ଗୁଜରାଟ ଉପକୂଳରେ ଆତଙ୍କ: ସମୁଦ୍ର ଜଳ ହଠାତ ଉତ୍ତପ୍ତ ହୋଇ ଫୁଟୁଛି !

Madhusudan Das Picture
Published On

ନୂଆଦିଲ୍ଲୀ: ଗୁଜରାଟ ଓ ମହାରାଷ୍ଟ୍ରର ପାଲଘର ନିକଟରେ ସମୁଦ୍ର ଜଳ ହଠାତ ଉତ୍ତପ୍ତ ହୋଇ ଫୁଟୁଥିବାର ଦେଖାଯାଇଛି। ଫଳରେ ପାଲଘର ଜିଲ୍ଲାର ମତ୍ସ୍ୟଜୀବୀମାନଙ୍କୁ ଏ ନେଇ ସତର୍କ କରାଯାଇଛି । ମତ୍ସ୍ୟଜୀବୀମାନେ ସମୁଦ୍ର ପାଣି ଫୁଟୁଥବା ଓ ବୁଦବୁଦ ହେଉଥିବାର ଭିଡିଓ ରେକର୍ଡ କରିଛନ୍ତି। ଏହି ଅଦ୍ଭୂତ ଘଟଣା ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଚିନ୍ତିତ କରିଛି। ଏ ନେଇ ତୁରନ୍ତ ଦଦନ୍ତ ଆରମ୍ଭ କରାଯାଇଛି ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ବୈଜ୍ଞାନିକମାନେ ଏହାର କାରଣ ଖୋଜିବାକୁ ପ୍ରୟାସ କରୁଛନ୍ତି। ସେମାନେ ଗ୍ୟାସ ଲିକ୍‌‌ ବା ପାଇପ୍‌‌ ଲାଇନ୍‌‌ ଫାଟିଥିବା ସନ୍ଦେହ କରୁଛନ୍ତି। ଏହି ସାମୁଦ୍ରିକ ଘଟଣାକୁ ଅତି ଅସାଧାରଣ ବୋଲି କୁହାଯାଇଛି। ଏ ନେଇ ପ୍ରମୁଖ ସାମୁଦ୍ରିକ ବିଶେଷଜ୍ଞ ତୁରନ୍ତ ଧ୍ୟାନ ଦେବା ଆବଶ୍ୟକ। ଏହି ଅଞ୍ଚଳ ଜାହାଜ ଓ ମାଛ ଧରିବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ସ୍ଥାନ ସାମୁଦ୍ରିକ ପଥର ନିକଟତର ହୋଇଥିବାରୁ  ଏହି ବାଟ ଦେଇ ଜାହଜଗୁଡିକ ଯିବାରେ ଅନ୍ତରାୟ ହେବାକୁ ଯାଉଛି। ଏହି ଘଟଣାକୁ ଅତ୍ୟନ୍ତ ଅସାଧାରଣ ଘଟଣା ଭାବେ ବର୍ଣ୍ଣନା କରାଯାଇଛି। ଘଟଣାର ପରୀକ୍ଷା ତଥା ତଦନ୍ତ ପାଇଁ ଇଣ୍ଡିଆନ ନ୍ୟାସନାଲ ସେଣ୍ଟର ଫର ଓସେନ ଇନଫର୍ମେସନ ସର୍ଭିସେସ ଦଳକୁ ନିୟୋଜିତ କରାଯାଇଛି। 

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

ସମୁଦ୍ର ଗର୍ଭରୁ ମିଥେନ୍‌‌ ଗ୍ୟାସ୍‌‌ ପ୍ରାକୃତିକ ଭାବେ ବାହରୁ ଥିବା ଆଶଙ୍କାକୁ ମଧ୍ୟ ଏଡାଇ ହେବନି ଓ ଏହା ପ୍ରାୟତଃ ଗୁରୁତ୍ୱପୂର୍ଣ୍ଣ ଭୂଗର୍ଭ ଗତିବିଧି ଅଞ୍ଚଳରେ ଘଟିଥାଏ। ପୁଣି ଜଳମଗ୍ନ ଭୂତାତ୍ତ୍ୱିକ ଗତିବିଧି, ସମୁଦ୍ର ତଳେ ବିଛା ଯାଇଥିବା ଏକ ତୈଳ କିମ୍ବା ଗ୍ୟାସ ପାଇପ୍‌‌ ଲାଇନ୍‌‌ ଫାଟିବା କାରଣରୁ ଗ୍ୟାସ୍‌‌ ଉତ୍ପନ୍ନ ହେବାର ଆଶଙ୍କାକୁ ମଧ୍ୟ ଏଡାଇ ହେବନି। ଅବଶ୍ୟ ଗୁଜରାଟ ଉପକୂଳରେ ଏଭଳି ଘଟଣା ଘଟିବା ନୂଆ ନୁହେଁ। ଅତୀତରେ ଏହି ଉପକୂଳରେ ଏଭଳି ଗତିବିଧି ଦେଖିବାକୁ ମିଳିଛି। ଆରବ ସାଗରର ଏହି ଅଂଶ ଅତ୍ୟନ୍ତ ସମ୍ବେଦନଶୀଳ, ବାରମ୍ବାର ସମୁଦ୍ର ଗତିବିଧି ଓ ଭୂକମ୍ପର ଅନୁଭବ କରିଆସୁଛି। ପୁଣି ସମୁଦ୍ରର ତାପମାତ୍ରା ବୃଦ୍ଧି ମଧ୍ୟ ଏଭଳି ସ୍ଥିତି ସୃଷ୍ଟି କରିପାରେ ବୋଲି ବୈଜ୍ଞାନିକମାନେ ବିଶ୍ୱାସ କରିନ୍ତି। ୨୦୨୪ରେ ଉତ୍ତର ସାଗରରେ ଘଟିଥିବା ଘଟଣା ସହ ଏହା ସମାନ ବୋଲି କୁହାଯାଉଛି। ସେଠାରେ ସମୁଦ୍ର ଭିତରରେ ଥିବା ଜ୍ୱାଳାମୂଖୀ ବିସ୍ଫୋରଣ ହୋଇଥିଲା ଓ ପାଣି ବୁଦ୍‌‌ବୁଦ୍‌‌ ହୋଇ ଉଠିଥିଲା। ସମୁଦ୍ରର ଏହି ଅଂଶରେ ସୃଷ୍ଟି ହୋଇଥିବା ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ବୈଜ୍ଞାନିକମାନେ ହାଇଡ୍ରୋଜେନ ସଲଫାଇଡ କିମ୍ବା କାର୍ବନ ଡାଇଅକ୍ସାଇଡ୍‌‌ ଭଳି ବିପଜ୍ଜନକ ଗ୍ୟାସ୍‌‌ ଅଛି କି ନାହିଁ ତାହା ନିର୍ଣ୍ଣୟ କରିବା ପାଇଁ ଜଳ ନମୁନା ସଂଗ୍ରହ କରୁଛନ୍ତି । ଜଳବାୟୁ ପରିବର୍ତ୍ତନକୁ ନେଇ ପରିବେଶବିତମାନେ ଚିନ୍ତା ପ୍ରକଟ କରୁଥିବା ବେଳେ ସମୁଦ୍ର ଭିତରେ ଏଭଳି ଅସାଧାରଣ ସ୍ଥିତି ଆଗାମୀ ଦିନରେ କୌଣସି ବଡ଼ ଧରଣର ବିପଦ ଆଡ଼କୁ ଇଙ୍ଗିତ କରୁଛି ବୋଲି ଆଶଙ୍କା କରାଯାଉଛି ।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର