ସଲ୍‌ମାନଙ୍କ ‘ବ୍ୟାଟେଲ ଅଫ ଗଲୱାନ’ ଚଳଚ୍ଚିତ୍ରକୁ ନେଇ ଚୀନ୍‌ କ୍ଷୁବ୍ଧ

Madhusudan Das Picture
Published On

ବେଜିଂ: ସୁପରଷ୍ଟାର ସଲ୍‌ମାନ ଖାନ ନିଜ ଜନ୍ମଦିନରେ ଆଗାମୀ ଚଳଚ୍ଚିତ୍ର ‘ବ୍ୟାଟେଲ ଅଫ ଗଲୱାନ’ର ଟ୍ରେଲର ଜାରି କରିଛନ୍ତି। ୨୦୨୦ରେ ଗଲୱାନରେ ଚୀନ୍‌-ଭାରତ ସେନା ମଧ୍ୟରେ ହୋଇଥିବା ସଂଘର୍ଷ ଉପରେ ଏହା ଆଧାରିତ। ଏଥିରେ କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ଭୂମିକାରେ ସଲ୍‌ମାନ ଅଭିନୟ କରୁଛନ୍ତି। ଏହି ଚଳଚ୍ଚିତ୍ରକୁ ନେଇ ଚୀନ୍‌ ଅସହ୍ୟ ହୋଇଯାଇଛି। ଏହି ଫିଲ୍ମକୁ ସମାଲୋଚନା କରିଛି। ଚଳଚ୍ଚିତ୍ରରେ ଦେଖା ଯାଉଥିବା ଦୃଶ୍ୟ ସତ୍ୟଠାରୁ ବହୁ ଊର୍ଦ୍ଧ୍ବରେ ବୋଲି ଚୀନ୍‌ ସରକାରୀ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି। ଗ୍ଲୋବାଲ ଟାଇମ୍ସ ଏହାକୁ ନେଇ ଏକ ଆଲେଖ୍ୟ ଛାପିଛି। ଏହାର ଶୀର୍ଷକ ‘ବ୍ୟାଟେଲ ଅଫ ଗଲୱାନ’ ଚଳଚ୍ଚିତ୍ର ଉପରେ ବିବାଦ ରହିଛି। ଏହି ଫିଲ୍ମ ଯେତେ ନାଟକୀୟ ହୋଇଥିଲେ ବି ଦେଶର ସୀମା ଉପରେ ପ୍ରଭାବ ପକାଇପାରିବ ନାହିଁ ବୋଲି କୁହାଯାଇଛି। ଚୀନ୍‌ ଏବଂ ଭାରତର ସମ୍ବନ୍ଧରେ ସୁଧାର ଆସୁଥିବାବେଳେ ଏଭଳି ଚଳଚ୍ଚିତ୍ର ମୁକ୍ତିଲାଭ କରିବା ଭୁଲ୍‌। କେବଳ ଭାରତୀୟ ଦୃଷ୍ଟିକୋଣରୁ ପ୍ରସ୍ତୁତ ଏହି ଫିଲ୍ମ ଚୀନ୍‌ ବିରୋଧୀ ଭାବନାକୁ ପ୍ରୋତ୍ସାହନ ଦେବ ବୋଲି ବିଶେଷଜ୍ଞଙ୍କ ଆଧାରରେ ଆଲେଖ୍ୟରେ ଲେଖାଯାଇଛି। ଚୀନ୍‌ ସାମାଜିକ ଗଣମାଧ୍ୟମରେ ସଲମାନଙ୍କ ପୋଷାକ ଏବଂ ଚୁଟି କାଟିବା ଶୈଳୀ ଉପରେ ମଧ୍ୟ ପ୍ରଶ୍ନ ଉଠାଯାଉଛି। ବଲିଉଡ ଫିଲ୍ମ ମନୋରଞ୍ଜନ ପାଇଁ ହୋଇଥାଏ। ଏହା ଦ୍ବାରା ଇତିହାସ ବଦଳି ଯିବନାହିଁ ବୋଲି ଚୀନ୍‌ ବିଶେଷଜ୍ଞ କହିଛନ୍ତି। ଅନ୍ୟପଟେ ଏହାକୁ ନେଇ ଭାରତ ସରକାରଙ୍କ ସୂତ୍ରରୁ କୁହାଯାଇଛି ଯେ ଦେଶରେ ଚଳଚ୍ଚିତ୍ର ନିର୍ମାଣରେ କଳାତ୍ମକ ସ୍ବାଧୀନତା ରହିଛି। ଏହି ସ୍ବାଧୀନତା ବ୍ୟବହାର କରିବାରେ ଚଳଚ୍ଚିତ୍ର ନିର୍ମାତାଙ୍କ ଅଧିକାର ରହିଛି। 

ଆହୁରି ପଢ଼ନ୍ତୁ: ଧରାପଡିଲା 'ବଦମାସଙ୍କ ଦେବତା': ପୋଲିସ ଏନକାଉଣ୍ଟରରେ ଆହତ ହେବା ପରେ କହିଲା, ଯୋଗୀଙ୍କୁ ଲାଗେ ଭାରି ଡର

ଗଲୱାନରେ ଭାରତୀୟ ସେନାର ୧୬ ବିହାର ରେଜିମେଣ୍ଟର ଯବାନ ଚୀନ୍‌ ଔଦ୍ଧତ୍ୟର ଜବାବ ଦେଇଥିଲେ। ଏହି ଚଳଚ୍ଚିତ୍ର ଶିବ ଆରୋରା ଏବଂ ରାହୁଲ ସିଂହଙ୍କ ଲିଖିତ ‘ଇଣ୍ଡିଆସ ମୋଷ୍ଟ ଫିୟରଲେସ-୩’ ପୁସ୍ତକ ଉପରେ ଆଧାରିତ। ଚୀନ୍‌ ସହ ଲଢ଼ି ବୀର ଗତି ପ୍ରାପ୍ତ କରିଥିବା କର୍ଣ୍ଣେଲ ତଥା କମାଣ୍ଡିଂ ଅଫିସର ବିକୁମାଲା ସନ୍ତୋଷ ବାବୁଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ଏହି ସଂଘର୍ଷରେ ଭାରତ ୨୦ ଯବାନଙ୍କୁ ହରାଇଥିବାବେଳେ ଚୀନ୍‌ ସତ ସ୍ବୀକାର କରି ନ ଥିଲା। କେବଳ ୩ ଯବାନ ପ୍ରାଣ ହରାଇଥିବା କହିଥିଲା। କିନ୍ତୁ, ଚୀନ୍‌ର ୫୦ରୁ ଅଧିକ ଯବାନ ସଂଘର୍ଷରେ ମୃତ୍ୟୁବରଣ କରିଥିଲେ ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଥିଲା।

ଆହୁରି ପଢ଼ନ୍ତୁ: ୬ ବର୍ଷ ପରେ ଆକାଶ ଛୁଇଁଲା ଏୟାର ଇଣ୍ଡିଆର ‘ବୋଇିଂ ୭୭୭’, ନାଗପୁରରୁ ଉଡି ଅହମ୍ମଦାବାଦରେ କଲା ଲ୍ୟାଣ୍ଡିଂ

31 Dec 2025 By Madhusudan Das

ସଲ୍‌ମାନଙ୍କ ‘ବ୍ୟାଟେଲ ଅଫ ଗଲୱାନ’ ଚଳଚ୍ଚିତ୍ରକୁ ନେଇ ଚୀନ୍‌ କ୍ଷୁବ୍ଧ

ବେଜିଂ: ସୁପରଷ୍ଟାର ସଲ୍‌ମାନ ଖାନ ନିଜ ଜନ୍ମଦିନରେ ଆଗାମୀ ଚଳଚ୍ଚିତ୍ର ‘ବ୍ୟାଟେଲ ଅଫ ଗଲୱାନ’ର ଟ୍ରେଲର ଜାରି କରିଛନ୍ତି। ୨୦୨୦ରେ ଗଲୱାନରେ ଚୀନ୍‌-ଭାରତ ସେନା ମଧ୍ୟରେ ହୋଇଥିବା ସଂଘର୍ଷ ଉପରେ ଏହା ଆଧାରିତ। ଏଥିରେ କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ଭୂମିକାରେ ସଲ୍‌ମାନ ଅଭିନୟ କରୁଛନ୍ତି। ଏହି ଚଳଚ୍ଚିତ୍ରକୁ ନେଇ ଚୀନ୍‌ ଅସହ୍ୟ ହୋଇଯାଇଛି। ଏହି ଫିଲ୍ମକୁ ସମାଲୋଚନା କରିଛି। ଚଳଚ୍ଚିତ୍ରରେ ଦେଖା ଯାଉଥିବା ଦୃଶ୍ୟ ସତ୍ୟଠାରୁ ବହୁ ଊର୍ଦ୍ଧ୍ବରେ ବୋଲି ଚୀନ୍‌ ସରକାରୀ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି। ଗ୍ଲୋବାଲ ଟାଇମ୍ସ ଏହାକୁ ନେଇ ଏକ ଆଲେଖ୍ୟ ଛାପିଛି। ଏହାର ଶୀର୍ଷକ ‘ବ୍ୟାଟେଲ ଅଫ ଗଲୱାନ’ ଚଳଚ୍ଚିତ୍ର ଉପରେ ବିବାଦ ରହିଛି। ଏହି ଫିଲ୍ମ ଯେତେ ନାଟକୀୟ ହୋଇଥିଲେ ବି ଦେଶର ସୀମା ଉପରେ ପ୍ରଭାବ ପକାଇପାରିବ ନାହିଁ ବୋଲି କୁହାଯାଇଛି। ଚୀନ୍‌ ଏବଂ ଭାରତର ସମ୍ବନ୍ଧରେ ସୁଧାର ଆସୁଥିବାବେଳେ ଏଭଳି ଚଳଚ୍ଚିତ୍ର ମୁକ୍ତିଲାଭ କରିବା ଭୁଲ୍‌। କେବଳ ଭାରତୀୟ ଦୃଷ୍ଟିକୋଣରୁ ପ୍ରସ୍ତୁତ ଏହି ଫିଲ୍ମ ଚୀନ୍‌ ବିରୋଧୀ ଭାବନାକୁ ପ୍ରୋତ୍ସାହନ ଦେବ ବୋଲି ବିଶେଷଜ୍ଞଙ୍କ ଆଧାରରେ ଆଲେଖ୍ୟରେ ଲେଖାଯାଇଛି। ଚୀନ୍‌ ସାମାଜିକ ଗଣମାଧ୍ୟମରେ ସଲମାନଙ୍କ ପୋଷାକ ଏବଂ ଚୁଟି କାଟିବା ଶୈଳୀ ଉପରେ ମଧ୍ୟ ପ୍ରଶ୍ନ ଉଠାଯାଉଛି। ବଲିଉଡ ଫିଲ୍ମ ମନୋରଞ୍ଜନ ପାଇଁ ହୋଇଥାଏ। ଏହା ଦ୍ବାରା ଇତିହାସ ବଦଳି ଯିବନାହିଁ ବୋଲି ଚୀନ୍‌ ବିଶେଷଜ୍ଞ କହିଛନ୍ତି। ଅନ୍ୟପଟେ ଏହାକୁ ନେଇ ଭାରତ ସରକାରଙ୍କ ସୂତ୍ରରୁ କୁହାଯାଇଛି ଯେ ଦେଶରେ ଚଳଚ୍ଚିତ୍ର ନିର୍ମାଣରେ କଳାତ୍ମକ ସ୍ବାଧୀନତା ରହିଛି। ଏହି ସ୍ବାଧୀନତା ବ୍ୟବହାର କରିବାରେ ଚଳଚ୍ଚିତ୍ର ନିର୍ମାତାଙ୍କ ଅଧିକାର ରହିଛି। 

ଗଲୱାନରେ ଭାରତୀୟ ସେନାର ୧୬ ବିହାର ରେଜିମେଣ୍ଟର ଯବାନ ଚୀନ୍‌ ଔଦ୍ଧତ୍ୟର ଜବାବ ଦେଇଥିଲେ। ଏହି ଚଳଚ୍ଚିତ୍ର ଶିବ ଆରୋରା ଏବଂ ରାହୁଲ ସିଂହଙ୍କ ଲିଖିତ ‘ଇଣ୍ଡିଆସ ମୋଷ୍ଟ ଫିୟରଲେସ-୩’ ପୁସ୍ତକ ଉପରେ ଆଧାରିତ। ଚୀନ୍‌ ସହ ଲଢ଼ି ବୀର ଗତି ପ୍ରାପ୍ତ କରିଥିବା କର୍ଣ୍ଣେଲ ତଥା କମାଣ୍ଡିଂ ଅଫିସର ବିକୁମାଲା ସନ୍ତୋଷ ବାବୁଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ଏହି ସଂଘର୍ଷରେ ଭାରତ ୨୦ ଯବାନଙ୍କୁ ହରାଇଥିବାବେଳେ ଚୀନ୍‌ ସତ ସ୍ବୀକାର କରି ନ ଥିଲା। କେବଳ ୩ ଯବାନ ପ୍ରାଣ ହରାଇଥିବା କହିଥିଲା। କିନ୍ତୁ, ଚୀନ୍‌ର ୫୦ରୁ ଅଧିକ ଯବାନ ସଂଘର୍ଷରେ ମୃତ୍ୟୁବରଣ କରିଥିଲେ ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଥିଲା।

https://www.thesakala.in/national-international/china-is-angry-over-salmans-film-battle-of-galwan/article-43862
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର