ଜାନୁଆରି ୨୮ରୁ ସଂସଦର ବଜେଟ ଅଧିବେଶନ, ପ୍ରଥମଥର ପାଇଁ ରବିବାର ହେବ ଆଗତ

Madhusudan Das Picture
Published On

ନୂଆଦିଲ୍ଲୀ: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଆସନ୍ତା ଫେବୃଆରୀ ପହିଲାରେ ଆଗତ ହେବ। ବୁଧବାର ଅନୁଷ୍ଠିତ ସଂସଦୀୟ ବ୍ୟାପାର କ୍ୟାବିନେଟ୍ କମିଟି (ସିସିପିଏ) ବୈଠକରେ ଏ ସମ୍ପର୍କରେ ପ୍ରସ୍ତାବ ପାରିତ ହୋଇଛି। ତେବେ ସିସିପିଏର ଏହି ପ୍ରସ୍ତାବ ଉପରେ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ମୋହର ବାଜିବା ପରେ ବଜେଟ ଅଧିବେଶନର ରୂପରେଖ ଚୂଡ଼ାନ୍ତ ହେବ। 

ଆହୁରି ପଢ଼ନ୍ତୁ: ଆମେରିକାରେ ପିଲାଙ୍କ ପାସପୋର୍ଟ ନିୟମରେ ହୋଇପାରେ ପରିବର୍ତ୍ତନ: ବାପା-ମା'ଙ୍କୁ ଦେବାକୁ ପଡ଼ିବ ନାଗରିକତ୍ୱର ପ୍ରମାଣ

ସିସିପିଏର ପ୍ରସ୍ତାବିତ ସୂଚୀ ଅନୁସାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ପହିଲା (ରବିବାର)ରେ ବଜେଟ ଉପସ୍ଥାପନ କରିବେ। ଜାନୁଆରୀ ୨୮ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସହିତ ବଜେଟ ଅଧିବେଶନ ଆରମ୍ଭ ହେବ । ଏହି ବଜେଟ୍ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ହେବ । ସଂସଦୀୟ ବ୍ୟାପାର କମିଟି ଆଜି ବଜେଟ ଦିନ ଧାର୍ଯ୍ୟ କରିବା ପରେ ଏ ନେଇ ପୂର୍ବରୁ ରହିଥିବା ସଂଶୟ ଦୂର ହୋଇଛି। କାରଣ ଫେବୃଆରୀ ୧ ତାରିଖ ରବିବାର ଦିନ ପଡୁଛି। ତେଣୁ ରବିବାର ଛୁଟି ଦିନରେ ବଜେଟ ଆଗତ କରାଯିବ କିମ୍ବା ତାହାର  ଦିବସ ପରିବର୍ତ୍ତନ ହେବ ବୋଲି ରିପୋର୍ଟ ମାନ ପ୍ରକାଶ ପାଉଥିଲା। ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ସିସିପିଏର ବୈଠକ ବସିଥିଲା। ସେଥିରେ  ସଂସଦର ଆଗାମୀ ବଜେଟ୍ ଅଧିବେଶନ ପାଇଁ ତାରିଖ ପ୍ରସ୍ତାବିତ ହୋଇଥିଲା। ବଜେଟ୍ ଅଧିବେଶନର ପ୍ରଥମ ଭାଗ ଜାନୁଆରୀ ୨୮ରୁ ଫେବୃଆରୀ ୧୩ ପର୍ଯ୍ୟନ୍ତ ଚାଲିବ, ଯେତେବେଳେ କି ଦ୍ୱିତୀୟ ଭାଗ ମାର୍ଚ୍ଚ ୯ ରୁ ଏପ୍ରିଲ୍ ୨ ପର୍ଯ୍ୟନ୍ତ ଚାଲିବ। ବଜେଟ୍ ଅଧିବେଶନର ଦ୍ୱିତୀୟାର୍ଦ୍ଧରେ ଅନୁଦାନ ଦାବି ଏବଂ ଅର୍ଥ ବିଲ୍ ମଞ୍ଜୁର ହେବ । ରାଷ୍ଟ୍ରପତିଙ୍କ ଅଭିଭାଷଣ ସହିତ ଜାନୁଆରୀ ୨୮ରେ ସଂସଦ ଆରମ୍ଭ ହେବ । ୨୯ ତାରିଖରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହେବ । 

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର