୍ୟତଃ ନଜରବନ୍ଦୀ କରି ରଖାଯାଉଥିଲା ।

୨- ପାଠପଢାରେ ଡୋରି ବାନ୍ଧି ଦିଆଯାଉଥିଲା ।

୩- ୮ ବର୍ଷ ଊର୍ଦ୍ଧ୍ବରୁ ସମସ୍ତ ଝିଅଙ୍କ ପାଇଁ ବୁର୍ଖା ଅନିବାର୍ୟ୍ୟ ।

୪- ଏକୁଟିଆ ଘରୁ ବାହାରି ପାରିବେନି । ଯଦି ବାହାରିବେ ତେବେ ନିଜ ରକ୍ତ ସମ୍ପର୍କୀୟ ଲୋକଙ୍କ ସହ ଘରୁ ପାଦ କାଢିବେ ।

୫- ହାଇ-ହିଲ୍ସ କିମ୍ବା ଶବ୍ଦ ଉତ୍ପନ୍ନ ହେଉଥିବା ଜୋତା ପିନ୍ଧି ପାରିବେ ନାହିଁ । ଏହାଦ୍ବାରା ପୁରୁଷ ମହିଳାଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି ।

୬- ମହିଳା ଥିବା ଘରର କବାଟ ଓ ଝରକା ସବୁବେଳେ ବନ୍ଦ ରହିବ । ଯଦି ଝରକା କାଚର ହୋଇଥିବ, ତେବେ ତାକୁ ରଙ୍ଗ କରାଯିବ ନଚେତ୍ ପରଦା ଟଙ୍ଗାଯିବ ।

୭- ବୁର୍ଖା ଏମିତି ପିନ୍ଧିବେ, ଯେଉଁଥିରେ ତାଙ୍କ ଶରୀରର କୌଣସି ଅଙ୍ଗ ଦେଖାଯିବନି ।

୮- ଘରର ଝରକାରୁ ବାହାରକୁ ଗଳି ଦେଖିବେ ନାହିଁ । ଏହାଦ୍ବାରା ରାସ୍ତାରେ ଯାଉଥିବା ପୁରୁଷ ଉକ୍ତ ମହିଳାଙ୍କ ପ୍ରତି ଆସକ୍ତ ହୋଇପାରନ୍ତି । ଏହା ସହ ଘରର ବାଲକୋନିରେ ମଧ୍ୟ ଛିଡା ହୋଇପାରିବେ ନାହିଁ ।

୯- ମହିଳାମାନେ ନିଜ ସାଙ୍ଗଙ୍କ ସହ ବାହାରେ ପାର୍ଟି କରିପାରିବେ ନାହିଁ ।

୧୦- ୧୨ ବର୍ଷରୁ ଅଧିକ ବୟସ୍କ ପିଲା କିମ୍ବା ପରିବାର ଛଡା ଅନ୍ୟ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ହୋଇପାରିବେ ନାହିଁ ।

୧୧- ଯେଉଁସବୁ ସ୍ଥାନରେ ପୁଅମାନେ ପଢୁ ନଥିବେ, ସେଠାରେ ଝିଅମାନେ ଶିକ୍ଷାଲାଭ କରିପାରିବେ ।

୧୨- ମହିଳାଙ୍କୁ କାମ କରିବାକୁ ତାଲିବାନ ପକ୍ଷରୁ ଅନୁମତି ଦିଆଯିବ ବୋଲି କୁହାଯାଇଛି। କିନ୍ତୁ ଏବେ ଯେଉଁ ମହିଳାମାନେ ଅଫିସରେ କାମ କରୁଛନ୍ତି, ସେମାନଙ୍କୁ ତାଲିବାନୀମାନେ ପିଛା କରି ଘରେ ପହଞ୍ଚୁଛନ୍ତି ।

୧୩- ମହିଳାମାନେ ଘରେ ଥିବାବେଳେ ଏମିତି କଥା କହିବେ, ଯେମିତି ବାହାରେ ଯାଉଥିବା ଲୋକଙ୍କୁ ମହିଳାଙ୍କ ସ୍ବର ନ ଶୁଭିବ ।ଉପରୋକ୍ତ ଆଇନକୁ ଭାଙ୍ଗିଲେ ଉକ୍ତ ମହିଳାଙ୍କୁ କଠୋର ଦଣ୍ଡ ଦିଆଯିବ । ତାଲିବାନ କ୍ଷମତାରେ ଥିବାବେଳେ ମହିଳାଙ୍କୁ ନିୟମ ଉଲ୍ଲଙ୍ଘନ ପାଇଁ ମୃତ୍ୟୁଦଣ୍ଡଠାରୁ ଆରମ୍ଭ କରି ସର୍ବସମ୍ମୁଖରେ ମାଡ଼ ମଧ୍ୟ ମରାଯାଉଥିଲା। ଏପରିକି ନିୟମ ଉଲ୍ଲଙ୍ଘନକାରୀଙ୍କୁ ପଥର ମାଡ଼ ମଧ୍ୟ କରାଯାଇଥାଏ ।

20 Aug 2021 By The Sakala

https://www.thesakala.in/national-international/what-is-the-sharia-law-that-afghan-women-feared-after-the-taliban-implemented/article-4754
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର