ମହାରାଷ୍ଟ୍ରରେ ବିଷାକ୍ତ ମଦ ପିଇ ୧୫ ମୃତ, ଅନେକ ଗୁରୁତର; ଅଭିଯୁକ୍ତ ଗିରଫ

Madhusudan Das Picture
Published On

ମହାରାଷ୍ଟ୍ର: ମହାରାଷ୍ଟ୍ରର ପୁଣେ ଏବଂ ପିମ୍ପରି-ଚିଞ୍ଚୱାଡ ଅଞ୍ଚଳରେ ବିଷାକ୍ତ ମଦ ପିଇ ୧୫ଜଣଙ୍କ ଜୀବନ ଚାଲିଯାଇଛି ।   ଏହାସହିତ ଅନେକ ଲୋକଙ୍କ ଅବସ୍ଥା ଗୁରୁତର ମଧ୍ୟ ରହିଛି। ରିପୋର୍ଟ ଅନୁଯାୟୀ, ବିଷାକ୍ତ ମଦ ପିଇ ପିମ୍ପରି-ଚିଞ୍ଚୱାଡର ଦାପୋଡି ଏବଂ ଫୁଗେୱାଡି ଅଞ୍ଚଳରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ପୁଣେର କାଲେ ପଡଲ ଅଞ୍ଚଳରେ ୩ ଜଣ ଏବଂ ହଡପସର ଅଞ୍ଚଳରେ ୨ ଜଣ ପ୍ରାଣ ହରାଇଛନ୍ତି। ବିଷାକ୍ତ ମଦ ପିଇବା ପରେ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଅଚାନକ ବିଗିଡ଼ିବାକୁ ଲାଗିଥିଲା ଏବଂ କେତେକଙ୍କ ପାଟିରୁ ଫେଣ ବାହାରିଥିବା ଦେଖିବାକୁ ମିଳିଥିଲା।

ଆହୁରି ପଢ଼ନ୍ତୁ: ଅନଶନ ଭାଙ୍ଗିବାକୁ ୩ ସର୍ତ୍ତ ରଖିଲେ ସୋନମ୍ ୱାଙ୍ଗଚୁକ୍: ନିଟ୍ ପ୍ରଶ୍ନପତ୍ର ଲିକ୍ ନେଇ ସରକାରଙ୍କୁ ଦାବି

ଘଟଣା ପରେ ପୋଲିସ ତଦନ୍ତକୁ ଜୋରଦାର କରିଛି ଏବଂ ମୁଖ୍ୟ ଅଭିଯୁକ୍ତ ଯୋଗେଶ ୱାଙ୍ଖଡେକୁ ଗିରଫ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ବେଆଇନ ମଦ ବେପାରରେ ସମ୍ପୃକ୍ତ ଥିବା ଏହି ଅଭିଯୁକ୍ତ ହିଁ ସ୍ପିରିଟ୍ ମିଶ୍ରିତ ବିଷାକ୍ତ ମଦ ପ୍ରସ୍ତୁତ କରିଥିଲା। ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତ ଯୋଗେଶ ୱାଙ୍ଖଡେ ନାମରେ ପୂର୍ବରୁ ମଧ୍ୟ ଏକାଧିକ ଅପରାଧିକ ମାମଲା ରହିଛି। ବର୍ତ୍ତମାନ ପୋଲିସ ଏହି ଘଟଣାର ଅଧିକ ଖୋଳତାଡ଼ କରୁଛି।

ଆହୁରି ପଢ଼ନ୍ତୁ: ଇରାନ ଉପରେ ଆମେରିକାର ଭୟଙ୍କର ଆକ୍ରମଣ: ପ୍ରଥମ ଥର ପାଇଁ ମଇଦାନକୁ ଓହ୍ଲାଇଲା ଘାତକ 'ବି-୧ ଲାନ୍ସର' ବମ୍ବର

29 May 2026 By Madhusudan Das

ମହାରାଷ୍ଟ୍ରରେ ବିଷାକ୍ତ ମଦ ପିଇ ୧୫ ମୃତ, ଅନେକ ଗୁରୁତର; ଅଭିଯୁକ୍ତ ଗିରଫ

ମହାରାଷ୍ଟ୍ର: ମହାରାଷ୍ଟ୍ରର ପୁଣେ ଏବଂ ପିମ୍ପରି-ଚିଞ୍ଚୱାଡ ଅଞ୍ଚଳରେ ବିଷାକ୍ତ ମଦ ପିଇ ୧୫ଜଣଙ୍କ ଜୀବନ ଚାଲିଯାଇଛି ।   ଏହାସହିତ ଅନେକ ଲୋକଙ୍କ ଅବସ୍ଥା ଗୁରୁତର ମଧ୍ୟ ରହିଛି। ରିପୋର୍ଟ ଅନୁଯାୟୀ, ବିଷାକ୍ତ ମଦ ପିଇ ପିମ୍ପରି-ଚିଞ୍ଚୱାଡର ଦାପୋଡି ଏବଂ ଫୁଗେୱାଡି ଅଞ୍ଚଳରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ପୁଣେର କାଲେ ପଡଲ ଅଞ୍ଚଳରେ ୩ ଜଣ ଏବଂ ହଡପସର ଅଞ୍ଚଳରେ ୨ ଜଣ ପ୍ରାଣ ହରାଇଛନ୍ତି। ବିଷାକ୍ତ ମଦ ପିଇବା ପରେ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଅଚାନକ ବିଗିଡ଼ିବାକୁ ଲାଗିଥିଲା ଏବଂ କେତେକଙ୍କ ପାଟିରୁ ଫେଣ ବାହାରିଥିବା ଦେଖିବାକୁ ମିଳିଥିଲା।

ଘଟଣା ପରେ ପୋଲିସ ତଦନ୍ତକୁ ଜୋରଦାର କରିଛି ଏବଂ ମୁଖ୍ୟ ଅଭିଯୁକ୍ତ ଯୋଗେଶ ୱାଙ୍ଖଡେକୁ ଗିରଫ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ବେଆଇନ ମଦ ବେପାରରେ ସମ୍ପୃକ୍ତ ଥିବା ଏହି ଅଭିଯୁକ୍ତ ହିଁ ସ୍ପିରିଟ୍ ମିଶ୍ରିତ ବିଷାକ୍ତ ମଦ ପ୍ରସ୍ତୁତ କରିଥିଲା। ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତ ଯୋଗେଶ ୱାଙ୍ଖଡେ ନାମରେ ପୂର୍ବରୁ ମଧ୍ୟ ଏକାଧିକ ଅପରାଧିକ ମାମଲା ରହିଛି। ବର୍ତ୍ତମାନ ପୋଲିସ ଏହି ଘଟଣାର ଅଧିକ ଖୋଳତାଡ଼ କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp