ସରଣ୍ଡା ଜଙ୍ଗଲରେ ଯବାନ-ମାଓବାଦୀ ଭୟାବହ ଗୁଳି ବିନିମୟ; ୫ ଯବାନ ଆହତ, ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ହାଇ ଆଲର୍ଟ

Madhusudan Das Picture
Published On

ଝାଡ଼ଖଣ୍ଡ: ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲା ସରଣ୍ଡା ବାଲିବା ଜଙ୍ଗଲରେ ଯବାନ-ମାଓବାଦୀ ଭୟାବହ ଗୁଳି ବିନିମୟ । ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୫ଜଣ ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ଆଣି ଏୟାର ଲିଫ୍ଟ କଲେ ସାଥୀ ଯବାନ । ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ହାଇ ଆଲର୍ଟ । 

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ନକ୍ସଲଙ୍କ ଶେଷ କ୍ୟାଡ଼ର ମିଶିର ବେଶ୍ରା ଓ ତା ସହ କିଛି କ୍ୟାଡ଼ର ନକ୍ସଲ ରହିଥିବା ସମ୍ପର୍କରେ ସୂଚନା ପାଇ ସୁରକ୍ଷା ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା । ସରଣ୍ଡା ଜଙ୍ଗଲର ପଶ୍ଚିମ ସିଂହଭୂମ ଜିଲ୍ଲାର ଛୋଟା ନାଗରା ଥାନା ଅନ୍ତର୍ଗତ ବାଲିବା ଗାଁ ନିକଟରେ ନକ୍ସଲଙ୍କ ପକ୍ଷରୁ ସୁରକ୍ଷା ବାହିନୀ ଉପରକୁ ଗୁଳି ଚାଳନା କରାଯାଇଥିଲା । ସର୍ଚ୍ଚ ଅପରେସନ ଚଳାଇଥିବା ଯବାନ ମାନଙ୍କ ପକ୍ଷରୁ ଯୋରଦାର ପାଲଟା ଜବାବ ଦିଆଯାଇଥିଲା । ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନକୁ ବନ୍ଦ କରିବା ପାଇଁ ବିଛାଇଥିବା ଲ୍ୟାଣ୍ଡ ମାଇନ ବିସ୍ଫୋରଣ ସାଙ୍ଗକୁ ନକ୍ସଲଙ୍କ ଘଞ୍ଚଜଙ୍ଗଲର ଗଛ କୋରଡରେ ବସି ଗୁଳି ଚଳାଇବା ଫଳରେ ପାଞ୍ଚ ଜବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର