ଚୀନର ବାଣ କାରଖାନାରେ ଭୟାବହ ବିସ୍ଫୋରଣ: ୨୧ ମୃତ, ୬୧ ଆହତ

Madhusudan Das Picture
Published On

ନୂଆଦିଲ୍ଲୀ: ମଧ୍ୟ ଚୀନର ହୁନାନ ପ୍ରଦେଶରେ ଥିବା ଏକ ବାଣ କାରଖାନାରେ ଏକ ଭୟାବହ ବିସ୍ଫୋରଣ ଘଟି ଅତିକମରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୧ ଜଣ ଆହତ ହୋଇଛନ୍ତି। ସୋମବାର ଅପରାହ୍ନ ପ୍ରାୟ ୪:୪୦ ମିନିଟ୍ ସମୟରେ ଏହି ଅଘଟଣ ଘଟିଥିବା ରାଷ୍ଟ୍ରୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

ହୁନାନ ପ୍ରଦେଶର ରାଜଧାନୀ ଚାଙ୍ଗସା ଅଧୀନରେ ଥିବା ଲିଉୟାଙ୍ଗ ସହରର ହୁଆସେଙ୍ଗ ଫାୟାରୱାର୍କସ ମ୍ୟାନୁଫ୍ୟାକ୍ଚରିଂ ଆଣ୍ଡ ଡିସପ୍ଲେ କମ୍ପାନୀ ରେ ଏହି ବିସ୍ଫୋରଣ ଘଟିଛି। ଏହି ସହରଟି ବ୍ୟାପକ ବାଣ ଉତ୍ପାଦନ ପାଇଁ ସମଗ୍ର ଦେଶରେ ବେଶ୍ ପରିଚିତ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ବିସ୍ଫୋରଣ ପରେ ଘଟଣାସ୍ଥଳରୁ ବହଳିଆ ଧଳା ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

ଏହି ଘଟଣାକୁ ନେଇ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଦୁଃଖ ପ୍ରକାଶ କରିବା ସହ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିଖୋଜ ଥିବା ଲୋକଙ୍କୁ ଖୋଜି ବାହାର କରିବା ସହ ଆହତମାନଙ୍କୁ ଉନ୍ନତ ତଥା ଜରୁରୀକାଳୀନ ଚିକିତ୍ସା ଯୋଗାଇଦେବା ପାଇଁ ସେ ପ୍ରଶାସନକୁ ଆଦେଶ ଦେଇଛନ୍ତି। ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର