ମୁମ୍ବାଇ ଟ୍ରାଫିକ୍‌ ଜାମ୍‌ ବିବାଦ: ମନ୍ତ୍ରୀଙ୍କୁ ସମାଲୋଚନା କରିଥିବା ମହିଳାଙ୍କ ନାମରେ ଅଭିଯୋଗ, କୌଣସି ଏଫଆଇଆର୍‌ ରୁଜୁ ହୋଇନଥିବା ସ୍ପଷ୍ଟ କଲା ପୋଲିସ

Tapas Ranjan Nanda Picture
Published On

ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଏକ ରାଜନୈତିକ ରାଲି ଯୋଗୁଁ ସୃଷ୍ଟି ହୋଇଥିବା ଟ୍ରାଫିକ୍ ଜାମ୍‌ରେ ଫସି ମନ୍ତ୍ରୀ ଗିରିଶ ମହାଜନଙ୍କୁ ଖୋଲାଖୋଲି ସମାଲୋଚନା କରିଥିବା ମହିଳାଙ୍କ ବିରୋଧରେ ଏବେ ଏକ ପୋଲିସ ଅଭିଯୋଗ ଦାୟର ହୋଇଛି। ତେବେ ଏହି ଘଟଣାରେ ମହିଳାଙ୍କ ବିରୋଧରେ କୌଣସି ଏଫଆଇଆର ରୁଜୁ ହୋଇନାହିଁ ବୋଲି ମୁମ୍ବାଇ ପୋଲିସ ସ୍ପଷ୍ଟ କରିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ବିମାନବନ୍ଦରରେ ବଡ଼ ସୁରକ୍ଷା ତ୍ରୁଟି: ବିନା ଇମିଗ୍ରେସନରେ ମ୍ୟୁନିକ୍ ଉଡ଼ିଲେ ୩ ଇଟାଲୀୟ ଯାତ୍ରୀ, ଗୃହ ମନ୍ତ୍ରଣାଳୟର ଜରୁରୀ ବୈଠକ

ଗତ ମଙ୍ଗଳବାର ଦିନ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବିଲ୍ ସମର୍ଥନରେ ମୁମ୍ବାଇର ବ୍ୟସ୍ତବହୁଳ ୱର୍ଲି ଅଞ୍ଚଳରେ ବିଜେପି ପକ୍ଷରୁ ଏକ ବିଶାଳ ରାଲିର ଆୟୋଜନ କରାଯାଇଥିଲା। ଏହି କାରଣରୁ ରାସ୍ତାରେ ଭୟଙ୍କର ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଥିଲା। ଟ୍ରାଫିକ୍‌ରେ ଫସି ରହିଥିବା ଜଣେ ମହିଳା କ୍ରୋଧିତ ହୋଇ ରାସ୍ତା ଉପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଥିବା ମହାରାଷ୍ଟ୍ରର ମନ୍ତ୍ରୀ ଗିରିଶ ମହାଜନଙ୍କ ଉପରେ ବର୍ଷିଥିଲେ। ରାଲି କରିବା ପାଇଁ ଖୋଲା ପଡ଼ିଆର ବ୍ୟବହାର କାହିଁକି କରାଯାଉନାହିଁ ବୋଲି ସେ ପ୍ରଶ୍ନ କରିବା ସହ ମନ୍ତ୍ରୀଙ୍କୁ ସେଠାରୁ ତୁରନ୍ତ ଚାଲିଯିବାକୁ କହିଥିଲେ।

ଆହୁରି ପଢ଼ନ୍ତୁ: ବଜାରରେ ୭୦ କୋଟିର ୨୦ ଟଙ୍କିଆ ଜାଲ୍‌ କଏନ୍, ପୁଲିସ କବଜାରେ ଆନ୍ତଃରାଜ୍ୟ ଗ୍ୟାଙ୍ଗର ୫ ସଦସ୍ୟ

ଏହି ଘଟଣାକୁ ନେଇ ଆଡଭୋକେଟ୍ ଗୁଣରତ୍ନ ସଦାବର୍ତ୍ତେଙ୍କ ଝିଅ ଜେନ୍ ସଦାବର୍ତ୍ତେ ବୁଧବାର ଦିନ ୱର୍ଲି ପୋଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ ଦାୟର କରିଛନ୍ତି। ମହିଳା ଜଣକ ଅଶାଳୀନ ଭାଷା ପ୍ରୟୋଗ କରିବା ସହ ସମ୍ବିଧାନ ଓ ଜନପ୍ରତିନିଧିଙ୍କୁ ଅପମାନିତ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏଥିସହ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୨୨୧, ୧୩୨, ୩୫୨, ୧୯୫ ଏବଂ ୩୫୩ ଅଧୀନରେ ମାମଲା ରୁଜୁ କରିବାକୁ ସେ ଦାବି କରିଥିଲେ। ତେବେ ଶୁକ୍ରବାର ଦିନ ପୋଲିସ ଏକ ସ୍ପଷ୍ଟୀକରଣ ଦେଇ କହିଛି ଯେ ମହିଳାଙ୍କ ବିରୋଧରେ କେବଳ ଅଭିଯୋଗ ଗ୍ରହଣ କରାଯାଇଛି, କିନ୍ତୁ କୌଣସି ଏଫଆଇଆର ମାମଲା ରୁଜୁ ହୋଇନାହିଁ। ସୋସିଆଲ ମିଡିଆରେ ବ୍ୟାପୁଥିବା ମିଥ୍ୟା ଗୁଜବରୁ ଦୂରେଇ ରହିବାକୁ ପୋଲିସ ନିବେଦନ କରିଛି।

ଆହୁରି ପଢ଼ନ୍ତୁ: ଦୁଇ କୋରିଆ ସୀମାରେ ଭୟଙ୍କର ବିସ୍ଫୋରଣ: ୩ ସେନା ଅଧିକାରୀ ଗୁରୁତର

ଏହି ସମ୍ପୂର୍ଣ୍ଣ ବିବାଦ ଉପରେ ମନ୍ତ୍ରୀ ଗିରିଶ ମହାଜନ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ମହିଳାଙ୍କ ରାଗ ଯଥାର୍ଥ ଥିଲା, କିନ୍ତୁ ତାଙ୍କର ଭାଷା ପ୍ରୟୋଗ ଠିକ୍ ନଥିଲା। ତଥାପି ସେ ମହିଳାଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଅନ୍ୟପଟେ, ସାଧାରଣ ଲୋକଙ୍କୁ ହୋଇଥିବା ଅସୁବିଧା ପାଇଁ ବିଜେପି ନେତ୍ରୀ ତଥା ମୁମ୍ବାଇ ମେୟର ରିତୁ ତାୱଡେ ଦୁଃଖ ପ୍ରକାଶ କରିଛନ୍ତି। ନିୟମ ଉଲ୍ଲଂଘନ କରି ଟ୍ରାଫିକ୍ ସମସ୍ୟା ସୃଷ୍ଟି କରିଥିବା ଅଭିଯୋଗରେ ପୋଲିସ ବର୍ତ୍ତମାନ ରାଲି ଆୟୋଜକଙ୍କ ନାମରେ ଏକ ମାମଲା ରୁଜୁ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର