ଆଫଗାନିସ୍ତାନ ଛାଡିବାକୁ ଲୋକେ ଡହଳବିକଳ : ସିଟ୍ ନ ମିଳିବାରୁ ବିମାନର ଚକରେ ନିଜକୁ ବାନ୍ଧି ପଳାଇଯିବାକୁ ଉଦ୍ୟମ ବେଳେ ଖସିପଡ଼ି ୩ ଜଣଙ୍କ ମୃତ୍ୟୁ

The Sakala Picture
Published On

ଆଫଗାନିସ୍ତାନ: ଆଫଗାନିସ୍ତାନରେ ସ୍ଥିତି ଅସମ୍ଭାଳ । ତାଲିବାନର ଆଫଗାନିସ୍ତାନ ଦଖଲ ପରେ ଲୋକମାନେ ଭୟରେ ଦେଶ ଛାଡି ପଳାଇବା ପାଇଁ ବିପଜ୍ଜନକ ଉପାୟ ଅବଲମ୍ବନ କରୁଛନ୍ତି । ସ୍ଥିତି ଏପରି ଯେ ଯାତ୍ରୀବାହୀ ବସ୍‌ ଭଳି ବିମାନ ଉପରେ ଚଢ଼ିବାକୁ ମଧ୍ୟ ପଛାଉ ନାହାନ୍ତି। ତାଲିବାନ ଆତଙ୍କବାଦୀ ଆଫଗାନିସ୍ତାନ ରାଜଧାନୀ କାବୁଲକୁ ନିଜ ଅକ୍ତିଆରକୁ ନେବା ପରେ ଏବେ ଭୟଭୀତ ସାଧାରଣ ଲୋକେ । ଏଭଳି ସ୍ଥିତିରେ ଏକ ଛାତିଥରା ଦୃଶ୍ୟ ଏବେ ସାମ୍ନାକୁ ଆସିଛି । […]

ଆଫଗାନିସ୍ତାନ: ଆଫଗାନିସ୍ତାନରେ ସ୍ଥିତି ଅସମ୍ଭାଳ । ତାଲିବାନର ଆଫଗାନିସ୍ତାନ ଦଖଲ ପରେ ଲୋକମାନେ ଭୟରେ ଦେଶ ଛାଡି ପଳାଇବା ପାଇଁ ବିପଜ୍ଜନକ ଉପାୟ ଅବଲମ୍ବନ କରୁଛନ୍ତି । ସ୍ଥିତି ଏପରି ଯେ ଯାତ୍ରୀବାହୀ ବସ୍‌ ଭଳି ବିମାନ ଉପରେ ଚଢ଼ିବାକୁ ମଧ୍ୟ ପଛାଉ ନାହାନ୍ତି। ତାଲିବାନ ଆତଙ୍କବାଦୀ ଆଫଗାନିସ୍ତାନ ରାଜଧାନୀ କାବୁଲକୁ ନିଜ ଅକ୍ତିଆରକୁ ନେବା ପରେ ଏବେ ଭୟଭୀତ ସାଧାରଣ ଲୋକେ ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ଡୋମ୍ବିଭଲିରେ ଚାଞ୍ଚଲ୍ୟ: କଲେଜ କୋଠାରୁ ଡେଇଁ ପିଅନଙ୍କ ଆତ୍ମହତ୍ୟା

ଏଭଳି ସ୍ଥିତିରେ ଏକ ଛାତିଥରା ଦୃଶ୍ୟ ଏବେ ସାମ୍ନାକୁ ଆସିଛି । ବିମାନରେ ସିଟ୍ ନ ମିଳିବାରୁ ତିନିଜଣ ବ୍ୟକ୍ତି ବିମାନର ଚକରେ ନିଜକୁ ବାନ୍ଧି ପଳାଇଯିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ଉପରୁ ଖସିପଡ଼ି ସମସ୍ତେ ପ୍ରାଣ ହରାଇଛନ୍ତି । ଏ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।ଏଥିରେ ଗୋଟିଏ ପରେ ଗୋଟିଏ ଲୋକ ତଳେ ପଡ଼ୁଥିବାର ଦେଖିବାକୁ ମିଳୁଛି | ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଉକ୍ତ ତିନି ବ୍ୟକ୍ତି ଦେଶ ଛାଡିବାକୁ ଏକ ମିଲିଟାରୀ ବିମାନର ଟାୟାର ମଝିରେ ନିଜକୁ ବାନ୍ଧି ଠିଆ ହୋଇଥିଲେ। କାବୁଲ ବିମାନବନ୍ଦରରୁ ବିମାନଟି ଉଡ଼ାଣ ଭରି ଆକାଶକୁ ଉଠିବା ମାତ୍ରେ ସେମାନେ ଭାରସାମ୍ୟ ହରାଇ ଗୋଟିଏ ପରେ ଗୋଟିଏ ତଳକୁ ଖସିବାକୁ ଲାଗିଥିଲେ। ସହରର ଲୋକମାନେ ସେମାନଙ୍କୁ ତଳେ ଖସିବାର ଦେଖିଥିଲେ, କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କ ପରିଚୟ ଜଣାପଡ଼ି ନାହିଁ।

ଆହୁରି ପଢ଼ନ୍ତୁ: ଦୁବାଇରେ କାହିଁକି ରାସ୍ତାରେ କୁକୁର ଛାଡି ପଳାଉଛନ୍ତି ଲୋକେ? ସାମ୍ନାକୁ ଆସିଲା ଚିନ୍ତାଜନକ ସତ୍ୟ

ଦେଶକୁ ତାଲିବାନ ଦଖଲ କରିବା ପରେ କାବୁଲ ବିମାନବନ୍ଦରରେ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଛି। ଏହି ବିମାନବନ୍ଦର ବର୍ତ୍ତମାନ ଆମେରିକାର ସୈନ୍ୟଙ୍କ ନିୟନ୍ତ୍ରଣରେ ଅଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବିମାନବନ୍ଦରରେ ଗୁଳି ବିନିମୟରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଭାଇରାଲ ଭିଡିଓରେ ବିମାନବନ୍ଦରରେ ମୃତଦେହ ଦେଖିବାକୁ ମିଳିଛି।

16 Aug 2021 By The Sakala

ଆଫଗାନିସ୍ତାନ ଛାଡିବାକୁ ଲୋକେ ଡହଳବିକଳ : ସିଟ୍ ନ ମିଳିବାରୁ ବିମାନର ଚକରେ ନିଜକୁ ବାନ୍ଧି ପଳାଇଯିବାକୁ ଉଦ୍ୟମ ବେଳେ ଖସିପଡ଼ି ୩ ଜଣଙ୍କ ମୃତ୍ୟୁ

ଆଫଗାନିସ୍ତାନ: ଆଫଗାନିସ୍ତାନରେ ସ୍ଥିତି ଅସମ୍ଭାଳ । ତାଲିବାନର ଆଫଗାନିସ୍ତାନ ଦଖଲ ପରେ ଲୋକମାନେ ଭୟରେ ଦେଶ ଛାଡି ପଳାଇବା ପାଇଁ ବିପଜ୍ଜନକ ଉପାୟ ଅବଲମ୍ବନ କରୁଛନ୍ତି । ସ୍ଥିତି ଏପରି ଯେ ଯାତ୍ରୀବାହୀ ବସ୍‌ ଭଳି ବିମାନ ଉପରେ ଚଢ଼ିବାକୁ ମଧ୍ୟ ପଛାଉ ନାହାନ୍ତି। ତାଲିବାନ ଆତଙ୍କବାଦୀ ଆଫଗାନିସ୍ତାନ ରାଜଧାନୀ କାବୁଲକୁ ନିଜ ଅକ୍ତିଆରକୁ ନେବା ପରେ ଏବେ ଭୟଭୀତ ସାଧାରଣ ଲୋକେ ।

ଏଭଳି ସ୍ଥିତିରେ ଏକ ଛାତିଥରା ଦୃଶ୍ୟ ଏବେ ସାମ୍ନାକୁ ଆସିଛି । ବିମାନରେ ସିଟ୍ ନ ମିଳିବାରୁ ତିନିଜଣ ବ୍ୟକ୍ତି ବିମାନର ଚକରେ ନିଜକୁ ବାନ୍ଧି ପଳାଇଯିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ଉପରୁ ଖସିପଡ଼ି ସମସ୍ତେ ପ୍ରାଣ ହରାଇଛନ୍ତି । ଏ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।ଏଥିରେ ଗୋଟିଏ ପରେ ଗୋଟିଏ ଲୋକ ତଳେ ପଡ଼ୁଥିବାର ଦେଖିବାକୁ ମିଳୁଛି | ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଉକ୍ତ ତିନି ବ୍ୟକ୍ତି ଦେଶ ଛାଡିବାକୁ ଏକ ମିଲିଟାରୀ ବିମାନର ଟାୟାର ମଝିରେ ନିଜକୁ ବାନ୍ଧି ଠିଆ ହୋଇଥିଲେ। କାବୁଲ ବିମାନବନ୍ଦରରୁ ବିମାନଟି ଉଡ଼ାଣ ଭରି ଆକାଶକୁ ଉଠିବା ମାତ୍ରେ ସେମାନେ ଭାରସାମ୍ୟ ହରାଇ ଗୋଟିଏ ପରେ ଗୋଟିଏ ତଳକୁ ଖସିବାକୁ ଲାଗିଥିଲେ। ସହରର ଲୋକମାନେ ସେମାନଙ୍କୁ ତଳେ ଖସିବାର ଦେଖିଥିଲେ, କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କ ପରିଚୟ ଜଣାପଡ଼ି ନାହିଁ।

ଦେଶକୁ ତାଲିବାନ ଦଖଲ କରିବା ପରେ କାବୁଲ ବିମାନବନ୍ଦରରେ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଛି। ଏହି ବିମାନବନ୍ଦର ବର୍ତ୍ତମାନ ଆମେରିକାର ସୈନ୍ୟଙ୍କ ନିୟନ୍ତ୍ରଣରେ ଅଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବିମାନବନ୍ଦରରେ ଗୁଳି ବିନିମୟରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଭାଇରାଲ ଭିଡିଓରେ ବିମାନବନ୍ଦରରେ ମୃତଦେହ ଦେଖିବାକୁ ମିଳିଛି।

https://www.thesakala.in/national-international/three-afghan-people-fell-from-plane-in-kabul/article-4648
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର