ଏୟାର କାନାଡାରେ ନକଲି ପାଇଲଟଙ୍କ କାରନାମା: ୧୭ ବର୍ଷ ଧରି ବିନା ଲାଇସେନ୍ସରେ ଉଡ଼ାଇଲେ ୯୦୦ରୁ ଅଧିକ ବିମାନ, ପୋଲିସ କଲା ଗିରଫ

Suryakanta Picture
Published On

କାନାଡାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏୟାର କାନାଡା (Air Canada) ର ଜଣେ ପୂର୍ବତନ କ୍ୟାପ୍ଟେନଙ୍କୁ ନକଲି ପାଇଲଟ୍ ଲାଇସେନ୍ସ ବ୍ୟବହାର କରି ଦୀର୍ଘ ୧୭ ବର୍ଷ ଧରି ୯୦୦ରୁ ଅଧିକ ବିମାନ ଉଡ଼ାଇବା ଅଭିଯୋଗରେ ପୋଲିସ ଗିରଫ କରିଛି। ଏହି ଘଟଣା ସାରା ବିଶ୍ୱର ବିମାନ ଚଳାଚଳ ଶିଳ୍ପରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

ନକଲି ଲାଇସେନ୍ସରେ ବର୍ଷ ବର୍ଷ ଧରି ଉଡ଼ାଣ

କାନାଡାର ପିଲ୍ ରିଜିଓନାଲ ପୋଲିସର ସୂଚନା ଅନୁଯାୟୀ, ୫୯ ବର୍ଷୀୟ ଅଭିଯୁକ୍ତ ପାଇଲଟଙ୍କ ନାମ ହେଉଛି ଜେଫ୍ରି ୱାଲ୍ (Geoffrey Wall)। ସେ ଏୟାର କାନାଡାରେ ଦୀର୍ଘ ୨୭ ବର୍ଷ ଧରି କାର୍ଯ୍ୟ କରିବା ପରେ ୨୦୨୫ ମସିହାରେ ଅବସର ଗ୍ରହଣ କରିଥିଲେ। ତେବେ ତଦନ୍ତରୁ ଜଣାପଡିଛି ଯେ, ୨୦୦୯ ରୁ ୨୦୨୫ ମସିହା ମଧ୍ୟରେ ସେ କ୍ୟାପ୍ଟେନ ଭାବରେ ନକଲି ଲାଇସେନ୍ସ ବ୍ୟବହାର କରି ୯୦୦ରୁ ଅଧିକ ଘରୋଇ ଓ ଆନ୍ତର୍ଜାତୀୟ ବିମାନ ଉଡ଼ାଇଥିଲେ।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ଏକ ବଡ଼ ଯାତ୍ରୀବାହୀ ବିମାନ (ଯେପରିକି ବୋଇଂ ୭୬୭, ୭୭୭, ଏବଂ ୭୮୭) ର କ୍ୟାପ୍ଟେନ ହେବା ପାଇଁ ଏୟାରଲାଇନ୍ ଟ୍ରାନ୍ସପୋର୍ଟ ପାଇଲଟ୍ ଲାଇସେନ୍ସ (ATPL) ର ଆବଶ୍ୟକତା ରହିଥାଏ। ଜେଫ୍ରିଙ୍କ ପାଖରେ ବୈଧ କମର୍ସିଆଲ୍ ପାଇଲଟ୍ ଲାଇସେନ୍ସ ଥିଲେ ମଧ୍ୟ ଏହି ସର୍ବୋଚ୍ଚ ସ୍ତରର ଲାଇସେନ୍ସ ନଥିଲା। ଏହି ସମୟ ମଧ୍ୟରେ ସେ କମ୍ପାନୀରୁ ଦରମା ବାବଦକୁ ପ୍ରାୟ ୨.୯ ନିୟୁତ ଡଲାର ରୋଜଗାର କରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

କିପରି ସାମ୍ନାକୁ ଆସିଲା ସତ?

ମାର୍ଚ୍ଚ ୨୦୨୫ ରେ ଟରୋଣ୍ଟୋର ପିୟରସନ୍ ଆନ୍ତର୍ଜାତୀୟ ବିମାନବନ୍ଦର ଟର୍ମିନାଲ୍-୧ ରେ ଏକ ନିୟମିତ ଅପରେସନାଲ୍ ମୂଲ୍ୟାୟନ ବେଳେ ପ୍ରଥମେ ଜେଫ୍ରିଙ୍କ ଲାଇସେନ୍ସ ନଥିପତ୍ରରେ କିଛି ତ୍ରୁଟି ଦେଖାଦେଇଥିଲା। ଏହାପରେ କାନାଡାର ପରିବହନ ବିଭାଗ (Transport Canada) ଏହାର ତଦନ୍ତ ଆରମ୍ଭ କରିଥିଲା। ଜାନୁଆରୀ ୨୦୨୬ ରେ ପୋଲିସ ଦ୍ୱାରା 'ପ୍ରୋଜେକ୍ଟ ଇକାରସ୍' (Project Icarus) ନାମକ ଏକ ଅପରାଧିକ ତଦନ୍ତ ଆରମ୍ଭ କରାଯାଇଥିଲା। ଗତ ଜୁନ୍ ୧ ତାରିଖରେ ତାଙ୍କୁ ଜାଲିଆତି ଏବଂ ନକଲି ନଥିପତ୍ର ବ୍ୟବହାର କରିବା ଆଦି ବିଭିନ୍ନ ସଙ୍ଗିନ ଅଭିଯୋଗରେ ଗିରଫ କରାଯାଇଛି।

ପୋଲିସ ଓ ଏୟାର୍ କାନାଡାର ପ୍ରତିକ୍ରିୟା

ପିଲ୍ ରିଜିଓନାଲ ପୋଲିସର ଡେପୁଟି ଚିଫ୍ ନିକ୍ ମିଲିନୋଭିଚ୍ ଏହି ଘଟଣାକୁ ଏକ ଚଳଚ୍ଚିତ୍ରର କାହାଣୀ ସହିତ ତୁଳନା କରିଛନ୍ତି। ସେ କହିଛନ୍ତି, "ଏହା ଠିକ୍ ସେହିପରି, ଯେପରି ଜଣେ ଡାକ୍ତରଙ୍କ ପାଖରେ ସାଧାରଣ ଚିକିତ୍ସା କରିବାର ଲାଇସେନ୍ସ ଥାଇ ମଧ୍ୟ ସେ ନିଜ କ୍ଲିନିକ୍ ରେ ବ୍ରେନ୍ ସର୍ଜରୀ କରୁଛନ୍ତି।"

ଅନ୍ୟପଟେ ଏୟାର କାନାଡା ଏକ ବିବୃତ୍ତି ଜାରି କରି ସ୍ପଷ୍ଟ କରିଛି ଯେ, ଯାତ୍ରୀମାନଙ୍କ ସୁରକ୍ଷା ସହିତ କୌଣସି ଆପୋଷ ବୁଝାମଣା କରାଯାଇ ନାହିଁ। ଜେଫ୍ରି ଜଣେ ତାଲିମପ୍ରାପ୍ତ ପାଇଲଟ୍ ଥିଲେ ଏବଂ ପ୍ରତି ୬ ମାସରେ ହେଉଥିବା ବାଧ୍ୟତାମୂଳକ ଉଡ଼ାଣ ପରୀକ୍ଷା (Flight Check) ରେ ସେ ସଫଳତାର ସହ ଉତ୍ତୀର୍ଣ୍ଣ ହେଉଥିଲେ। ତଥାପି ଏୟାରଲାଇନ୍ସ ଶିଳ୍ପରେ ଉପଯୁକ୍ତ ଲାଇସେନ୍ସ ରହିବା ସୁରକ୍ଷାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାରୁ କମ୍ପାନୀ ଏହି ପ୍ରସଙ୍ଗକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇଛି ବୋଲି ପ୍ରକାଶ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର