Viral Video: ରାସ୍ତାରୁ ଗଛ ହଟାଇ ମାନବିକତାର ପରିଚୟ ଦେଲେ ଯୁବକ, ଭିଡିଓ ଦେଖି ସାଲ୍ୟୁଟ କରୁଛନ୍ତି ଲୋକେ

Sakala Desk Picture
Published On

ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ଲୋକେ କଣ ନକରୁଛନ୍ତି! କେବେ ରାସ୍ତା ମଝିରେ ତ କେବେ ଟ୍ରେନ୍ ଭିତରେ ନାଚଗୀତ, ଆଉ କେବେ ବିପଜ୍ଜନକ ଷ୍ଟଣ୍ଟ କରି ନିଜ ଜୀବନକୁ ବିପଦରେ ପକାଉଛନ୍ତି। କିନ୍ତୁ ଏହାରି ଭିତରେ କିଛି ଏମିତି ଭିଡିଓ ସାମ୍ନାକୁ ଆସେ ଯାହା ମାନବିକତା ଉପରେ ପୁଣିଥରେ ବିଶ୍ୱାସ ଜନ୍ମାଏ। ବର୍ତ୍ତମାନ ସେମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ କିଛି ଯୁବକ ରାସ୍ତା ସଫା କରି ଏମିତି ଏକ ମହତ କାମ କରିଛନ୍ତି, ଯାହାକୁ ଦେଖି ସମସ୍ତେ ପ୍ରଶଂସା କରୁଛନ୍ତି।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ଗାଁ ରାସ୍ତା କଡ଼ରେ ଏକ ବଡ଼ ଗଛ ପଡ଼ିଯିବା କାରଣରୁ ଯାତାୟାତରେ ଘୋର ବାଧା ସୃଷ୍ଟି ହୋଇଥିଲା। ରାସ୍ତାଟି ବଙ୍କା ଥିବାରୁ ସେହି ସ୍ଥାନରେ ଦୁର୍ଘଟଣା ଘଟିବାର ଆଶଙ୍କା ମଧ୍ୟ ଅଧିକ ଥିଲା। ତେବେ ସେହି ବାଟ ଦେଇ ଯାଉଥିବା କିଛି ଯୁବକ ଏହାକୁ ଅଣଦେଖା ନକରି ନିଜେ ସଫା କରିବାକୁ ଆଗେଇ ଆସିଥିଲେ। ସେମାନେ କୁରାଢ଼ି ଏବଂ କୋଦାଳ ସାହାଯ୍ୟରେ ଗଛର ଡାଳ କାଟି ରାସ୍ତାକୁ ସମ୍ପୂର୍ଣ୍ଣ ସଫା କରିଦେଇଥିଲେ, ଯାହାଦ୍ୱାରା ଏକ ବଡ଼ ବିପଦ ଟଳି ଯାଇଥିଲା।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ଏହି ହୃଦୟସ୍ପର୍ଶୀ ଭିଡିଓଟିକୁ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' (ଟ୍ୱିଟର)ରେ @DineshRedBull ନାମକ ଆକାଉଣ୍ଟରୁ ସେୟାର କରାଯାଇଛି। କ୍ୟାପସନରେ ଲେଖାଯାଇଛି, "ଯେଉଁମାନେ ଅନ୍ୟମାନଙ୍କ ପାଇଁ ରାସ୍ତା ସଫା କରନ୍ତି, ସେମାନେ ହିଁ ପ୍ରକୃତ ମଣିଷ।" ଏହି ୧ ମିନିଟ୍ ୩୪ ସେକେଣ୍ଡର ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷରୁ ଅଧିକ ଥର ଦେଖାସରିଲାଣି ଏବଂ ୯ ହଜାରରୁ ଅଧିକ ଲୋକ ଏହାକୁ ଲାଇକ୍ କରିଛନ୍ତି।

ଭିଡିଓ ଦେଖିବା ପରେ ୟୁଜର୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି, "ପରୋପକାର ହିଁ ମାନବିକତାର ପ୍ରକୃତ ରୂପ"। ଅନ୍ୟ କିଛି ଲୋକ ଏହାକୁ ସ୍କ୍ରିପ୍ଟେଡ୍ ଭିଡିଓ ବୋଲି କହୁଥିଲେ ମଧ୍ୟ ଏଥିରୁ ମିଳୁଥିବା ସାମାଜିକ ବାର୍ତ୍ତାକୁ ପ୍ରଶଂସା କରିଛନ୍ତି। ଯୁବକମାନଙ୍କର ଏହି 'ସିଭିକ୍ ସେନ୍ସ' ବା ନାଗରିକ ଦାୟିତ୍ୱବୋଧକୁ ସମସ୍ତେ ସାଲ୍ୟୁଟ କରୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର