ଚାଇନିଜ୍ ରୋବୋ-ଡଗ୍’ ବିବାଦ: ଏଆଇ ସମ୍ମିଳନୀରୁ ଷ୍ଟଲ୍ ହଟାଇଲା ଗାଲଗୋଟିଆସ୍ ବିଶ୍ୱବିଦ୍ୟାଳୟ

Madhusudan Das Picture
Published On

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା 'ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬'ରେ ଏକ ବଡ଼ ଧରଣର ବିବାଦ ଦେଖିବାକୁ ମିଳିଛି। ‘ଚାଇନିଜ୍ ରୋବୋ-ଡଗ୍’ କୁ ନିଜର ଉଦ୍ଭାବନ ବୋଲି ଦାବି କରି ବିବାଦ ଘେରକୁ ଆସିଥିବା Galgotias University (ଗାଲଗୋଟିଆସ୍ ବିଶ୍ୱବିଦ୍ୟାଳୟ) ଶେଷରେ ନିଜର ଷ୍ଟଲ୍ ଖାଲି କରିଛି। ବୁଧବାର ଦିନ ବିଶ୍ୱବିଦ୍ୟାଳୟର କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଷ୍ଟଲ୍ ଛାଡି ଯାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି।

ଆହୁରି ପଢ଼ନ୍ତୁ: ଆମେରିକା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ: ରିପବ୍ଲିକାନ୍ ପାର୍ଟି ଜିତିଲେ ପ୍ରତି ନାଗରିକଙ୍କୁ ୫,୦୦୦ ଡଲାର ଦେବାକୁ ଟ୍ରମ୍ପଙ୍କ ଘୋଷଣା

ସୂଚନା ଅନୁଯାୟୀ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ବିଶ୍ୱବିଦ୍ୟାଳୟର ପ୍ରଫେସର ନେହା ସିଂହ ଏହି ରୋବୋ-ଡଗ୍‌କୁ ‘ଓରିଅନ୍’ (Orion) ନାମ ଦେଇ ଏହା ବିଶ୍ୱବିଦ୍ୟାଳୟର ‘ସେଣ୍ଟର ଅଫ୍ ଏକ୍ସଲେନ୍ସ’ ଦ୍ୱାରା ବିକଶିତ ହୋଇଥିବା ଦାବି କରିଥିଲେ। ସେ କହିଥିଲେ ଯେ ଏହି ମେସିନ୍ ସର୍ଭିଲାନ୍ସ କରିବାରେ ସକ୍ଷମ। ତେବେ ଇଣ୍ଟରନେଟ୍ ବ୍ୟବହାରକାରୀମାନେ ତୁରନ୍ତ ଚିହ୍ନଟ କରିଥିଲେ ଯେ ଏହା ପ୍ରକୃତରେ ଚୀନର ରୋବୋଟିକ୍ସ କମ୍ପାନୀ Unitree ଦ୍ୱାରା ନିର୍ମିତ। ଅନ୍ୟର ଉଦ୍ଭାବନକୁ ନିଜର ବୋଲି କହିବା ଘଟଣାକୁ ନେଇ ସମାଲୋଚନା ଆରମ୍ଭ ହୋଇଥିଲା।

ଆହୁରି ପଢ଼ନ୍ତୁ: ବ୍ରିକ୍ସ ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଲେ ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ: ଆଜି ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା

ସମ୍ମିଳନୀରେ ଏହି ଘଟଣାକୁ “ଜାତୀୟ ଲଜ୍ଜା” ବୋଲି ବିବେଚନା କରାଯାଇ ବିଶ୍ୱବିଦ୍ୟାଳୟକୁ ଷ୍ଟଲ୍ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବିଶେଷ ସୂତ୍ରରୁ ଜଣାପଡିଛି। ଘଟଣାସ୍ଥଳରୁ ଆସିଥିବା ଭିଡିଓରେ ଦେଖାଯାଇଛି ଯେ ଷ୍ଟଲର ବିଦ୍ୟୁତ ସଂଯୋଗ କାଟି ଦିଆଯାଇଛି ଏବଂ କର୍ମଚାରୀମାନେ ଜିନିଷପତ୍ର ଧରି ଫେରୁଛନ୍ତି। ତେବେ ପ୍ରଫେସର ନେହା ସିଂହ ପ୍ରାରମ୍ଭିକ ପର୍ଯ୍ୟାୟରେ କହିଥିଲେ ଯେ ସେମାନଙ୍କୁ ଷ୍ଟଲ୍ ଖାଲି କରିବାକୁ କୌଣସି ନିର୍ଦ୍ଦେଶ ମିଳିନାହିଁ।

ଆହୁରି ପଢ଼ନ୍ତୁ: ହୁତିଙ୍କ କବ୍ଜାରେ ରଣନୀତିକ ମୟୁନ୍ ଦ୍ୱୀପ: ବିଶ୍ୱ ବାଣିଜ୍ୟରେ ସଙ୍କଟ, ବଢିଲା ତୈଳ ଦର

ବିବାଦ ବଢିବା ପରେ ଗାଲଗୋଟିଆସ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସଫେଇ ଦିଆଯାଇଛି। ସୋସିଆଲ ମିଡିଆରେ ଏକ ବିବୃତ୍ତି ଜାରି କରି ବିଶ୍ୱବିଦ୍ୟାଳୟ କହିଛି ଯେ, “ଆମେ କେବେବି ଏହି ରୋବୋ-ଡଗ୍ ନିର୍ମାଣ କରିଥିବା ଦାବି କରିନାହୁଁ। ଛାତ୍ରଛାତ୍ରୀମାନଙ୍କୁ ଆଧୁନିକ ଜ୍ଞାନକୌଶଳ ବିଷୟରେ ଶିକ୍ଷା ଦେବା ପାଇଁ ଏହାକୁ ବ୍ୟବହାର କରାଯାଉଛି।” ଏହା ସହିତ ବିଶ୍ୱବିଦ୍ୟାଳୟ ଏହି ଘଟଣାକୁ ଏକ “ଅପପ୍ରଚାର” ବୋଲି ଅଭିହିତ କରିଛି ଏବଂ କହିଛି ଯେ ଏହା ଦ୍ୱାରା ଛାତ୍ରଛାତ୍ରୀଙ୍କ ମନୋବଳ ଭାଙ୍ଗିବାର ଆଶଙ୍କା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର