NEET-UG ୨୦୨୬ ପୁନଃ ପରୀକ୍ଷା ତାରିଖ ଘୋଷଣା କଲା NTA: ଜୁନ୍ ୨୧ରେ ହେବ ପରୀକ୍ଷା

Madhusudan Das Picture
Published On

ନୂଆଦିଲ୍ଲୀ: ଜୁନ ୨୧ରେ ହେବ ନିଟ-ୟୁଜି ପରୀକ୍ଷା । ଜାତୀୟ ପରୀକ୍ଷା ଏଜେନ୍ସି ବା ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ନିଟ୍ ୟୁଜି (NEET UG) ୨୦୨୬ ର ପୁନଃ ପରୀକ୍ଷା ତାରିଖ ସମ୍ପର୍କରେ ଏକ ବଡ଼ ଘୋଷଣା କରାଯାଇଛି। ସରକାରୀ ସୂଚନା ଅନୁଯାୟୀ, ଆସନ୍ତା ୨୧ ଜୁନ୍ ୨୦୨୬, ରବିବାର ଦିନ ଏହି ମେଡିକାଲ୍ ପ୍ରବେଶିକା ପରୀକ୍ଷା ପୁନର୍ବାର ଅନୁଷ୍ଠିତ ହେବ। ଭାରତ ସରକାରଙ୍କ ଅନୁମୋଦନ କ୍ରମେ ଏହି ନିଷ୍ପତ୍ତି ନିଆଯାଇଥିବା ଏନଟିଏ (NTA) ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ

ପୂର୍ବରୁ ୩ ମେ ୨୦୨୬ ରେ ଅନୁଷ୍ଠିତ ହୋଇଥିବା ପରୀକ୍ଷାରେ କେତେକ ଅନିୟମିତତା ଅଭିଯୋଗ ଆସିବା ପରେ କର୍ତ୍ତୃପକ୍ଷ ଏହି ପରୀକ୍ଷାକୁ ବାତିଲ୍ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଏବଂ ପରୀକ୍ଷାର ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ଏକ ସାନି ପରୀକ୍ଷା କରାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ବର୍ତ୍ତମାନ ଏହି ପୁନଃ ପରୀକ୍ଷା ୨୧ ଜୁନ୍ ରେ ହେବାକୁ ଥିବାରୁ, ପରୀକ୍ଷାର୍ଥୀଙ୍କୁ ପ୍ରସ୍ତୁତି ପାଇଁ ଅଧିକ ସୁଯୋଗ ମିଳିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

ଏନଟିଏ (NTA) ନିଜର ଅଫିସିଆଲ୍ ଏକ୍ସ (X) ଆକାଉଣ୍ଟ ଜରିଆରେ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛି। ଏଥିସହ ସଂସ୍ଥା ପକ୍ଷରୁ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କୁ ଏକ ସ୍ୱତନ୍ତ୍ର ପରାମର୍ଶ ଦିଆଯାଇଛି। କୁହାଯାଇଛି ଯେ, ନିଟ୍ ଭଳି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାକୁ ନେଇ ସୋସିଆଲ୍ ମିଡିଆରେ ଅନେକ ଗୁଜବ ଏବଂ ଭୁଲ୍ ଖବର ପ୍ରସାରିତ ହେଉଛି। ତେଣୁ ଏଭଳି ଅସତ୍ୟ ଖବର ପ୍ରତି ଧ୍ୟାନ ନଦେଇ, କେବଳ NTA ର ଅଫିସିଆଲ୍ ୱେବସାଇଟ୍ ଏବଂ ଆଧିକାରିକ ପ୍ଲାଟଫର୍ମରୁ ଆସୁଥିବା ସୂଚନା ଉପରେ ବିଶ୍ୱାସ କରିବାକୁ ଅନୁରୋଧ କରାଯାଇଛି।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର