UGC ଇକ୍ୟୁଇଟି ରେଗୁଲେସନ ୨୦୨୬ ଉପରେ ରହିତାଦେଶ ଜାରି କଲେ ସୁପ୍ରିମକୋର୍ଟ

Madhusudan Das Picture
Published On

ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ଦ୍ୱାରା ନିକଟରେ ଜାରି କରାଯାଇଥିବା 'ପ୍ରମୋସନ ଅଫ୍ ଇକ୍ୱିଟି ରେଗୁଲେସନ୍ସ-୨୦୨୬' ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି । ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ରହିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ନ୍ୟାୟାଳୟ ଏହି ନିୟମାବଳୀର କେତେକ ବ୍ୟବସ୍ଥାକୁ ପ୍ରାଥମିକ ଭାବେ 'ଅସ୍ପଷ୍ଟ' ଏବଂ 'ଅପବ୍ୟବହାର ଯୋଗ୍ୟ' ବୋଲି ଦର୍ଶାଇଛନ୍ତି। ସଂଶୋଧିତ ଢାଞ୍ଚା ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ଏହି ନିୟମକୁ ସ୍ଥଗିତ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। UGC ୨୦୧୨ ରେଗୁଲେସନ ବଳବତ୍ତର ରହିବ ବୋଲି କହିଛନ୍ତି ସର୍ବୋଚ୍ଚ କୋର୍ଟ । 

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗଚିଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କେନ୍ଦ୍ର ସରକାର ଏବଂ ୟୁଜିସିକୁ ନୋଟିସ୍ ଜାରି କରିଛନ୍ତି। ଆବେଦନକାରୀମାନେ ଦର୍ଶାଇଥିଲେ ଯେ, ଆୟୋଗ ଜାତି ଭିତ୍ତିକ ଭେଦଭାବର ଏକ ସଙ୍କୁଚିତ ସଂଜ୍ଞା ଗ୍ରହଣ କରିଛନ୍ତି, ଯାହା କେତେକ ନିର୍ଦ୍ଦିଷ୍ଟ ବର୍ଗଙ୍କୁ ସାମ୍ବିଧାନିକ ସୁରକ୍ଷାରୁ ବଞ୍ଚିତ କରୁଛି। ନୂତନ ନିୟମ ଅନୁଯାୟୀ, ଜାତିଗତ ଭେଦଭାବ କେବଳ ଏସସି, ଏସଟି ଏବଂ ଓବିସି ବର୍ଗର ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଲାଗୁ ହେବ ବୋଲି କୁହାଯାଇଥିଲା। ଫଳରେ ସାଧାରଣ ବର୍ଗର ଛାତ୍ରଛାତ୍ରୀମାନେ ଯଦି ଜାତିଗତ କାରଣରୁ ହଇରାଣ ହୁଅନ୍ତି, ତେବେ ସେମାନଙ୍କ ପାଇଁ କୌଣସି ଆଇନଗତ ସୁରକ୍ଷା ବ୍ୟବସ୍ଥା ନଥିଲା।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ଗତ ଜାନୁଆରୀ ୧୩ ତାରିଖରେ ଏହି ନୂତନ ନିୟମାବଳୀ ବିଜ୍ଞପ୍ତି ଜରିଆରେ ପ୍ରକାଶ ପାଇଥିଲା। ଏଥିରେ ସମସ୍ତ ଉଚ୍ଚଶିକ୍ଷା ଅନୁଷ୍ଠାନ ପାଇଁ "ଇକ୍ୱିଟି କମିଟି" ଗଠନ କରିବା ବାଧ୍ୟତାମୂଳକ କରାଯାଇଥିଲା। ଏହି କମିଟିଗୁଡ଼ିକରେ ଓବିସି, ଏସସି, ଏସଟି, ଭିନ୍ନକ୍ଷମ ଏବଂ ମହିଳା ସଦସ୍ୟ ରହିବା ଆବଶ୍ୟକ ବୋଲି ନିୟମ ରହିଥିଲା। ଏହି ନୂତନ ନିୟମାବଳୀ ୨୦୧୨ ମସିହାର ପୁରୁଣା ନିୟମାବଳୀକୁ ପ୍ରତିସ୍ଥାପିତ କରିଥିଲା।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

ତେବେ କୋର୍ଟଙ୍କ ହସ୍ତକ୍ଷେପ ପରେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କୁ ଏହି ନିୟମାବଳୀର ପୁନଃ ଚିଠା ପ୍ରସ୍ତୁତ କରିବାକୁ ପଡ଼ିବ। ସଂଶୋଧିତ ନିୟମାବଳୀ ଉପସ୍ଥାପନ ନହେବା ପର୍ଯ୍ୟନ୍ତ ଏହାର କାର୍ଯ୍ୟକାରିତା ଉପରେ କଟକଣା ଜାରି ରହିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର