ପ୍ରେମିକାକୁ ନିର୍ମମ ଭାବେ ହତ୍ୟା କରି ଶରୀରକୁ ଖଣ୍ଡ ଖଣ୍ଡ କରି ଫ୍ରିଜ୍‌ରେ ରଖିଲେ ବିବାହିତ ନୌସେନା କର୍ମଚାରୀ

Madhusudan Das Picture
Published On

ବିଶାଖାପାଟନା: ଆନ୍ଧ୍ରପ୍ରଦେଶର ବିଶାଖାପାଟନାରୁ ଏକ ଶିହରଣକାରୀ ହତ୍ୟାକାଣ୍ଡ ସାମ୍‌ନାକୁ ଆସିଛି। ଜଣେ ବିବାହିତ ନୌସେନା କର୍ମଚାରୀ ନିଜ ପ୍ରେମିକାକୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ ପରି କାଟି ଫ୍ରିଜ୍‌ରେ ଲୁଚାଇ ରଖିଥିବା ଅଭିଯୋଗ ହୋଇଛି। ଭାରତୀୟ ନୌସେନା ଜାହାଜ (ଆଇଏନଏସ୍‌) ଦେଗାରେ କାର୍ଯ୍ୟରତ ଜଣେ ନୌସେନା କର୍ମଚାରୀ ଚନ୍ତାଡ଼ା ରବୀନ୍ଦ୍ର, ନିଜ ପତ୍ନୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ପ୍ରେମିକା ପୋଲିପଲ୍ଲୀ ମୌନିକାଙ୍କୁ ହତ୍ୟା କରିବା ପରେ ତାଙ୍କ ଶରୀରକୁ ଅତି ନିର୍ମମ ଭାବେ ଖଣ୍ଡ ଖଣ୍ଡ କରି କାଟି ଦେଇଛନ୍ତି। 

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ବିମାନ ଦୁର୍ଘଟଣା: ପାହାଡ଼ ସହ ପିଟିହେଲା ଘରୋଇ ବିମାନ, ପାଇଲଟ୍ ଓ କୋ-ପାଇଲଟଙ୍କ ମୃତ୍ୟୁ ଆଶଙ୍କା

ସୂଚନା ଅନୁସାରେ, ୩୦ ବର୍ଷୀୟ ରବୀନ୍ଦ୍ର ୨୦୨୧ରେ ‘ମିଙ୍ଗଲ’ ନାମକ ଏକ ଡେଟିଂ ଆପ୍‌ ଜରିଆରେ ୩୧ ବର୍ଷୀୟା ମୌନିକାଙ୍କ ସହ ପରିଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ୨୦୨୪ରେ ରବୀନ୍ଦ୍ର ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଥିଲେ। ପୁଲିସ ସୂଚନା ଅନୁଯାୟୀ, ମୌନିକା ରବୀନ୍ଦ୍ରଙ୍କଠାରୁ ୩.୫ ଲକ୍ଷ ଟଙ୍କା ନେଇଥିଲେ ଏବଂ ସେମାନଙ୍କ ସମ୍ପର୍କ ବିଷୟରେ ରବୀନ୍ଦ୍ରଙ୍କ ପତ୍ନୀଙ୍କୁ ଜଣାଇବାକୁ ବାରମ୍ବାର ଧମକ ଦେଉଥିଲେ। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ପ୍ରାୟତଃ ଝଗଡ଼ା ହେଉଥିଲା। ଗତ ରବିବାର ରବୀନ୍ଦ୍ରଙ୍କ ପତ୍ନୀ ବାପଘରକୁ ଯାଇଥିବା ବେଳେ ସେ ମୌନିକାଙ୍କୁ ନିଜ ଘରକୁ ଡାକିଥିଲେ। ସେଠାରେ ଉଭୟଙ୍କର ପୁଣି ଯୁକ୍ତିତର୍କ ହୋଇଥିଲା, ଯାହା ପରେ ରବୀନ୍ଦ୍ର ଉତ୍ୟକ୍ତ ହୋଇ ମୌନିକାଙ୍କ ଗଳା ଚିପି ହତ୍ୟା କରିଥିଲେ। ହତ୍ୟା ପରେ ରବୀନ୍ଦ୍ର ଏକ ଅନଲାଇନ୍‌ ପ୍ଲାଟଫର୍ମରୁ ଛୁରୀ ମଗାଇ ମୌନିକାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରିଥିଲେ। ସେ ମୁଣ୍ଡ, ଗୋଡ଼, ହାତକୁ ଶରୀରରୁ ଅଲଗା କରି ଦେଇଥିଲେ। ଗୋଡ଼ ଏବଂ ଅଣ୍ଟା ଅଂଶକୁ ଏକ ଟ୍ରଲି ବ୍ୟାଗ୍‌ରେ ପ୍ୟାକ କରିଥିଲେ। ଶରୀର ମଧ୍ୟ ଭାଗକୁ ଫ୍ରିଜ୍‌ ଭିତରେ ଲୁଚାଇ ରଖିଥିଲେ। ମୁଣ୍ଡ ଓ ହାତକୁ ଅନ୍ୟ ଏକ ସ୍ଥାନକୁ ନେଇ ପୋଡ଼ି ଦେଇଥିଲେ। 

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଶେଷ ହେଉଛି ଆମେରିକା-ଇରାନ ଅସ୍ତ୍ରବିରତି ଅବଧି: ପୁଣି ଯୁଦ୍ଧ ଆରମ୍ଭ ହେବ ନା ଆଲୋଚନାକୁ ଆସିବ ଇରାନ?

ଏହି ଜଘନ୍ୟ ହତ୍ୟାକାଣ୍ଡ ପରେ ରବୀନ୍ଦ୍ର ନିଜେ ଥାନକୁ ଯାଇ ନିଜ ଅପରାଧ ସ୍ୱୀକାର କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଫ୍ରିଜ୍‌ ଓ ଘର ଭିତରୁ ଶରୀର ବିଭିନ୍ନ ଅଂଶ ଜବତ କରିଛି। ତେବେ ମୌନିକାଙ୍କ ମୁଣ୍ଡ ଏପର୍ଯ୍ୟନ୍ତ ମଳିନାହିଁ। ଏହି ଘଟଣା ଦିଲ୍ଳୀର ବହୁ ଚର୍ଚ୍ଚିତ ଶ୍ରଦ୍ଧା ୱାଲକର ହତ୍ୟାକାଣ୍ଡର ସ୍ମୃତି ଚାରଣ କରୁଛି, ଯେଉଁଠାରେ ଆଫତାବ ପୁନାୱାଲା ନିଜ ଲିଭ୍‌-ଇନ୍‌ ପାର୍ଟନରଙ୍କୁ ହତ୍ୟା କରି ଫ୍ରିଜ୍‌ରେ ରଖିଥିଲେ। ବର୍ତ୍ତମାନ ପୁଲିସର ଏକ ସ୍ୱତନ୍ତ୍ର ଟିମ୍‌ ଶରୀର ନିଖୋଜ ଅଂଶଗୁଡ଼ିକୁ ଖୋଜୁଛି ଓ ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ଭାରତକୁ 'ନର୍କଖଣ୍ଡ' କହି ବିବାଦରେ ଟ୍ରମ୍ପ: କଡ଼ା ଜବାବ ଦେଲା ଭାରତ ଓ ଇରାନ

31 Mar 2026 By Madhusudan Das

ପ୍ରେମିକାକୁ ନିର୍ମମ ଭାବେ ହତ୍ୟା କରି ଶରୀରକୁ ଖଣ୍ଡ ଖଣ୍ଡ କରି ଫ୍ରିଜ୍‌ରେ ରଖିଲେ ବିବାହିତ ନୌସେନା କର୍ମଚାରୀ

ବିଶାଖାପାଟନା: ଆନ୍ଧ୍ରପ୍ରଦେଶର ବିଶାଖାପାଟନାରୁ ଏକ ଶିହରଣକାରୀ ହତ୍ୟାକାଣ୍ଡ ସାମ୍‌ନାକୁ ଆସିଛି। ଜଣେ ବିବାହିତ ନୌସେନା କର୍ମଚାରୀ ନିଜ ପ୍ରେମିକାକୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ ପରି କାଟି ଫ୍ରିଜ୍‌ରେ ଲୁଚାଇ ରଖିଥିବା ଅଭିଯୋଗ ହୋଇଛି। ଭାରତୀୟ ନୌସେନା ଜାହାଜ (ଆଇଏନଏସ୍‌) ଦେଗାରେ କାର୍ଯ୍ୟରତ ଜଣେ ନୌସେନା କର୍ମଚାରୀ ଚନ୍ତାଡ଼ା ରବୀନ୍ଦ୍ର, ନିଜ ପତ୍ନୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ପ୍ରେମିକା ପୋଲିପଲ୍ଲୀ ମୌନିକାଙ୍କୁ ହତ୍ୟା କରିବା ପରେ ତାଙ୍କ ଶରୀରକୁ ଅତି ନିର୍ମମ ଭାବେ ଖଣ୍ଡ ଖଣ୍ଡ କରି କାଟି ଦେଇଛନ୍ତି। 

ସୂଚନା ଅନୁସାରେ, ୩୦ ବର୍ଷୀୟ ରବୀନ୍ଦ୍ର ୨୦୨୧ରେ ‘ମିଙ୍ଗଲ’ ନାମକ ଏକ ଡେଟିଂ ଆପ୍‌ ଜରିଆରେ ୩୧ ବର୍ଷୀୟା ମୌନିକାଙ୍କ ସହ ପରିଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ୨୦୨୪ରେ ରବୀନ୍ଦ୍ର ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଥିଲେ। ପୁଲିସ ସୂଚନା ଅନୁଯାୟୀ, ମୌନିକା ରବୀନ୍ଦ୍ରଙ୍କଠାରୁ ୩.୫ ଲକ୍ଷ ଟଙ୍କା ନେଇଥିଲେ ଏବଂ ସେମାନଙ୍କ ସମ୍ପର୍କ ବିଷୟରେ ରବୀନ୍ଦ୍ରଙ୍କ ପତ୍ନୀଙ୍କୁ ଜଣାଇବାକୁ ବାରମ୍ବାର ଧମକ ଦେଉଥିଲେ। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ପ୍ରାୟତଃ ଝଗଡ଼ା ହେଉଥିଲା। ଗତ ରବିବାର ରବୀନ୍ଦ୍ରଙ୍କ ପତ୍ନୀ ବାପଘରକୁ ଯାଇଥିବା ବେଳେ ସେ ମୌନିକାଙ୍କୁ ନିଜ ଘରକୁ ଡାକିଥିଲେ। ସେଠାରେ ଉଭୟଙ୍କର ପୁଣି ଯୁକ୍ତିତର୍କ ହୋଇଥିଲା, ଯାହା ପରେ ରବୀନ୍ଦ୍ର ଉତ୍ୟକ୍ତ ହୋଇ ମୌନିକାଙ୍କ ଗଳା ଚିପି ହତ୍ୟା କରିଥିଲେ। ହତ୍ୟା ପରେ ରବୀନ୍ଦ୍ର ଏକ ଅନଲାଇନ୍‌ ପ୍ଲାଟଫର୍ମରୁ ଛୁରୀ ମଗାଇ ମୌନିକାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରିଥିଲେ। ସେ ମୁଣ୍ଡ, ଗୋଡ଼, ହାତକୁ ଶରୀରରୁ ଅଲଗା କରି ଦେଇଥିଲେ। ଗୋଡ଼ ଏବଂ ଅଣ୍ଟା ଅଂଶକୁ ଏକ ଟ୍ରଲି ବ୍ୟାଗ୍‌ରେ ପ୍ୟାକ କରିଥିଲେ। ଶରୀର ମଧ୍ୟ ଭାଗକୁ ଫ୍ରିଜ୍‌ ଭିତରେ ଲୁଚାଇ ରଖିଥିଲେ। ମୁଣ୍ଡ ଓ ହାତକୁ ଅନ୍ୟ ଏକ ସ୍ଥାନକୁ ନେଇ ପୋଡ଼ି ଦେଇଥିଲେ। 

ଏହି ଜଘନ୍ୟ ହତ୍ୟାକାଣ୍ଡ ପରେ ରବୀନ୍ଦ୍ର ନିଜେ ଥାନକୁ ଯାଇ ନିଜ ଅପରାଧ ସ୍ୱୀକାର କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଫ୍ରିଜ୍‌ ଓ ଘର ଭିତରୁ ଶରୀର ବିଭିନ୍ନ ଅଂଶ ଜବତ କରିଛି। ତେବେ ମୌନିକାଙ୍କ ମୁଣ୍ଡ ଏପର୍ଯ୍ୟନ୍ତ ମଳିନାହିଁ। ଏହି ଘଟଣା ଦିଲ୍ଳୀର ବହୁ ଚର୍ଚ୍ଚିତ ଶ୍ରଦ୍ଧା ୱାଲକର ହତ୍ୟାକାଣ୍ଡର ସ୍ମୃତି ଚାରଣ କରୁଛି, ଯେଉଁଠାରେ ଆଫତାବ ପୁନାୱାଲା ନିଜ ଲିଭ୍‌-ଇନ୍‌ ପାର୍ଟନରଙ୍କୁ ହତ୍ୟା କରି ଫ୍ରିଜ୍‌ରେ ରଖିଥିଲେ। ବର୍ତ୍ତମାନ ପୁଲିସର ଏକ ସ୍ୱତନ୍ତ୍ର ଟିମ୍‌ ଶରୀର ନିଖୋଜ ଅଂଶଗୁଡ଼ିକୁ ଖୋଜୁଛି ଓ ତଦନ୍ତ ଜାରି ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର