ବୁଲନ୍ଦଶହର ଟ୍ରିପଲ ମର୍ଡର: ପୋଲିସ ଏନକାଉଣ୍ଟରରେ ଟଳିଲା ମୁଖ୍ୟ ଅଭିଯୁକ୍ତ ଜୀତୁ ସୈନି, ଦୁଇ ପୋଲିସକର୍ମୀ ଆହତ

Suryakanta Picture
Published On

ଉତ୍ତରପ୍ରଦେଶର ବୁଲନ୍ଦଶହରସ୍ଥିତ ଖୁର୍ଜା ଅଞ୍ଚଳରେ ଘଟିଥିବା ଚାଞ୍ଚଲ୍ୟକର ଟ୍ରିପଲ ମର୍ଡର (ତିନୋଟି ହତ୍ୟା) ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ୫୦ ହଜାର ଟଙ୍କାର ପୁରସ୍କାର ଘୋଷିତ ଅପରାଧୀ ଜୀତୁ ସୈନି ଗୁରୁବାର ଭୋର ସମୟରେ ପୋଲିସ ସହ ହୋଇଥିବା ଏକ ଏନକାଉଣ୍ଟରରେ ନିହତ ହୋଇଛି। ଏହି ଗୁଳିବିନିମୟରେ ଦୁଇ ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟ ବିଚାରପତିଙ୍କ ନକଲ କରି ଜାମିନ ମାଗିବା ପଡ଼ିଲା ମହଙ୍ଗା, ମହାଠକ ସୁକେଶ ଚନ୍ଦ୍ରଶେଖର ଦୋଷୀ ସାବ୍ୟସ୍ତ

କିଭଳି ହେଲା ଏନକାଉଣ୍ଟର

ପୋଲିସ ସୂତ୍ରରୁ ପ୍ରକାଶ ଯେ, ଖୁର୍ଜା ନଗର କୋତୱାଲି ଅଞ୍ଚଳର ଢାକର ରୋଡ୍ ଏବଂ ସିକନ୍ଦରପୁର ଗାଁ ନିକଟରେ ପୋଲିସ ଏବଂ ସ୍ୱାଟ୍ (SWAT) ଟିମ୍ ସହିତ ଅପରାଧୀଙ୍କର ଭୟଙ୍କର ଗୁଳିବିନିମୟ ହୋଇଥିଲା। ଏଥିରେ ମୁଖ୍ୟ ଅଭିଯୁକ୍ତ ଜୀତୁ ସୈନିକୁ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ତାକୁ ଡାକ୍ତରଖାନା ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏହି ଏନକାଉଣ୍ଟରରେ ସ୍ୱାଟ୍ ଟିମ୍ ପ୍ରଭାରୀ ମହମ୍ମଦ ଅସଲମ ଏବଂ ହେଡ୍ କନଷ୍ଟେବଳ ମୋହିତ ମଲ୍ଲିକ ଗୁଳି ବାଜିବା କାରଣରୁ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ, ଅନ୍ୟ ଦୁଇ କନଷ୍ଟେବଳ ରାମଫଳ ଏବଂ କପିଲଙ୍କ ବୁଲେଟପ୍ରୁଫ୍ ଜ୍ୟାକେଟରେ ଗୁଳି ବାଜିଥିବାରୁ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟା: ଶତାଧିକ ବିଦେଶୀ ପର୍ଯ୍ୟଟକ ନିଖୋଜ, ସହାୟତା ପାଇଁ ଆଗେଇ ଆସିଲେ ବିଶ୍ୱ ନେତା

କେକ୍ ଲଗାଇବାକୁ କେନ୍ଦ୍ର କରି ହୋଇଥିଲା ହତ୍ୟାକାଣ୍ଡ

ଗତ ଏପ୍ରିଲ ୨୫ ତାରିଖରେ ଖୁର୍ଜାର ଏକ ଜିମ୍‌ରେ ଜନ୍ମଦିନ ପାର୍ଟି ଚାଲିଥିବା ବେଳେ ଏହି ହତ୍ୟାକାଣ୍ଡ ଘଟିଥିଲା। ମୁଖ୍ୟ ଅଭିଯୁକ୍ତ ଜୀତୁ ସୈନିର ଜନ୍ମଦିନ ପାଳନ ସମୟରେ ମୁହଁରେ କେକ୍ ଲଗାଇବାକୁ ନେଇ ମନୀଷ ନାମକ ଜଣେ ଯୁବକଙ୍କ ସହ ତାର ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଜୀତୁ ଆଖିବୁଜା ଗୁଳିଚାଳନା କରିଥିଲା। ଫଳରେ ମନୀଷ, ତାଙ୍କ ସମ୍ପର୍କୀୟ ଭାଇ ଅମରଦୀପ ଏବଂ ପୁତୁରା ଆକାଶଙ୍କର ମୃତ୍ୟୁ ହୋଇଥିଲା। ନିହତ ହୋଇଥିବା ତିନିଜଣ ଯୁବକ ବିଜେପି ସହ ଜଡିତ ଥିବାବେଳେ, ଅଭିଯୁକ୍ତ ପୂର୍ବରୁ ସମାଜବାଦୀ ପାର୍ଟିର ନଗର ଅଧ୍ୟକ୍ଷ ଥିଲା ବୋଲି ଜଣାପଡିଛି।

ଆହୁରି ପଢ଼ନ୍ତୁ: କାନପୁରରେ ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ: ପାଇଲଟ ଓ କୋ-ପାଇଲଟଙ୍କ ମୃତ୍ୟୁ

ବ୍ୟାପକ ଅସ୍ତ୍ରଶସ୍ତ୍ର ଜବତ ଏବଂ ଅନ୍ୟ ଅଭିଯୁକ୍ତ ଗିରଫ

ଏହି ମାମଲାରେ ପୋଲିସ ନିଜର ଅପରେସନ ଜାରି ରଖିଛି। ଏନକାଉଣ୍ଟର ସ୍ଥଳରୁ ଜୀତୁ ସୈନି ନିକଟରୁ ଦୁଇଟି ପିସ୍ତଲ, ଗୋଟିଏ ଦେଶୀ ବନ୍ଧୁକ ଏବଂ ବିପୁଳ ପରିମାଣର ଜୀବନ୍ତ ତଥା ଖାଲି କାର୍ଟ୍ରିଜ୍ (ଗୁଳି) ଜବତ କରାଯାଇଛି। ସେହିପରି ଅନ୍ୟ ଏକ ଘଟଣାରେ ଟ୍ରିପଲ ମର୍ଡରର ଆଉ ଜଣେ ଅଭିଯୁକ୍ତ ମୟଙ୍କ ସୈନିକୁ ପୋଲିସ ଗିରଫ କରିଛି। ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଗୁଳିରେ ମୟଙ୍କର ଗୋଡ ଆହତ ହୋଇଛି। ଏହି ଟ୍ରିପଲ ମର୍ଡର ଘଟଣାରେ ପୋଲିସ ମୋଟ ୧୦ ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର