ED Vs Mamata: I-PAC ମୁଖ୍ୟଙ୍କ ଘରେ ଚଢ଼ଉ ବେଳେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, କୋଲକାତାରେ ହାଇଡ୍ରାମା ରାଜନୀତି

Madhusudan Das Picture
Published On

କୋଲକାତା: ଗୁରୁବାର କୋଲକାତାରେ ଦେଖିବାକୁ ମିଳିଛି ହାଇ-ଭୋଲଟେଜ୍ ରାଜନୈତିକ ଡ୍ରାମା। କୋଲକାତାରେ ତୃଣମୂଳ କଂଗ୍ରେସ ପାଇଁ କାମ କରୁଥିବା ରାଜନୈତିକ ପରାମର୍ଶଦାତା ସଂସ୍ଥା ଆଇ-ପ୍ୟାକ୍ (I-PAC) ମୁଖ୍ୟ ପ୍ରତୀକ ଜୈନଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପକ୍ଷରୁ ଚଢ଼ଉ କରାଯାଇଛି। କୋଇଲା ଚୋରା ଚାଲାଣ ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ଅଭିଯୋଗରେ ଗୁରୁବାର ଏହି ଚଢ଼ଉ ହୋଇଥିବା ବେଳେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହଠାତ୍ ଘଟଣାସ୍ଥଳରେ ପହଞ୍ଚିବା ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ଇଡି ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ପ୍ରତୀକ ଜୈନଙ୍କ ଘରେ ଏବଂ ଅଫିସରେ ତଲାସୀ ଅଭିଯାନ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବହୁ ସଂଖ୍ୟକ ପୋଲିସ ଅଧିକାରୀଙ୍କ ସହ ସେଠାରେ ପହଞ୍ଚିବା ପରେ ପରିସ୍ଥିତି ବଦଳି ଯାଇଥିଲା। ରିପୋର୍ଟ ଅନୁଯାୟୀ, ମମତା ବାନାର୍ଜୀ ପ୍ରାୟ ୨୦-୨୫ ମିନିଟ୍ ଧରି ସେଠାରେ ରହିଥିଲେ ଏବଂ ଫେରିବା ସମୟରେ ହାତରେ ଏକ ସବୁଜ ଫୋଲ୍ଡର ଧରି ବାହାରିଥିଲେ। ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ଇଡି ଅଧିକାରୀମାନେ ତାଙ୍କ ଦଳର ପ୍ରାର୍ଥୀ ତାଲିକା ଏବଂ ନିର୍ବାଚନୀ ରଣନୀତି ସମ୍ପର୍କିତ ହାର୍ଡ ଡିସ୍କ ଓ କାଗଜପତ୍ର ଜବତ କରିବାକୁ ଚେଷ୍ଟା କରୁଥିଲେ, ଯାହାକୁ ସେ ଫେରାଇ ଆଣିଛନ୍ତି।

ଆହୁରି ପଢ଼ନ୍ତୁ: ରଣକ୍ଷେତ୍ର ପାଲଟିଲା ୟୁପିର ଶାହଜାହାନପୁର; ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ପଥରମାଡ଼ ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ

ଏହି ଘଟଣା ପରେ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, "ଆପଣମାନେ ଏଜେନ୍ସି ବ୍ୟବହାର କରି ଆମର କାଗଜପତ୍ର, ରଣନୀତି ଏବଂ ଡାଟା ଚୋରି କରିବାକୁ ଚେଷ୍ଟା କରୁଛନ୍ତି। ଯଦି ବିଜେପି ଆମ ସହ ଲଢ଼ିବାକୁ ଚାହୁଁଛି, ତେବେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚନ ମଇଦାନରେ ଲଢ଼ୁ।" ପ୍ରଧାନମନ୍ତ୍ରୀଙ୍କୁ ଉଦ୍ଦେଶ୍ୟ କରି ମମତା କହିଛନ୍ତି କି, "ମିଷ୍ଟର ପ୍ରାଇମ୍ ମିନିଷ୍ଟର, ଦୟାକରି ଆପଣଙ୍କ ଗୃହମନ୍ତ୍ରୀଙ୍କୁ ନିୟନ୍ତ୍ରଣ କରନ୍ତୁ।"

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ଅନ୍ୟପକ୍ଷରେ, ବିଜେପି ଏହି ଘଟଣାକୁ ନେଇ ମମତାଙ୍କୁ କଟାକ୍ଷ କରିଛି। ସୋସିଆଲ ମିଡିଆ ଏକ୍ସ (X)ରେ ପୋଷ୍ଟ କରି ବିଜେପି କହିଛି ଯେ, ଜଣେ ମୁଖ୍ୟମନ୍ତ୍ରୀ ତଦନ୍ତ ସ୍ଥଳକୁ ଦୌଡ଼ି ଯାଇ ଦଳୀୟ ଡକ୍ୟୁମେଣ୍ଟ ଆଣିବା କୌଣସି ସାଧାରଣ ଘଟଣା ନୁହେଁ, ବରଂ ଏହା ଏକ ଗଭୀର ଷଡଯନ୍ତ୍ରର ଇଙ୍ଗିତ ଦେଉଛି। ଯଦି ଲୁଚାଇବା ପାଇଁ କିଛି ନାହିଁ, ତେବେ ତଦନ୍ତ ସ୍ଥଳରୁ ଫାଇଲ୍ ନେବାକୁ ଏତେ ବ୍ୟଗ୍ରତା କାହିଁକି ବୋଲି ଦଳ ପ୍ରଶ୍ନ କରିଛି।

ଉଲ୍ଲେଖଯୋଗ୍ୟ ଯେ, ଇଡିର ଅଭିଯୋଗ ଅନୁସାରେ କୋଇଲା ଚୋରା ଚାଲାଣରୁ ମିଳିଥିବା କୋଟି କୋଟି ଟଙ୍କା ହାୱାଲା କାରବାର ଜରିଆରେ ଆଇ-ପ୍ୟାକ୍‌କୁ ହସ୍ତାନ୍ତର କରାଯାଇଥିଲା, ଯାହାର ତଦନ୍ତ ପାଇଁ ଏହି ଚଢ଼ଉ କରାଯାଇଛି।

08 Jan 2026 By Madhusudan Das

ED Vs Mamata: I-PAC ମୁଖ୍ୟଙ୍କ ଘରେ ଚଢ଼ଉ ବେଳେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, କୋଲକାତାରେ ହାଇଡ୍ରାମା ରାଜନୀତି

କୋଲକାତା: ଗୁରୁବାର କୋଲକାତାରେ ଦେଖିବାକୁ ମିଳିଛି ହାଇ-ଭୋଲଟେଜ୍ ରାଜନୈତିକ ଡ୍ରାମା। କୋଲକାତାରେ ତୃଣମୂଳ କଂଗ୍ରେସ ପାଇଁ କାମ କରୁଥିବା ରାଜନୈତିକ ପରାମର୍ଶଦାତା ସଂସ୍ଥା ଆଇ-ପ୍ୟାକ୍ (I-PAC) ମୁଖ୍ୟ ପ୍ରତୀକ ଜୈନଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପକ୍ଷରୁ ଚଢ଼ଉ କରାଯାଇଛି। କୋଇଲା ଚୋରା ଚାଲାଣ ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ଅଭିଯୋଗରେ ଗୁରୁବାର ଏହି ଚଢ଼ଉ ହୋଇଥିବା ବେଳେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହଠାତ୍ ଘଟଣାସ୍ଥଳରେ ପହଞ୍ଚିବା ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି କରିଛି।

ଇଡି ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ପ୍ରତୀକ ଜୈନଙ୍କ ଘରେ ଏବଂ ଅଫିସରେ ତଲାସୀ ଅଭିଯାନ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବହୁ ସଂଖ୍ୟକ ପୋଲିସ ଅଧିକାରୀଙ୍କ ସହ ସେଠାରେ ପହଞ୍ଚିବା ପରେ ପରିସ୍ଥିତି ବଦଳି ଯାଇଥିଲା। ରିପୋର୍ଟ ଅନୁଯାୟୀ, ମମତା ବାନାର୍ଜୀ ପ୍ରାୟ ୨୦-୨୫ ମିନିଟ୍ ଧରି ସେଠାରେ ରହିଥିଲେ ଏବଂ ଫେରିବା ସମୟରେ ହାତରେ ଏକ ସବୁଜ ଫୋଲ୍ଡର ଧରି ବାହାରିଥିଲେ। ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ଇଡି ଅଧିକାରୀମାନେ ତାଙ୍କ ଦଳର ପ୍ରାର୍ଥୀ ତାଲିକା ଏବଂ ନିର୍ବାଚନୀ ରଣନୀତି ସମ୍ପର୍କିତ ହାର୍ଡ ଡିସ୍କ ଓ କାଗଜପତ୍ର ଜବତ କରିବାକୁ ଚେଷ୍ଟା କରୁଥିଲେ, ଯାହାକୁ ସେ ଫେରାଇ ଆଣିଛନ୍ତି।

ଏହି ଘଟଣା ପରେ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, "ଆପଣମାନେ ଏଜେନ୍ସି ବ୍ୟବହାର କରି ଆମର କାଗଜପତ୍ର, ରଣନୀତି ଏବଂ ଡାଟା ଚୋରି କରିବାକୁ ଚେଷ୍ଟା କରୁଛନ୍ତି। ଯଦି ବିଜେପି ଆମ ସହ ଲଢ଼ିବାକୁ ଚାହୁଁଛି, ତେବେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚନ ମଇଦାନରେ ଲଢ଼ୁ।" ପ୍ରଧାନମନ୍ତ୍ରୀଙ୍କୁ ଉଦ୍ଦେଶ୍ୟ କରି ମମତା କହିଛନ୍ତି କି, "ମିଷ୍ଟର ପ୍ରାଇମ୍ ମିନିଷ୍ଟର, ଦୟାକରି ଆପଣଙ୍କ ଗୃହମନ୍ତ୍ରୀଙ୍କୁ ନିୟନ୍ତ୍ରଣ କରନ୍ତୁ।"

ଅନ୍ୟପକ୍ଷରେ, ବିଜେପି ଏହି ଘଟଣାକୁ ନେଇ ମମତାଙ୍କୁ କଟାକ୍ଷ କରିଛି। ସୋସିଆଲ ମିଡିଆ ଏକ୍ସ (X)ରେ ପୋଷ୍ଟ କରି ବିଜେପି କହିଛି ଯେ, ଜଣେ ମୁଖ୍ୟମନ୍ତ୍ରୀ ତଦନ୍ତ ସ୍ଥଳକୁ ଦୌଡ଼ି ଯାଇ ଦଳୀୟ ଡକ୍ୟୁମେଣ୍ଟ ଆଣିବା କୌଣସି ସାଧାରଣ ଘଟଣା ନୁହେଁ, ବରଂ ଏହା ଏକ ଗଭୀର ଷଡଯନ୍ତ୍ରର ଇଙ୍ଗିତ ଦେଉଛି। ଯଦି ଲୁଚାଇବା ପାଇଁ କିଛି ନାହିଁ, ତେବେ ତଦନ୍ତ ସ୍ଥଳରୁ ଫାଇଲ୍ ନେବାକୁ ଏତେ ବ୍ୟଗ୍ରତା କାହିଁକି ବୋଲି ଦଳ ପ୍ରଶ୍ନ କରିଛି।

ଉଲ୍ଲେଖଯୋଗ୍ୟ ଯେ, ଇଡିର ଅଭିଯୋଗ ଅନୁସାରେ କୋଇଲା ଚୋରା ଚାଲାଣରୁ ମିଳିଥିବା କୋଟି କୋଟି ଟଙ୍କା ହାୱାଲା କାରବାର ଜରିଆରେ ଆଇ-ପ୍ୟାକ୍‌କୁ ହସ୍ତାନ୍ତର କରାଯାଇଥିଲା, ଯାହାର ତଦନ୍ତ ପାଇଁ ଏହି ଚଢ଼ଉ କରାଯାଇଛି।

https://www.thesakala.in/national-international/ed-raids-ipac-chief-pratik-jain-mamata-banerjee-kolkata-standoff/article-43992
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର