ମୋଦୀଙ୍କ ଅପିଲ୍‌ର ବଡ଼ ପ୍ରଭାବ: ସୁନା ଦରରେ ବ୍ରେକ୍‌, ରୁପା ବଜାରରେ ଆସିଲା ଚମକ

Suryakanta Picture
Published On

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆସନ୍ତା ଏକ ବର୍ଷ ପାଇଁ ସୁନା ନକିଣିବାକୁ ଅପିଲ୍ କରିବା ପରେ ଭାରତୀୟ ବଜାରରେ ଏହାର ବଡ଼ ପ୍ରଭାବ ଦେଖିବାକୁ ମିଳିଛି । ଗୋଟିଏ ପଟେ ସୁନା ଦର ସାମାନ୍ୟ ହ୍ରାସ ପାଇଥିବା ବେଳେ ଅନ୍ୟପଟେ ରୁପା ଦର (Silver Prices) ହଠାତ୍ ବୃଦ୍ଧି ପାଇଛି । ଆମେରିକା ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ କାରଣରୁ ଦେଶର ଅର୍ଥନୀତିକୁ ସୁରକ୍ଷିତ ରଖିବା ପାଇଁ ପ୍ରଧାନମନ୍ତ୍ରୀ ଏଭଳି ପରାମର୍ଶ ଦେଇଛନ୍ତି । ଏହାପରେ ନିବେଶକ ଏବଂ ସାଧାରଣ ଗ୍ରାହକ ସୁନା ବଦଳରେ ରୁପା କିଣିବାକୁ ଅଧିକ ପସନ୍ଦ କରୁଛନ୍ତି ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ମୋଦୀ କାହିଁକି କଲେ ଏପରି ଅପିଲ୍?

ସମ୍ପ୍ରତି ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଆକାଶଛୁଆଁ ହୋଇଛି । ଭାରତ ନିଜ ଆବଶ୍ୟକତାର ପ୍ରାୟ ୮୦-୮୫% ତୈଳ ବିଦେଶରୁ ଆମଦାନୀ କରୁଥିବାରୁ ଏଥିପାଇଁ ବିପୁଳ ପରିମାଣର ବିଦେଶୀ ମୁଦ୍ରା (ଆମେରିକୀୟ ଡଲାର) ଖର୍ଚ୍ଚ କରିବାକୁ ପଡୁଛି । ଅନ୍ୟପକ୍ଷରେ, ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ସୁନା ଉପଭୋକ୍ତା ଦେଶ ହୋଇଥିବା ବେଳେ ଏହାର ଆମଦାନୀ ପାଇଁ ମଧ୍ୟ ପ୍ରଚୁର ଡଲାର ବିନିମୟ କରିବାକୁ ପଡ଼ିଥାଏ । ତେଣୁ ଦେଶର ବିଦେଶୀ ମୁଦ୍ରା ଭଣ୍ଡାରକୁ ସୁରକ୍ଷିତ ରଖିବା ଏବଂ ଆମଦାନୀ ଖର୍ଚ୍ଚ କମାଇବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ବିବାହ କିମ୍ବା ପର୍ବପର୍ବାଣୀରେ ଏକ ବର୍ଷ ଯାଏଁ ସୁନା ନକିଣିବାକୁ ନିବେଦନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ବଜାରରେ ରୁପା ଦରର ଲମ୍ଫ

ମୋଦୀଙ୍କ ଏହି ବୟାନ ପରେ ସୋମବାର ଦିନ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଦର ଖସିଥିବା ବେଳେ ରୁପା ଦରରେ ବଡ଼ ଉଚ୍ଛାଳ ଆସିଛି । ଲୋକେ ସୁନା କିଣିବା ବନ୍ଦ କରି ରୁପାକୁ ଏକ ଉତ୍ତମ ବିକଳ୍ପ ଭାବରେ ଗ୍ରହଣ କରୁଛନ୍ତି । ବଜାର ବିଶେଷଜ୍ଞଙ୍କ ମତରେ, ଯଦି ଭାରତରେ ସୁନା ଚାହିଦା ୫୦% ବି କମିଯାଏ, ତେବେ ଦେଶର ଅର୍ଥନୀତି ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ ଏବଂ ଅରବ ଅରବ ଡଲାରର ବିଦେଶୀ ମୁଦ୍ରା ସଞ୍ଚୟ କରାଯାଇପାରିବ । ଏହାର ସିଧାସଳଖ ପ୍ରଭାବ ସ୍ୱରୂପ ରୁପା କିଣାବିକା ଏବେ ଜୋର୍ ଧରିଛି ଏବଂ ଆଗାମୀ ଦିନରେ ଏହାର ମୂଲ୍ୟ ଆହୁରି ବଢିବାର ସମ୍ଭାବନା ରହିଛି ।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର