ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ତାରିକ୍ ରହମାନ, ଉତ୍ସବରେ ସାମିଲ ହେଲେ ଓମ୍ ବିର୍ଲା

Madhusudan Das Picture
Published On

ନୂଆଦିଲ୍ଲୀ: ବାଂଲାଦେଶ ତାରିକ୍ ରାଜ । ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ମୁଖ୍ୟ ତାରିକ୍ ରହମାନ ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିୟାଙ୍କ ପୁତ୍ର ତାରିକ୍ ଦୀର୍ଘ ୧୭ ବର୍ଷର ନିର୍ବାସନ ପରେ ଦେଶକୁ ଫେରି ନିଜ ଦଳକୁ ସାଧାରଣ ନିର୍ବାଚନରେ ବିପୁଳ ବିଜୟ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ଗତ ଫେବୃଆରୀ ୧୨ ତାରିଖରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ BNP ୩୦୦ ସିଟ୍ ବିଶିଷ୍ଟ ସଂସଦରେ ୧୫୧ରୁ ଅଧିକ ଆସନ ଜିତି ସ୍ପଷ୍ଟ ବହୁମତ ହାସଲ କରିଛି। ଅନ୍ୟପକ୍ଷରେ, ପୂର୍ବରୁ ବିଏନପିର ସହଯୋଗୀ ଥିବା ଜମାତ-ଇ-ଇସଲାମୀ ଏଥର ପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚନ ଲଢିଥିଲା ଏବଂ ଦ୍ୱିତୀୟ ବୃହତ୍ତମ ଦଳ ଭାବେ ଉଭା ହୋଇ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଛି।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ଏହି ଶପଥ ଗ୍ରହଣ ସମାରୋହରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା। ଢାକାରେ ପହଞ୍ଚିବା ପରେ ବାଂଲାଦେଶର ବୈଦେଶିକ ସଚିବ ନଜରୁଲ ଇସଲାମ ତାଙ୍କୁ ସ୍ୱାଗତ କରିଥିଲେ। ବାଚସ୍ପତି ବିର୍ଲା ଏହି ମୁହୂର୍ତ୍ତକୁ ଦୁଇ ଦେଶ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ସମ୍ପର୍କକୁ ଅଧିକ ମଜବୁତ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ସମୟ ବୋଲି ଅଭିହିତ କରିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରାଯାଇଥିଲା ଏବଂ ସେ ତାରିକ୍ ରହମାନଙ୍କୁ ଶୁଭେଚ୍ଛା ଜଣାଇଥିବା ପ୍ରଥମ ବିଶ୍ୱ ନେତାମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ। ତେବେ ମୁମ୍ବାଇରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ସହ ପୂର୍ବ ନିର୍ଦ୍ଧାରିତ ବୈଠକ ଥିବାରୁ ମୋଦୀ ଏହି ସମାରୋହରେ ଯୋଗ ଦେଇପାରି ନଥିଲେ।

ଶପଥ ଗ୍ରହଣ ପୂର୍ବରୁ ସୋମବାର ଦିନ ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ଇସ୍ତଫା ଦେଇଥିଲେ। ୨୦୨୪ ଜୁଲାଇରେ ଶେଖ ହସିନାଙ୍କ ସରକାର ପତନ ପରେ ଦେଶର ଶାସନ ଭାର ସମ୍ଭାଳିଥିବା ୟୁନୁସ କହିଥିଲେ ଯେ, "ଆଜି ଅନ୍ତରୀଣ ସରକାର ବିଦାୟ ନେଉଛି, କିନ୍ତୁ ଗଣତନ୍ତ୍ର, ବାକ୍ ସ୍ୱାଧୀନତା ଏବଂ ମୌଳିକ ଅଧିକାରର ଯେଉଁ ଅଭ୍ୟାସ ଆରମ୍ଭ ହୋଇଛି, ତାହା ଯେପରି ବନ୍ଦ ନ ହୁଏ।"

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର