ଗ୍ରାହକଙ୍କ ପାଇଁ ଖୁସି ଖବର, ପୁଣି କମିଲା ସୁନା ଦର

The Sakala Picture
Published On

ଭୁବନେଶ୍ବର : ପୁଣି କମିଲା ସୁନା ଦର । ଘରୋଇ ବଜାରରେ ଗୁରୁବାର ସୁନା ଏବଂ ରୁପା ମୂଲ୍ୟରେ ପୁନର୍ବାର ହ୍ରାସ ଘଟିଛି। ଆମେରିକାରେ ବଣ୍ଡ ୟିଲ୍ଡରେ ବୃଦ୍ଧିର ପ୍ରଭାବ ଗ୍ଲୋବାଲ କମୋଡିଟି ବଜାର ଉପରେ ଦେଖିବାକୁ ମିଳିଛି। ଏହାର ପ୍ରଭାବ ସ୍ବରୂପ ଘରୋଇ ବଜାରରେ ସୁନା ଓ ରୁପା ମୂଲ୍ୟରେ ହ୍ରାସ ହୋଇଛି। ଏଥିଯୋଗୁ ଏମସିଏକ୍ସ ବଜାରରେ ଗୁରୁବାର ସୁନା ମୂଲ୍ୟରେ ୧୮୦ ଟଙ୍କା ହ୍ରାସ ପାଇ ୪୪ ହଜାର ୭୬୮ ଟଙ୍କା ହୋଇଛି। ଫଳରେ […]

ଭୁବନେଶ୍ବର : ପୁଣି କମିଲା ସୁନା ଦର । ଘରୋଇ ବଜାରରେ ଗୁରୁବାର ସୁନା ଏବଂ ରୁପା ମୂଲ୍ୟରେ ପୁନର୍ବାର ହ୍ରାସ ଘଟିଛି। ଆମେରିକାରେ ବଣ୍ଡ ୟିଲ୍ଡରେ ବୃଦ୍ଧିର ପ୍ରଭାବ ଗ୍ଲୋବାଲ କମୋଡିଟି ବଜାର ଉପରେ ଦେଖିବାକୁ ମିଳିଛି। ଏହାର ପ୍ରଭାବ ସ୍ବରୂପ ଘରୋଇ ବଜାରରେ ସୁନା ଓ ରୁପା ମୂଲ୍ୟରେ ହ୍ରାସ ହୋଇଛି। ଏଥିଯୋଗୁ ଏମସିଏକ୍ସ ବଜାରରେ ଗୁରୁବାର ସୁନା ମୂଲ୍ୟରେ ୧୮୦ ଟଙ୍କା ହ୍ରାସ ପାଇ ୪୪ ହଜାର ୭୬୮ ଟଙ୍କା ହୋଇଛି। ଫଳରେ ଏହା ୪୫,୦୦୦ ଟଙ୍କା ସ୍ତର ତଳକୁ ଖସିଆସିଛି।

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୩,୯୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ୪୪,୯୦୦ ଟଙ୍କାରେ ପହଞ୍ଚିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୧,୮୦୦ ଟଙ୍କା ଓ ୪୫,୯୦୦ ଟଙ୍କା ଛୁଇଁଛି।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୩,୯୦୦ ଟଙ୍କା ଓ ୪୪,୯୦୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୪,୬୦୦ ଟଙ୍କା ଓ ୪୮,୬୫୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୨,୧୭୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୪୬,୦୨୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୪,୩୦୦ ଟଙ୍କା ଓ ୪୭,୦୦୦ ଟଙ୍କା ରହିଛି । ସେହିପରି ରୁପା ମୂଲ୍ୟ କିଲୋଗ୍ରାମ ପ୍ରତି ୧୩୦୦ ଟଙ୍କା ବଢ଼ି ୬୭,୯୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର