City on the Moon: ଚନ୍ଦ୍ରପୃଷ୍ଠରେ ସହର ଗଢ଼ିବେ ଏଲନ୍‌ ମସ୍କ, ଲାଗିବ ୨୦ ବର୍ଷରୁ ଅଧିକ ସମୟ

Madhusudan Das Picture
Published On

ୱାଶିଂଟନ୍‌: ସ୍ପେସ୍‌ଏକ୍ସ ପ୍ରତିଷ୍ଠାତା ଏଲନ୍ ମସ୍କ ଏବେ ଚନ୍ଦ୍ରରେ ସହର ନିର୍ମାଣ କରିବେ। ସେ ବର୍ତ୍ତମାନ ମଙ୍ଗଳ ଗ୍ରହରୁ ଚନ୍ଦ୍ରକୁ ତାଙ୍କର ଧ୍ୟାନ କେନ୍ଦ୍ରିତ କରିଛନ୍ତି। କାରଣ ଚନ୍ଦ୍ରକୁ ମଣିଷ ପଠାଇବା ମଙ୍ଗଳ ଗ୍ରହକୁ ମଣିଷ ପଠାଇବା ଅପେକ୍ଷା ସହଜ। ମସ୍କ ଆଜି ଏ ସମ୍ପର୍କରେ  ଘୋଷଣା କରିଛନ୍ତି। ମସ୍କ କହିଛନ୍ତି ଯେ ସ୍ପେସ୍ଏକ୍ସ ବର୍ତ୍ତମାନ ଚନ୍ଦ୍ରରେ ଏକ ‘ସ୍ୱୟଂ-ବର୍ଦ୍ଧିଷ୍ଣୁ ସହର’ ନିର୍ମାଣ କରିବାକୁ ତାର ଧ୍ୟାନ କେନ୍ଦ୍ରିତ କରିଛି। ଚନ୍ଦ୍ରରେ ପହଞ୍ଚିବାକୁ ୬ମାସ ସମୟ ଲାଗେ। ନାସା ୨୦୨୮ ସୁଦ୍ଧା ମହାକାଶଚାରୀଙ୍କୁ ଚନ୍ଦ୍ରପୃଷ୍ଠକୁ ପଠାଇବା ପାଇଁ କାମ କରୁଛି। ୧୯୭୨ ରେ ଆପୋଲୋ କାର୍ଯ୍ୟକ୍ରମ ଶେଷ ହେବା ପରେ ଏହା ପ୍ରଥମ ଥର ହେବ, ଯେତେବେଳେ ମଣିଷ ଚନ୍ଦ୍ରରେ ପାଦ ରଖିବେ। ନାସାର ମୁନ୍‌ ମିସନ୍‌ରେ ସ୍ପେସଏକ୍ସର ଲୁନାର ଲ୍ୟାଣ୍ଡର ବ୍ୟବହାର କରାଯିବ । ଏହାକୁ ନିର୍ମାଣ କରିବା ପାଇଁ ନାସା ସ୍ପେସଏକ୍ସକୁ ୩ବିଲିୟନ ଡଲାର କିମ୍ବା ପ୍ରାୟ ୨୭,୦୦୦ କୋଟି ଟଙ୍କାର ଚୁକ୍ତିନାମା ଦେଇଛି । ଏହା ବର୍ତ୍ତମାନ ପରୀକ୍ଷଣ ପର୍ଯ୍ୟାୟରେ ଅଛି । କମ୍ପାନୀ ମାର୍ଚ୍ଚ ମାସରେ ଏକ ନୂତନ ପ୍ରୋଟୋଟାଇପ୍ ପରୀକ୍ଷା କରିବ ବୋଲି ଆଶା କରାଯାଉଛି । ଅରପପେକ୍ଷ ସମାନ ଲ୍ୟାଣ୍ଡର୍ ନିର୍ମାଣ ଦୌଡ଼ରେ ଜେଫ୍ ବେଜୋସ୍‌ଙ୍କ ବ୍ଲୁ ଅରିଜିନ୍ ହେଉଛି ମସ୍କଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ସୂଚନାଯୋଗ୍ୟ ଯେ ମସ୍କ ଅତୀତରେ ମୁନ୍ ମିସନକୁ ସମାଲୋଚନା କରିଥିଲେ । ଗତ ବର୍ଷ ପ୍ରାରମ୍ଭରେ, ସେ ନାସାର ଚନ୍ଦ୍ର କାର୍ଯ୍ୟକ୍ରମ, ଆର୍ଟେମିସ୍ କୁ “ବିଭ୍ରାନ୍ତି” ବୋଲି କହିଥିଲେ । ସେହି ସମୟରେ, ସେ ଲେଖିଥିଲେ, “ଆମେ ସିଧାସଳଖ ମଙ୍ଗଳ ଗ୍ରହକୁ ଯାଉଛୁ । ଚନ୍ଦ୍ର କେବଳ ଏକ ବିଭ୍ରାନ୍ତି ।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର