ପାକିସ୍ତାନରେ ଲସ୍କର-ଇ-ତୋଏବା ସହ-ପ୍ରତିଷ୍ଠାତା ଆମୀର ହମଜା ଉପରେ ଗୁଳିମାଡ଼, ଅବସ୍ଥା ଗୁରୁତର

Suryakanta Picture
Published On

ପାକିସ୍ତାନରେ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ ଜାରି ରହିଛି। ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଏବା (LeT) ର ପ୍ରତିଷ୍ଠାତା ସଦସ୍ୟ ତଥା ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ଆମୀର ହମଜା ଉପରେ ଲାହୋରରେ ଗୁଳିମାଡ଼ ହୋଇଛି। କିଛି ଅଜ୍ଞାତ ବନ୍ଧୁକଧାରୀ ତାଙ୍କୁ ଲାହୋର ସ୍ଥିତ ଏକ ନ୍ୟୁଜ୍ ଚ୍ୟାନେଲ୍ ଅଫିସ୍ ବାହାରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ନ୍ୟୁଜ୍ ଚ୍ୟାନେଲ୍ ବାହାରେ ହେଲା ଆକ୍ରମଣ

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଆମୀର ହମଜା ଲାହୋରର ଏକ ନ୍ୟୁଜ୍ ଚ୍ୟାନେଲ୍ କାର୍ଯ୍ୟାଳୟ ବାହାରେ ଥିବା ସମୟରେ ଅଚାନକ କିଛି ଅଜ୍ଞାତ ବ୍ୟକ୍ତି ଆସି ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ଗୁଳିମାଡ଼ ପରେ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ରକ୍ତାକ୍ତ ଅବସ୍ଥାରେ ହମଜାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ବର୍ତ୍ତମାନ ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଥିବା କୁହାଯାଉଛି। ସୂଚନାଯୋଗ୍ୟ ଯେ, ଗୋଟିଏ ବର୍ଷ ମଧ୍ୟରେ ଏହା ତାଙ୍କ ଉପରେ ଦ୍ୱିତୀୟ ପ୍ରାଣଘାତୀ ଆକ୍ରମଣ। ଗତବର୍ଷ ମେ ମାସରେ ମଧ୍ୟ ତାଙ୍କ ବାସଭବନ ବାହାରେ ତାଙ୍କ ଉପରେ ଗୁଳିମାଡ଼ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

କିଏ ଏହି ଆମୀର ହମଜା?

ଆମୀର ହମଜା ହେଉଛି ଲସ୍କର-ଇ-ତୋଏବାର ମୁଖ୍ୟ ରଣନୀତିକାର ଏବଂ କୁଖ୍ୟାତ ଆତଙ୍କବାଦୀ ହାଫିଜ୍ ସୟିଦର ଅତ୍ୟନ୍ତ ଘନିଷ୍ଠ। ୧୯୮୫ ରୁ ୧୯୮୬ ମସିହା ମଧ୍ୟରେ ସେ ହାଫିଜ୍ ସୟିଦ ସହ ମିଶି ଲସ୍କର-ଇ-ତୋଏବାର ପ୍ରତିଷ୍ଠା କରିଥିଲା। ଭାରତରେ ହୋଇଥିବା ବିଭିନ୍ନ ଆତଙ୍କବାଦୀ ଆକ୍ରମଣ, ବିଶେଷକରି ୨୦୦୫ ବେଙ୍ଗାଲୁରୁ ଆଇଆଇଏସସି (IISc) ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ସେ ଜଣାଶୁଣା। ଏହାବ୍ୟତୀତ ସେ ଆତଙ୍କବାଦୀ ସଙ୍ଗଠନ ପାଇଁ ପାଣ୍ଠି ସଂଗ୍ରହ, ନୂଆ ଯୁବକମାନଙ୍କୁ ଆତଙ୍କବାଦରେ ସାମିଲ କରିବା ଏବଂ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପକୁ ପରିଚାଳନା କରୁଥିଲା।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

ପାକିସ୍ତାନରେ ଭୟଭୀତ ଆତଙ୍କବାଦୀ

ଗତ କିଛି ମାସ ଧରି ପାକିସ୍ତାନ ମାଟିରେ ଲୁଚି ରହିଥିବା ବିଭିନ୍ନ ଆତଙ୍କବାଦୀଙ୍କୁ ଟାର୍ଗେଟ୍ କରାଯାଉଛି। ଏକାଧିକ କୁଖ୍ୟାତ ଆତଙ୍କବାଦୀ ଅଜ୍ଞାତ ଆକ୍ରମଣକାରୀଙ୍କ ଗୁଳିରେ ନିହତ ହୋଇସାରିଛନ୍ତି। ଆମେରିକାର ଟ୍ରେଜେରୀ ବିଭାଗ ପକ୍ଷରୁ ଆମୀର ହମଜାକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରାଯାଇଛି। ଏହି ଘଟଣା ପରେ ପାକିସ୍ତାନୀ ପୋଲିସ ସ୍ଥାନୀୟ ଅଞ୍ଚଳରେ ହାଇ ଆଲର୍ଟ ଜାରି କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର