ଇରାନ ବନ୍ଦର ଉପରେ ଆମେରିକାର ଅବରୋଧ ‘ବିପଜ୍ଜନକ ଓ ଦାୟିତ୍ୱହୀନ’: ଚୀନ

Madhusudan Das Picture
Published On

ନୂଆଦିଲ୍ଲୀ: ଇରାନ ବନ୍ଦରଗୁଡ଼ିକରେ ଆମେରିକା ଦ୍ୱାରା କରାଯାଇଥିବା ଅବରୋଧକୁ ଚୀନ୍ ଦାୟିତ୍ୱହୀନ ଏବଂ ବିପଜ୍ଜନକ ବୋଲି କହିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ବନ୍ଦରରେ ପ୍ରବେଶ କିମ୍ବା ପ୍ରସ୍ଥାନ କରୁଥିବା ଯେକୌଣସି ଡଙ୍ଗାକୁ ବୁଡ଼ାଇ ଦେବାକୁ ଧମକ ଦେବା ପରେ ଚୀନ୍ ପକ୍ଷରୁ ଏହି ପ୍ରତିକ୍ରିୟା ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ

ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗୁଓ ଜିଆକୁନ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଆମେରିକାର ଏହି ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ଲକ୍ଷ୍ୟଭିତ୍ତିକ ଅବରୋଧ କେବଳ ଉତ୍ତେଜନା ବୃଦ୍ଧି କରିବ। ଏହା ଦ୍ୱାରା ପୂର୍ବରୁ ଦୁର୍ବଳ ଥିବା ଅସ୍ତ୍ରବିରତି ଚୁକ୍ତି କ୍ଷତିଗ୍ରସ୍ତ ହେବା ସହ ପ୍ରଣାଳୀ ଦେଇ ଯାତାୟାତର ନିରାପତ୍ତା ପ୍ରତି ବିପଦ ସୃଷ୍ଟି ହେବ। ଏଭଳି ଆଚରଣକୁ ସେ ଏକ ବିପଜ୍ଜନକ ଏବଂ ଦାୟିତ୍ୱହୀନ କାର୍ଯ୍ୟ ବୋଲି ବର୍ଣ୍ଣନା କରିଛନ୍ତି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ଅନ୍ୟପକ୍ଷରେ, ଇରାନର ସାଂସଦ ଇବ୍ରାହିମ୍ ରେଜାଇ ଚେତାବନୀ ଦେଇଛନ୍ତି ଯେ, ଯଦି ତେହେରାନର ପ୍ରମୁଖ ଦାବିଗୁଡ଼ିକୁ ପୂରଣ ନକରାଯାଏ ତେବେ ଆମେରିକା ସହ ଅସ୍ତ୍ରବିରତି ଚୁକ୍ତିର ଅବଧି ବୃଦ୍ଧି କରାଯିବା ଉଚିତ୍ ନୁହେଁ। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ହର୍ମୁଜ୍ ପ୍ରଣାଳୀ ଉପରେ ନିୟନ୍ତ୍ରଣ ହାସଲ କରିବା ଇରାନର ଏକ ପ୍ରମୁଖ ଦାବି ଅଟେ। ସେ ସ୍ପଷ୍ଟ କରିଛନ୍ତି ଯେ, ଯଦି ଇରାନର ଅଧିକାରକୁ ସ୍ୱୀକୃତି ନମିଳେ ତେବେ ଦେଶ ପୁଣିଥରେ ଯୁଦ୍ଧକୁ ଫେରିବ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ସାମାଜିକ ଗଣମାଧ୍ୟମ 'ଏକ୍ସ' ରେ ଏକ ପୋଷ୍ଟ କରି ସେ କହିଛନ୍ତି ଯେ, ଯଦି ଏହି ଦାବିଗୁଡ଼ିକ ପୂରଣ ନହୁଏ, ତେବେ ଆମେରିକା ଏବଂ ଇସ୍ରାଏଲ୍ ସହିତ ଶତ୍ରୁତା ଜାରି ରହିବ। ଏହି ଘଟଣାକ୍ରମ ଆନ୍ତର୍ଜାତୀୟ ସ୍ତରରେ ପୁଣିଥରେ ଯୁଦ୍ଧର ଆଶଙ୍କାକୁ ବଢ଼ାଇ ଦେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର