ଗ୍ରାହକଙ୍କ ପାଇଁ ଖୁସି ଖବର, ପୁଣି କମିଲା ସୁନା ଦର

The Sakala Picture
Published On

ଭୁବନେଶ୍ବର : ପୁଣି କମିଲା ସୁନା ଦର । ଘରୋଇ ବଜାରରେ ଗୁରୁବାର ସୁନା ଏବଂ ରୁପା ମୂଲ୍ୟରେ ପୁନର୍ବାର ହ୍ରାସ ଘଟିଛି। ଆମେରିକାରେ ବଣ୍ଡ ୟିଲ୍ଡରେ ବୃଦ୍ଧିର ପ୍ରଭାବ ଗ୍ଲୋବାଲ କମୋଡିଟି ବଜାର ଉପରେ ଦେଖିବାକୁ ମିଳିଛି। ଏହାର ପ୍ରଭାବ ସ୍ବରୂପ ଘରୋଇ ବଜାରରେ ସୁନା ଓ ରୁପା ମୂଲ୍ୟରେ ହ୍ରାସ ହୋଇଛି। ଏଥିଯୋଗୁ ଏମସିଏକ୍ସ ବଜାରରେ ଗୁରୁବାର ସୁନା ମୂଲ୍ୟରେ ୧୮୦ ଟଙ୍କା ହ୍ରାସ ପାଇ ୪୪ ହଜାର ୭୬୮ ଟଙ୍କା ହୋଇଛି। ଫଳରେ […]

ଭୁବନେଶ୍ବର : ପୁଣି କମିଲା ସୁନା ଦର । ଘରୋଇ ବଜାରରେ ଗୁରୁବାର ସୁନା ଏବଂ ରୁପା ମୂଲ୍ୟରେ ପୁନର୍ବାର ହ୍ରାସ ଘଟିଛି। ଆମେରିକାରେ ବଣ୍ଡ ୟିଲ୍ଡରେ ବୃଦ୍ଧିର ପ୍ରଭାବ ଗ୍ଲୋବାଲ କମୋଡିଟି ବଜାର ଉପରେ ଦେଖିବାକୁ ମିଳିଛି। ଏହାର ପ୍ରଭାବ ସ୍ବରୂପ ଘରୋଇ ବଜାରରେ ସୁନା ଓ ରୁପା ମୂଲ୍ୟରେ ହ୍ରାସ ହୋଇଛି। ଏଥିଯୋଗୁ ଏମସିଏକ୍ସ ବଜାରରେ ଗୁରୁବାର ସୁନା ମୂଲ୍ୟରେ ୧୮୦ ଟଙ୍କା ହ୍ରାସ ପାଇ ୪୪ ହଜାର ୭୬୮ ଟଙ୍କା ହୋଇଛି। ଫଳରେ ଏହା ୪୫,୦୦୦ ଟଙ୍କା ସ୍ତର ତଳକୁ ଖସିଆସିଛି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଘନଉଛି ଯୁଦ୍ଧ ଆଶଙ୍କା: ଆମେରିକାର ଅତ୍ୟାଧୁନିକ ଏମକ୍ୟୁ-୯ ରିପର୍ ଡ୍ରୋନ୍‌କୁ ଖସାଇଲା ଇରାନ

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୩,୯୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ୪୪,୯୦୦ ଟଙ୍କାରେ ପହଞ୍ଚିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୧,୮୦୦ ଟଙ୍କା ଓ ୪୫,୯୦୦ ଟଙ୍କା ଛୁଇଁଛି।

ଆହୁରି ପଢ଼ନ୍ତୁ: ଫ୍ରାନ୍ସରେ ପ୍ରଥମ ଥର ପାଇଁ ମଣିଷ ଶରୀରରେ ଚିହ୍ନଟ ହେଲା ଶାମୋଣ୍ଡା ଭାଇରସ୍, ସଂକ୍ରମିତଙ୍କ ମୃତ୍ୟୁ

ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୩,୯୦୦ ଟଙ୍କା ଓ ୪୪,୯୦୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୪,୬୦୦ ଟଙ୍କା ଓ ୪୮,୬୫୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୨,୧୭୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୪୬,୦୨୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୪,୩୦୦ ଟଙ୍କା ଓ ୪୭,୦୦୦ ଟଙ୍କା ରହିଛି । ସେହିପରି ରୁପା ମୂଲ୍ୟ କିଲୋଗ୍ରାମ ପ୍ରତି ୧୩୦୦ ଟଙ୍କା ବଢ଼ି ୬୭,୯୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

ଆହୁରି ପଢ଼ନ୍ତୁ: ୟୁକ୍ରେନରେ ଏଆଇ ଡ୍ରୋନର ଆତଙ୍କ: ନିଜେ ଟାର୍ଗେଟ ବାଛି ତିନି ଜଣଙ୍କୁ କଲା ହତ୍ୟା, ଜାତିସଂଘ ନିୟମ ବାହାରେ ଏହି ଅସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର