୧ରୁ ୫୦ ଯାଏଁ ଲେଖି ନପାରିବାରୁ ୪ ବର୍ଷର ଝିଅକୁ ପିଟିପିଟି ମାରିଦେଲା ବାପା

Madhusudan Das Picture
Published On

ହରିୟାଣା: ଝିଅକୁ ହତ୍ୟା କଲା ବାପା । ହୋମୱାର୍କ ନ କରିବାରରୁ ୪ବର୍ଷର ଝିଅକୁ ପିଟି ପିଟି ହତ୍ୟା କଲା । ହରିୟାଣାର ଫରିଦାବାଦରୁ ସାମ୍ନାକୁ ଆସିଛି ଏପରି ଏକ ହୃଦୟ ବିଦାରକ ଘଟଣା । ଯେଉଁଠାରେ ଜଣେ ବାପା ସାମାନ୍ୟ ପାଠପଢ଼ାକୁ କେନ୍ଦ୍ର କରି ନିଜର ୪ ବର୍ଷର ଝିଅକୁ ପିଟିପିଟି ହତ୍ୟା କରିଛି। ଶିଶୁକନ୍ୟାଟି ୧ରୁ ୫୦ ପର୍ଯ୍ୟନ୍ତ ସଂଖ୍ୟା ଲେଖିବାରେ ବିଫଳ ହେବାରୁ, ରାଗିଯାଇ ବାପା ତାକୁ ଏକ ରୁଟି ବେଲିବା ବାଡ଼ି (ବେଲଣା କାଠି) ରେ ଆକ୍ରମଣ କରିଥିଲା। ପୋଲିସ ଅଭିଯୁକ୍ତ ବାପାକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ଆମେରିକାରେ ପିଲାଙ୍କ ପାସପୋର୍ଟ ନିୟମରେ ହୋଇପାରେ ପରିବର୍ତ୍ତନ: ବାପା-ମା'ଙ୍କୁ ଦେବାକୁ ପଡ଼ିବ ନାଗରିକତ୍ୱର ପ୍ରମାଣ

ମୃତ ଶିଶୁକନ୍ୟାର ନାମ ବଂଶିକା ବୋଲି ଜଣାପଡିଛି। ଅଭିଯୁକ୍ତ ବାପା କୃଷ୍ଣ ଜୟସ୍ୱାଲ (୩୧) ଝିଅକୁ ଘରେ ପାଠ ପଢ଼ାଉଥିଲେ। ଝିଅଟି ଗଣିତ ସଂଖ୍ୟା ଠିକ୍ ଭାବରେ ଲେଖି ନପାରିବାରୁ କୃଷ୍ଣ ଉତ୍ତ୍ୟକ୍ତ ହୋଇ ତାକୁ ବେଲଣା କାଠିରେ ନିର୍ଦ୍ଦୟ ଭାବେ ପିଟିବା ସହ ଚଟାଣରେ କଚାଡ଼ି ଦେଇଥିଲେ। ଏଥିରେ ଶିଶୁଟିର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଏବଂ ଡାକ୍ତରଖାନାରେ ତାକୁ ମୃତ ଘୋଷଣା କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ

ନିଜର ଦୋଷ ଲୁଚାଇବା ପାଇଁ ଅଭିଯୁକ୍ତ କୃଷ୍ଣ ଜୟସ୍ୱାଲ ଏକ ମିଛ କାହାଣୀ ରଚିଥିଲା। ସେ ନିଜ ପତ୍ନୀ ରଞ୍ଜିତା ଏବଂ ଡାକ୍ତରଙ୍କୁ କହିଥିଲା ଯେ ଝିଅ ଖେଳୁଥିବା ସମୟରେ ସିଡ଼ିରୁ ଖସିପଡ଼ି ଆହତ ହୋଇଛି। କିନ୍ତୁ ଘଟଣା ସମୟରେ ଘରେ ଥିବା ତାଙ୍କର ୭ ବର୍ଷର ପୁଅ ମାଆଙ୍କୁ ସତ୍ୟ ଘଟଣା ସମ୍ପର୍କରେ ଜଣାଇଥିଲା। ପୁଅ କହିଥିଲା ଯେ ବାପା ଭଉଣୀକୁ ପ୍ରବଳ ମାଡ଼ ମାରିଛନ୍ତି। ଝିଅ ଦେହରେ ମାଡ଼ର ଦାଗ ଦେଖି ରଞ୍ଜିତା ପୋଲିସରେ ଅଭିଯୋଗ କରିଥିଲେ।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

ଅଭିଯୋଗ ପାଇବା ପରେ ଶୁକ୍ରବାର ଦିନ ଫରିଦାବାଦର ସେକ୍ଟର ୫୮ ପୋଲିସ କୃଷ୍ଣ ଜୟସ୍ୱାଲଙ୍କୁ ଗିରଫ କରିଛି। ଅଭିଯୁକ୍ତ ବିରୋଧରେ BNS ଧାରା ୧୦୩(୧) ଅଧୀନରେ ହତ୍ୟା ମାମଲା ରୁଜୁ କରାଯାଇଛି। ପୋଲିସ ମୁଖପାତ୍ର ଯଶପାଲ କହିଛନ୍ତି ଯେ ପୋଲିସ ପରିବାର ଓ ପଡୋଶୀଙ୍କ ବୟାନ ରେକର୍ଡ କରୁଛି ଏବଂ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ। ସୂଚନାଯୋଗ୍ୟ ଯେ, ଏହି ପରିବାର ଉତ୍ତରପ୍ରଦେଶର ସୋନଭଦ୍ରରୁ ଆସି ଏଠାରେ ରହୁଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର