ପଶ୍ଚିମବଙ୍ଗରେ ବିଜେପି ସରକାରଙ୍କ କଠୋର ନୀତି ଭୟରେ ବକ୍ରି ଇଦ୍ ବେଳେ ସ୍ୱଦେଶ ଫେରୁଛନ୍ତି ବେଆଇନ ବାଂଲାଦେଶୀ ପ୍ରବାସୀ

Suryakanta Picture
Published On

ପଶ୍ଚିମବଙ୍ଗରେ ନୂଆ ବିଜେପି ସରକାର (BJP) ଗଠନ ହେବା ପରେ ରାଜ୍ୟରେ ବେଆଇନ ଅନୁପ୍ରବେଶକାରୀଙ୍କ ବିରୋଧରେ କଡ଼ା ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ସରକାରଙ୍କ ନୂଆ ତଥା କଠୋର ନୀତି ଭୟରେ ବକ୍ରି ଇଦ୍ ସମୟରେ ଅନେକ ବେଆଇନ ବାଂଲାଦେଶୀ ପ୍ରବାସୀ ନିଜ ଦେଶକୁ ଫେରିଯିବା ପାଇଁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ସୀମାରେ ଲାଗିଛି ପ୍ରବାସୀଙ୍କ ଭିଡ଼

ରିପୋର୍ଟ ଅନୁଯାୟୀ, ରାଜ୍ୟର ବିଭିନ୍ନ ସୀମାନ୍ତ ଅଞ୍ଚଳରେ ଏବେ ଏହି ପ୍ରବାସୀଙ୍କ ଗହଳି ଦେଖିବାକୁ ମିଳୁଛି। ବିଶେଷକରି ୨୪ ପ୍ରଗଣା (24 Parganas) ରୁ ଆରମ୍ଭ କରି ମାଲଦା (Malda) ପର୍ଯ୍ୟନ୍ତ ବିଭିନ୍ନ ସୀମାନ୍ତ ଚେକପୋଷ୍ଟରେ ବାଂଲାଦେଶୀ ନାଗରିକଙ୍କ ବଡ଼ ବଡ଼ ଦଳ ଏକାଠି ହୋଇ ନିଜ ଇଚ୍ଛାରେ ସ୍ୱଦେଶ ଫେରିଯାଉଛନ୍ତି। ଅନ୍ୟପଟେ ଭାରତ-ବାଂଲାଦେଶ ସୀମାରେ ସୀମା ସୁରକ୍ଷା ବଳ (BSF) ପକ୍ଷରୁ କଡ଼ା ପ୍ରହରା ଦିଆଯାଉଛି।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ କଡ଼ା ନିର୍ଦ୍ଦେଶ

ନିକଟରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବା ଶୁଭେନ୍ଦୁ ଅଧିକାରୀ (Suvendu Adhikari) ଭାରତ-ବାଂଲାଦେଶ ସୀମାରେ ଅନୁପ୍ରବେଶ ରୋକିବା ନେଇ ଏକ ବଡ଼ ବୟାନ ଦେଇଥିଲେ। ଏହାଛଡ଼ା ବରିଷ୍ଠ ବିଜେପି ନେତା ଦିଲୀପ ଘୋଷ (Dilip Ghosh) ମଧ୍ୟ ଏହି ପ୍ରସଙ୍ଗରେ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। ପୂର୍ବରୁ ମମତା ବାନାର୍ଜୀ (Mamata Banerjee) ଙ୍କ ନେତୃତ୍ୱାଧୀନ ଟିଏମସି ସରକାର ଅମଳରେ ବେଆଇନ ପ୍ରବାସୀଙ୍କୁ ପ୍ରଶ୍ରୟ ମିଳୁଥିବା ନେଇ ବିଜେପି ଅଭିଯୋଗ କରିଆସୁଥିଲା। ମାତ୍ର ବର୍ତ୍ତମାନ କ୍ଷମତା ପରିବର୍ତ୍ତନ ପରେ ନୂଆ ସରକାରଙ୍କ ଆଭିମୁଖ୍ୟ ଯୋଗୁଁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର