ସେପ୍ଟେମ୍ବର ମାସ ସୁଦ୍ଧା ଦେଶରେ ଛୋଟ ପିଲାଙ୍କୁ ଦିଆଯିବ କରୋନା ଟିକା

The Sakala Picture
Published On

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସ ସୁଦ୍ଧା ଦେଶରେ ଛୋଟ ପିଲାଙ୍କୁ ଦିଆଯିବ କରୋନା ଟିକା। ଏଥିପାଇଁ ସମସ୍ତ ପ୍ରକ୍ରିୟା ଚୂଡାନ୍ତ ହୋଇଛି ବୋଲି କହିଛନ୍ତି ଆଇସିଏମଆର-ଏନଆଇଭିର ନିର୍ଦ୍ଦେଶିକା ପ୍ରିୟା ଆଭାରାମ। ସେ କହିଛନ୍ତି, କୋଭିଡର ମୁକାବିଲା ଲାଗି ଭାରତୀୟ ମେଡିକାଲ ଗବେଷଣା ପରିଷଦ ଓ ପୁଣେସ୍ଥିତ ଜାତୀୟ ଭୂତାଣୁ ପ୍ରତିଷ୍ଠାନ ପକ୍ଷରୁ ବିଭିନ୍ନ ଗବେଷଣା ଜାରି ରହିଛି। ଗତବର୍ଷ ଟିକା ଉତ୍ପାଦନ ଲାଗି ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ ଲିମିଟେଡ ବା ବିବିଆଇଏଲକୁ ଦାୟିତ୍ୱ ଦିଆଯାଇଥିଲା। ବର୍ତ୍ତମାନ ୨ରୁ ୧୮ […]

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସ ସୁଦ୍ଧା ଦେଶରେ ଛୋଟ ପିଲାଙ୍କୁ ଦିଆଯିବ କରୋନା ଟିକା। ଏଥିପାଇଁ ସମସ୍ତ ପ୍ରକ୍ରିୟା ଚୂଡାନ୍ତ ହୋଇଛି ବୋଲି କହିଛନ୍ତି ଆଇସିଏମଆର-ଏନଆଇଭିର ନିର୍ଦ୍ଦେଶିକା ପ୍ରିୟା ଆଭାରାମ। ସେ କହିଛନ୍ତି, କୋଭିଡର ମୁକାବିଲା ଲାଗି ଭାରତୀୟ ମେଡିକାଲ ଗବେଷଣା ପରିଷଦ ଓ ପୁଣେସ୍ଥିତ ଜାତୀୟ ଭୂତାଣୁ ପ୍ରତିଷ୍ଠାନ ପକ୍ଷରୁ ବିଭିନ୍ନ ଗବେଷଣା ଜାରି ରହିଛି। ଗତବର୍ଷ ଟିକା ଉତ୍ପାଦନ ଲାଗି ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ ଲିମିଟେଡ ବା ବିବିଆଇଏଲକୁ ଦାୟିତ୍ୱ ଦିଆଯାଇଥିଲା। ବର୍ତ୍ତମାନ ୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ଲାଗି ଉଦ୍ଦିଷ୍ଟ କୋଭାକ୍ସିନର ଫେଜ୍ ୨ ଓ ଫେଜ୍ ୩ ପ୍ରକ୍ରିୟା ଚାଲୁ ରହିଛି।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ଖୁବ ଶୀଘ୍ର ଏନେଇ ସକାରାତ୍ମକ ଫଳ ମିଳିବ। ପରେ ନିୟାମକ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ମିଳିଲେ ଟିକାଦାନ ଆରମ୍ଭ ହେବ। ସେହିପରି ଜାଇଡସ କାଡିଲା ଟିକାର ବି ଟ୍ରାଏଲ ଜାରି ରହିଛି। ଏହାକୁ ବି ଖୁବ୍ ଶୀଘ୍ର ଅନୁମତି ଦିଆଯାଇପାରେ। ଜାଇଡସ କାଡିଲା ଟିକା ହେଉଛି ପ୍ରଥମ ଡିଏନଏ ଟିକା, ଯାହାକି ବ୍ୟବହାର ଉପଯୋଗୀ ହେବ। ସେହିପରି ଜେନୋଭ ବାୟୋ ଫାର୍ମାସ୍ୟୁଟିକାଲର ଏମ ଆରଏନଏ ଟିକା ବାୟୋଲୋଜିକାଲ-ଇ ଭ୍ୟାକ୍ସିନ, ସେରମ ଇନଷ୍ଟିଚ୍ୟୁଟର ନୋଭାଭାକ୍ସ ବି ଉପଲବ୍ଧ ହେବ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

ଏହାସହ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ଇଣ୍ଟରନାଜାଲ ଭାକ୍ସିନ ମଧ୍ୟ ଖୁବଶୀଘ୍ର ଉପଲବ୍ଧ ହେବ ବୋଲି ସେ କହିଛନ୍ତି। ଭୂତାଣୁ ସମ୍ପର୍କରେ ସେ କହିଛନ୍ତି, ଡେଲଟା ଭାରିଆଣ୍ଟ ତୁଳନାରେ ଡେଲଟା ପ୍ଲସ ଭାରିଆଣ୍ଟ କମ୍ ସଂକ୍ରମଣ କରିବ। ଡେଲଟା ଭାରିଆଣ୍ଟ ୧୩୦ରୁ ଅଧିକ ଦେଶରେ ଦେଖାଦେଇଛି। ଏହା ଅତି ଶକ୍ତିଶାଳୀ। ଟିକା ନେଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଦେଖାଦେଇଛି ଯେ, ସେମାନଙ୍କ ଆଣ୍ଟିବଡି ସୃଷ୍ଟି ପରିମାଣ ଦୁଇ-ତିନି ଗୁଣ ହ୍ରାସ ପାଇଛି। ତେବେ ଟିକା ନେବା ଜରୁରୀ ବୋଲି ସେ ଦର୍ଶାଇଛନ୍ତି।

ଆହୁରି ପଢ଼ନ୍ତୁ: ଟ୍ରମ୍ପଙ୍କ ପ୍ରତ୍ୟାଖ୍ୟାନ ପରେ ହୁଥି ବିଦ୍ରୋହୀଙ୍କ ବିରୋଧରେ ବିମାନ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି ସାଉଦି ଆରବ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର