ଭାରତରେ ବିସ୍ଫୋରଣ ପାଇଁ ମାସୁଦ ଆଝାରର ଷଡ଼ଯନ୍ତ୍ର, ଅନୁପ୍ରବେଶ ଅପେକ୍ଷାରେ ହଜାରେରୁ ଉର୍ଦ୍ଧ୍ୱ ଆତ୍ମଘାତୀ

Madhusudan Das Picture
Published On

ନୂଆଦିଲ୍ଲୀ: ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ (ଜେଇଏମ) ମୁଖ୍ୟ ତଥା ଦୁର୍ଦ୍ଦାନ୍ତ ଆତଙ୍କବାଦୀ ମାସୁଦ ଆଝାର ଭାରତ ବିରୋଧରେ ବଡ଼ ଧରଣର ଷଡ଼ଯନ୍ତ୍ର ଚଳାଇଛି ।  ଭାରତର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ପାଇଁ ସେ ଆତ୍ମଘାତୀ ଆତଙ୍କବାଦୀଙ୍କ ସେନା ପ୍ରସ୍ତୁତ କରିଛି।  ବଡ଼ଧରଣର ବିସ୍ଫୋରଣ ପାଇଁ ଜଣେ କି ଦୁଇ ଜଣ ନୁହେଁ, ହଜାରରୁ ଅଧିକ ଆତ୍ମଘାତୀଙ୍କୁ ଭାରତରେ ଅନୁପ୍ରବେଶ କରାଇବାକୁ ଚାହିଁ ବସିଛି । ବିଶ୍ବ ଆତଙ୍କବାଦୀ ମାସୁଦ ଆଝାରର ଏକ ଭାଇରାଲ ଅଡିଓରୁ ଏହି ସୂଚନା ମିଳିଛି । ଭାରତ ବିରୋଧୀ ଆତଙ୍କବାଦୀ କାର୍ଯ୍ୟକଳାପରେ ଏହି ଆତଙ୍କବାଦୀକୁ ପାକିସ୍ତାନ ସରକାର ଏବଂ ସେନା ମଧ୍ୟ ସହାୟତା କରୁଛି । ଦୀର୍ଘ ଦିନ ହେଲା ସେ ଭାରତ ବିରୋଧରେ ଛାମୁଆ ଯୁଦ୍ଧ ଚଳାଇଛି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ମାସୁଦର ଭାଇରାଲ ରେକର୍ଡିଂରୁ ଶୁଣିବାକୁ ମିଳୁଛି ଯେ ହଜାରେରୁ ଅଧିକ ଆତ୍ମଘାତୀ ଅପେକ୍ଷା କରି ବସିଛନ୍ତି। ସେମାନେ ଭାରତରେ ଅନୁପ୍ରେବଶ ପାଇଁ ଚାପ ପକାଉଛନ୍ତି। ଯଦି ଏହି ଆତ୍ମଘାତୀଙ୍କ ପ୍ରକୃତ ସଂଖ୍ୟା ସାର୍ବଜନୀନ କରି ଦିଆଯିବ ତେବେ ବିଶ୍ବର ହଇଚଇ ସୃଷ୍ଟି ହେବ ବୋଲି ଆଝାର କହୁଛି। ସେ ଦାବି କରିଛି ଯେ ଏହି ଆତଙ୍କବାଦୀ ଆକ୍ରମଣ କରିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରଶିକ୍ଷଣ ପାଇଛନ୍ତି। ନିଜ ଲକ୍ଷ୍ୟ ହାସଲ ପାଇଁ ଜୀବନ ଦେବାକୁ ଏହି ଆତଙ୍କବାଦୀ ଚାହିଁ ବସିଛନ୍ତି। ମାତ୍ର ଏହି ଅଡିଓର ସତ୍ୟାସତ୍ୟ ଏବଂ କେବେ ଏହା ରେକର୍ଡିଂ ହୋଇଥିଲା ତାହା ଜଣାପଡ଼ିନାହିଁ । ଏହାକୁ ନେଇ ସୁରକ୍ଷାବାହିନୀ ଗୁଡ଼ିକ ସତର୍କ ହୋଇଯାଇଛନ୍ତି । ସୀମାରେ ସୁରକ୍ଷାକୁ କଡ଼ାକଡ଼ି କରିଦିଆଯାଇଛି । ତୁଷାରପାତର ସୁଯୋଗ ନେଇ ଆତଙ୍କବାଦୀ ସୀମାରେ ଅନୁପ୍ରବେଶ କରିପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି ।
 
୨୦୦୮ ମୁମ୍ବଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ମାସୁଦ ଆଝାର ଦୀର୍ଘ ବର୍ଷ ହେଲା ଭାରତ ବିରୋଧୀ ବୟାନ ଦେଇଚାଲିଛି। ସେ ଭାରତରେ ହୋଇଥିବା ଅନେକ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ରହିଛି। ପହଲଗାମ ଆକ୍ରମଣର ଜବାବରେ ଭାରତ ଚଳାଇଥିବା ‘ଅପରେସନ ସିନ୍ଦୂର’ରେ ଜେଇଏମର ବାହାବଲପୁର ସ୍ଥିତ ଠିକଣାକୁ ଧ୍ବଂସ କରିଦିଆଯାଇଥିଲା । ଏଥିରେ ମାସୁଦ ଆଝାର ପରିବାରର ଅନେକ ବ୍ୟକ୍ତି ନିହତ ହୋଇଥିଲେ ।  ଅନ୍ୟପଟେ ମାସୁଦ ପାକିସ୍ତାନ ସେନାର ଛତ୍ରଛାୟାରେ ରହି ଭାରତ ବିରୋଧୀ ଷଡ଼ଯନ୍ତ୍ର କରୁଛି । ତେବେ ୨୦୧୯ରୁ ତାକୁ ସାର୍ବଜନୀନ ସ୍ଥାନରେ ଦେଖାଯାଇ ନାହିଁ। ବାହାବଲପୁର ଆକ୍ରମଣରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲା ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

12 Jan 2026 By Madhusudan Das

ଭାରତରେ ବିସ୍ଫୋରଣ ପାଇଁ ମାସୁଦ ଆଝାରର ଷଡ଼ଯନ୍ତ୍ର, ଅନୁପ୍ରବେଶ ଅପେକ୍ଷାରେ ହଜାରେରୁ ଉର୍ଦ୍ଧ୍ୱ ଆତ୍ମଘାତୀ

ନୂଆଦିଲ୍ଲୀ: ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ (ଜେଇଏମ) ମୁଖ୍ୟ ତଥା ଦୁର୍ଦ୍ଦାନ୍ତ ଆତଙ୍କବାଦୀ ମାସୁଦ ଆଝାର ଭାରତ ବିରୋଧରେ ବଡ଼ ଧରଣର ଷଡ଼ଯନ୍ତ୍ର ଚଳାଇଛି ।  ଭାରତର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ପାଇଁ ସେ ଆତ୍ମଘାତୀ ଆତଙ୍କବାଦୀଙ୍କ ସେନା ପ୍ରସ୍ତୁତ କରିଛି।  ବଡ଼ଧରଣର ବିସ୍ଫୋରଣ ପାଇଁ ଜଣେ କି ଦୁଇ ଜଣ ନୁହେଁ, ହଜାରରୁ ଅଧିକ ଆତ୍ମଘାତୀଙ୍କୁ ଭାରତରେ ଅନୁପ୍ରବେଶ କରାଇବାକୁ ଚାହିଁ ବସିଛି । ବିଶ୍ବ ଆତଙ୍କବାଦୀ ମାସୁଦ ଆଝାରର ଏକ ଭାଇରାଲ ଅଡିଓରୁ ଏହି ସୂଚନା ମିଳିଛି । ଭାରତ ବିରୋଧୀ ଆତଙ୍କବାଦୀ କାର୍ଯ୍ୟକଳାପରେ ଏହି ଆତଙ୍କବାଦୀକୁ ପାକିସ୍ତାନ ସରକାର ଏବଂ ସେନା ମଧ୍ୟ ସହାୟତା କରୁଛି । ଦୀର୍ଘ ଦିନ ହେଲା ସେ ଭାରତ ବିରୋଧରେ ଛାମୁଆ ଯୁଦ୍ଧ ଚଳାଇଛି ।

ମାସୁଦର ଭାଇରାଲ ରେକର୍ଡିଂରୁ ଶୁଣିବାକୁ ମିଳୁଛି ଯେ ହଜାରେରୁ ଅଧିକ ଆତ୍ମଘାତୀ ଅପେକ୍ଷା କରି ବସିଛନ୍ତି। ସେମାନେ ଭାରତରେ ଅନୁପ୍ରେବଶ ପାଇଁ ଚାପ ପକାଉଛନ୍ତି। ଯଦି ଏହି ଆତ୍ମଘାତୀଙ୍କ ପ୍ରକୃତ ସଂଖ୍ୟା ସାର୍ବଜନୀନ କରି ଦିଆଯିବ ତେବେ ବିଶ୍ବର ହଇଚଇ ସୃଷ୍ଟି ହେବ ବୋଲି ଆଝାର କହୁଛି। ସେ ଦାବି କରିଛି ଯେ ଏହି ଆତଙ୍କବାଦୀ ଆକ୍ରମଣ କରିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରଶିକ୍ଷଣ ପାଇଛନ୍ତି। ନିଜ ଲକ୍ଷ୍ୟ ହାସଲ ପାଇଁ ଜୀବନ ଦେବାକୁ ଏହି ଆତଙ୍କବାଦୀ ଚାହିଁ ବସିଛନ୍ତି। ମାତ୍ର ଏହି ଅଡିଓର ସତ୍ୟାସତ୍ୟ ଏବଂ କେବେ ଏହା ରେକର୍ଡିଂ ହୋଇଥିଲା ତାହା ଜଣାପଡ଼ିନାହିଁ । ଏହାକୁ ନେଇ ସୁରକ୍ଷାବାହିନୀ ଗୁଡ଼ିକ ସତର୍କ ହୋଇଯାଇଛନ୍ତି । ସୀମାରେ ସୁରକ୍ଷାକୁ କଡ଼ାକଡ଼ି କରିଦିଆଯାଇଛି । ତୁଷାରପାତର ସୁଯୋଗ ନେଇ ଆତଙ୍କବାଦୀ ସୀମାରେ ଅନୁପ୍ରବେଶ କରିପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି ।
 
୨୦୦୮ ମୁମ୍ବଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ମାସୁଦ ଆଝାର ଦୀର୍ଘ ବର୍ଷ ହେଲା ଭାରତ ବିରୋଧୀ ବୟାନ ଦେଇଚାଲିଛି। ସେ ଭାରତରେ ହୋଇଥିବା ଅନେକ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ରହିଛି। ପହଲଗାମ ଆକ୍ରମଣର ଜବାବରେ ଭାରତ ଚଳାଇଥିବା ‘ଅପରେସନ ସିନ୍ଦୂର’ରେ ଜେଇଏମର ବାହାବଲପୁର ସ୍ଥିତ ଠିକଣାକୁ ଧ୍ବଂସ କରିଦିଆଯାଇଥିଲା । ଏଥିରେ ମାସୁଦ ଆଝାର ପରିବାରର ଅନେକ ବ୍ୟକ୍ତି ନିହତ ହୋଇଥିଲେ ।  ଅନ୍ୟପଟେ ମାସୁଦ ପାକିସ୍ତାନ ସେନାର ଛତ୍ରଛାୟାରେ ରହି ଭାରତ ବିରୋଧୀ ଷଡ଼ଯନ୍ତ୍ର କରୁଛି । ତେବେ ୨୦୧୯ରୁ ତାକୁ ସାର୍ବଜନୀନ ସ୍ଥାନରେ ଦେଖାଯାଇ ନାହିଁ। ବାହାବଲପୁର ଆକ୍ରମଣରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲା ।

https://www.thesakala.in/national-international/masood-azhars-plan-to-carry-out-blasts-in-india/article-44034
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର