କ୍ବିକ୍‌ କମର୍ସରେ ୧୦ ମିନିଟ୍ ଡେଲିଭରି ସେବା ବନ୍ଦ: ଡେଲିଭରି ବୟଙ୍କ ସୁରକ୍ଷା ଦୃଷ୍ଟିରୁ ସମୟ ସୀମା ହଟାଇଲେ ସରକାର

Madhusudan Das Picture
Published On

ନୂଆଦିଲ୍ଲୀ: କ୍ୱିକ୍ କମର୍ସ ପ୍ଲାଟଫର୍ମଗୁଡ଼ିକ ଏବେ ଗ୍ରାହକଙ୍କୁ "୧୦ ମିନିଟ୍ ଡେଲିଭରି"ର ପ୍ରତିଶ୍ରୁତି ଦେବେ ନାହିଁ। କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ହସ୍ତକ୍ଷେପ ପରେ ପ୍ରମୁଖ ଇ-କମର୍ସ କମ୍ପାନୀଗୁଡ଼ିକ ଏହି ସେବା ହଟାଇବାକୁ ସହମତି ପ୍ରକାଶ କରିଛନ୍ତି। ଡେଲିଭରି ପାର୍ଟନରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ଆହୁରି ପଢ଼ନ୍ତୁ: ସରି ବାପା-ମା', ଆଉ ଥରେ ନିଟ୍ (NEET) ଦେବାକୁ ସାହସ ନାହିଁ: ପେପର ଲିକ୍ ବିବାଦ ମଧ୍ୟରେ ଛାତ୍ରୀଙ୍କ ଆତ୍ମହତ୍ୟା

କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ଲିଙ୍କିଟ୍ (Blinkit), ଜେପ୍ଟୋ (Zepto), ସ୍ୱିଗି (Swiggy) ଏବଂ ଜୋମାଟୋ (Zomato) ଭଳି କମ୍ପାନୀର ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିଲା। ଏହି ବୈଠକରେ ମନ୍ତ୍ରୀ ମାଣ୍ଡଭିୟ ପରାମର୍ଶ ଦେଇଥିଲେ ଯେ, ତରବରିଆ ଡେଲିଭରି ପାଇଁ ଡେଲିଭରି ବୟଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି। ତେଣୁ ବ୍ରାଣ୍ଡ ବିଜ୍ଞାପନ ଏବଂ ସୋସିଆଲ ମିଡିଆରୁ କଠୋର ଡେଲିଭରି ସମୟ ସୀମା ସମ୍ବନ୍ଧୀୟ ଦାବି ହଟାଇବାକୁ କମ୍ପାନୀଗୁଡ଼ିକୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରୁ କାହିଁକି ହଟୁଛି ପୋଷ୍ଟ? ସେନ୍ସରସିପ୍ ଗୁଜବ ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଖୁଲାସା

ରିପୋର୍ଟ ଅନୁଯାୟୀ, ସରକାରଙ୍କ ନିର୍ଦ୍ଦେଶ ପରେ Blinkit ତୁରନ୍ତ ଏହାର ବ୍ରାଣ୍ଡିଂରୁ ୧୦ ମିନିଟ୍ ଡେଲିଭରି ପ୍ରତିଶ୍ରୁତି ହଟାଇ ଦେଇଛି। ଅନ୍ୟ କମ୍ପାନୀଗୁଡ଼ିକ ମଧ୍ୟ ଖୁବଶୀଘ୍ର ଏହି ନିୟମ ପାଳନ କରିବେ ବୋଲି ସରକାରଙ୍କୁ ଆଶ୍ୱାସନା ଦେଇଛନ୍ତି। ଏହି ପଦକ୍ଷେପ ଦ୍ୱାରା ଗିଗ୍ ୱାର୍କର୍ସ ବା ଡେଲିଭରି କର୍ମଚାରୀଙ୍କ କାର୍ଯ୍ୟ ପରିବେଶରେ ଉନ୍ନତି ଆସିବା ସହ ସଡ଼କ ସୁରକ୍ଷା ନିଶ୍ଚିତ ହୋଇପାରିବ।

ଆହୁରି ପଢ଼ନ୍ତୁ: ଇରାନ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍: 'ମିଡିଲ୍ ଇଷ୍ଟର ଗୁଣ୍ଡା ଶେଷ' ବୋଲି କହିଲେ ଟ୍ରମ୍ପ, ଇରାନର ପଲଟାବାର

ସୂଚନାଯୋଗ୍ୟ ଯେ, ନିକଟରେ ଗିଗ୍ ୱାର୍କର୍ସ ୟୁନିୟନ ପକ୍ଷରୁ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଥିଲା। ଇଣ୍ଡିଆନ୍ ଫେଡେରେସନ୍ ଅଫ୍ ଆପ୍-ବେସଡ୍ ଟ୍ରାନ୍ସପୋର୍ଟ ୱାର୍କର୍ସ (IFAT) ନେତୃତ୍ୱରେ ହୋଇଥିବା ଏହି ଆନ୍ଦୋଳନରେ ୧୦ ମିନିଟ୍ ଡେଲିଭରି ସେବା ବନ୍ଦ କରିବା ଏବଂ ପୁରୁଣା ପେ-ଆଉଟ୍ ବ୍ୟବସ୍ଥା ଲାଗୁ କରିବାକୁ ଦାବି କରାଯାଇଥିଲା।

13 Jan 2026 By Madhusudan Das

କ୍ବିକ୍‌ କମର୍ସରେ ୧୦ ମିନିଟ୍ ଡେଲିଭରି ସେବା ବନ୍ଦ: ଡେଲିଭରି ବୟଙ୍କ ସୁରକ୍ଷା ଦୃଷ୍ଟିରୁ ସମୟ ସୀମା ହଟାଇଲେ ସରକାର

ନୂଆଦିଲ୍ଲୀ: କ୍ୱିକ୍ କମର୍ସ ପ୍ଲାଟଫର୍ମଗୁଡ଼ିକ ଏବେ ଗ୍ରାହକଙ୍କୁ "୧୦ ମିନିଟ୍ ଡେଲିଭରି"ର ପ୍ରତିଶ୍ରୁତି ଦେବେ ନାହିଁ। କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ହସ୍ତକ୍ଷେପ ପରେ ପ୍ରମୁଖ ଇ-କମର୍ସ କମ୍ପାନୀଗୁଡ଼ିକ ଏହି ସେବା ହଟାଇବାକୁ ସହମତି ପ୍ରକାଶ କରିଛନ୍ତି। ଡେଲିଭରି ପାର୍ଟନରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ଲିଙ୍କିଟ୍ (Blinkit), ଜେପ୍ଟୋ (Zepto), ସ୍ୱିଗି (Swiggy) ଏବଂ ଜୋମାଟୋ (Zomato) ଭଳି କମ୍ପାନୀର ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିଲା। ଏହି ବୈଠକରେ ମନ୍ତ୍ରୀ ମାଣ୍ଡଭିୟ ପରାମର୍ଶ ଦେଇଥିଲେ ଯେ, ତରବରିଆ ଡେଲିଭରି ପାଇଁ ଡେଲିଭରି ବୟଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି। ତେଣୁ ବ୍ରାଣ୍ଡ ବିଜ୍ଞାପନ ଏବଂ ସୋସିଆଲ ମିଡିଆରୁ କଠୋର ଡେଲିଭରି ସମୟ ସୀମା ସମ୍ବନ୍ଧୀୟ ଦାବି ହଟାଇବାକୁ କମ୍ପାନୀଗୁଡ଼ିକୁ କୁହାଯାଇଛି।

ରିପୋର୍ଟ ଅନୁଯାୟୀ, ସରକାରଙ୍କ ନିର୍ଦ୍ଦେଶ ପରେ Blinkit ତୁରନ୍ତ ଏହାର ବ୍ରାଣ୍ଡିଂରୁ ୧୦ ମିନିଟ୍ ଡେଲିଭରି ପ୍ରତିଶ୍ରୁତି ହଟାଇ ଦେଇଛି। ଅନ୍ୟ କମ୍ପାନୀଗୁଡ଼ିକ ମଧ୍ୟ ଖୁବଶୀଘ୍ର ଏହି ନିୟମ ପାଳନ କରିବେ ବୋଲି ସରକାରଙ୍କୁ ଆଶ୍ୱାସନା ଦେଇଛନ୍ତି। ଏହି ପଦକ୍ଷେପ ଦ୍ୱାରା ଗିଗ୍ ୱାର୍କର୍ସ ବା ଡେଲିଭରି କର୍ମଚାରୀଙ୍କ କାର୍ଯ୍ୟ ପରିବେଶରେ ଉନ୍ନତି ଆସିବା ସହ ସଡ଼କ ସୁରକ୍ଷା ନିଶ୍ଚିତ ହୋଇପାରିବ।

ସୂଚନାଯୋଗ୍ୟ ଯେ, ନିକଟରେ ଗିଗ୍ ୱାର୍କର୍ସ ୟୁନିୟନ ପକ୍ଷରୁ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଥିଲା। ଇଣ୍ଡିଆନ୍ ଫେଡେରେସନ୍ ଅଫ୍ ଆପ୍-ବେସଡ୍ ଟ୍ରାନ୍ସପୋର୍ଟ ୱାର୍କର୍ସ (IFAT) ନେତୃତ୍ୱରେ ହୋଇଥିବା ଏହି ଆନ୍ଦୋଳନରେ ୧୦ ମିନିଟ୍ ଡେଲିଭରି ସେବା ବନ୍ଦ କରିବା ଏବଂ ପୁରୁଣା ପେ-ଆଉଟ୍ ବ୍ୟବସ୍ଥା ଲାଗୁ କରିବାକୁ ଦାବି କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର