ବାଂଲାଦେଶରେ ସୀମା ଅତିକ୍ରମ କରୁଛି ଚରମପନ୍ଥୀଙ୍କ ଅରାଜକତା: ଆଉ ଜଣେ ହିନ୍ଦୁ ଯୁବକଙ୍କୁ ଗୁଳି କରି ହତ୍ୟା

Madhusudan Das Picture
Published On

ଢାକା: ବାଂଲାଦେଶରେ ଗତ କିଛି ସପ୍ତାହ ଧରି ଅରାଜକତା ଚଳାଇଛନ୍ତି ବିଭିନ୍ନ ଚରମପନ୍ଥୀ ସଂଗଠନ । ସେମାନଙ୍କ ଟାର୍ଗେଟରେ ରହିଛନ୍ତି ବିତାଡ଼ିତ ପ୍ରଧାନମନ୍ତ୍ରୀ ହସିନାଙ୍କ ସମର୍ଥକ ଏବଂ ହିନ୍ଦୁ ସଂପ୍ରଦାୟ । ଦେଶବ୍ୟାପୀ ଏହାକୁ ନେଇ ବିରୋଧ କରାଯାଉଛି । ଭାରତ ମଧ୍ୟ ଏହାର ପ୍ରତିବାଦ କଲାଣି । ଏହାସତ୍ତ୍ବେ ବାଂଲାଦେଶରେ ହିନ୍ଦୁମାନଙ୍କ ବିରୋଧରେ ହିଂସା ବୃଦ୍ଧି ପାଇବାରେ ଲାଗିଛି । ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା ହେଉଛି ଏହାର ଆଉ ଏକ ପ୍ରମାଣ । ହତ୍ୟାକାରୀ ଧରାପଡ଼ିଥିଲେ ମଧ୍ୟ ୟୁନୁସ ସରକାରଙ୍କ ଅପରାଗତାକୁ ନେଇ ବାଂଲା ହିନ୍ଦୁ ସଂପ୍ରଦାୟ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ସେମାନେ ଅଭିଯୋଗ କରିଛନ୍ତି ଯେ ସରକାରଙ୍କ ଅପରାଗତାର ସୁଯୋଗ ନେଇ ଚରମପନ୍ଥୀଙ୍କ ଅତ୍ୟାଚାର ସମସ୍ତ ସୀମା ଅତିକ୍ରମ କଲାଣି ।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ମିଳିଥିବା ସୂଚନା ଅନୁଯାୟୀ ଏକ କପଡ଼ା କାରଖାନାରେ ଜଣେ ହିନ୍ଦୁ ଶ୍ରମିକଙ୍କୁ ତାଙ୍କର ଜଣେ ସହଯୋଗୀ ଗୁଳି କରି ହତ୍ୟା କରିଛି । ମୃତ ଶ୍ରମିକ ହେଉଛନ୍ତି ବଜେନ୍ଦ୍ର ବିଶ୍ବାସ (୪୨) ଏବଂ ହତ୍ୟା ଅଭିଯୁକ୍ତ ହେଲା ନୋମାନ । ଦୁହେଁ ଏହି କାରଖାନାରେ ସିକୁରିଟି ଗାର୍ଡ ରୂପେ କାମ କରୁଥିଲେ । ଦୁହେଁ ଏକୁଟିଆ ବସିଥିବା ବେଳେ ନୋମାନ ତା ବନ୍ଧୁକରୁ ବଜେନ୍ଦ୍ରଙ୍କୁ ଗୁଳିମାଡ଼ କରିଥିଲା । ଡାକ୍ତରଖାନା ନିଅଯିବା ସମୟରେ ବଜେନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ନୋମାନକୁ ଗିରଫ କରିବା ସହିତ ତା ଠାରୁ ବନ୍ଧୁକ ଜବତ କରିଛି । ତେେବ ହତ୍ୟାର କାରଣ ଜଣାପଡ଼ିନାହିଁ । ଗତ ଦୁଇ ସପ୍ତାହ ମଧ୍ୟରେ ଏହାକୁ ମିଶାଇ ହିନ୍ଦୁ ସଂପ୍ରଦାୟର ତିନି ଜଣଙ୍କୁ ହତ୍ୟା କରାଗଳାଣି । ଗତ ୧୮ ତାରିଖରେ ଦୀପୁ ଦାସ ନାମକ ଜଣେ ଯୁବକଙ୍କୁ କେତେକ ଲୋକ ପିଟିପିଟି ହତ୍ୟା କରିବା ପରେ ତାଙ୍କ ଦେହରେ ନିଆଁ ଲଗାଇଦେଇଥିେଲ । ଏହାକୁ ନେଇ ଦେଶ ଭିତରେ ଓ ବାହାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହାର କିଛି ଦିନ ପରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ମଧ୍ୟ ପିଟିପିଟି ହତ୍ୟା କରାଯାଇଥିଲା । ଏହି ଘଟଣାରେ କିଛି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଭାରତଏହି ଘଟଣା ନେଇ ପ୍ରତିବାଦ ଜଣାଇଥିଲା ।  ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ସଂପ୍ରଦାୟର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଲାଗି ଭାରତ ସରକାର ପରାମର୍ଶ ଦେଇଥିଲା । ତଥାପି ଗତକାଲି ପୁଣି କିଛି ହିନ୍ଦୁ ସଂପ୍ରଦାୟର ଲୋକଙ୍କ ଘରେ ମଧ୍ୟ ନିଆଁ ଲଗାଇ ଦିଆଯାଇଥିଲା । 

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ଏହିସବୁ ଘଟଣା ନେଇ ଭାରତ ଓ ବାଂଲାଦେଶ ମଧ୍ୟରେ ସଂପର୍କ ତିକ୍ତ ହୋଇଛି । ବାଂଲାଦେଶରେ ହିଂସା ନେଇ ଭାରତ ଉଦ୍‌ବେଗ ପ୍ରକାଶ କରୁଥିବା ବେଳେ ବାଂଲାଦେଶ ସରକାର ଓଲଟା ଭାରତ ବିରୋଧରେ ଅଭିଯୋଗ କରୁଛି । ଢାକାରେ ଭାରତର ହାଇକମିସନ ଅଫିସ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ ବିଭିନ୍ନ ଚରମପନ୍ଥୀ ସଂଗଠନ । ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣର ବିରୋଧ କରି ଦିଲ୍ଲୀରେ ମଧ୍ୟ ବାଂଲା ହାଇକମିସନ ସମ୍ମୁଖରେ ବିକ୍ଷୋଭ କରିଛନ୍ତି ବିଭିନ୍ନ ସଂଗଠନ । ଏଥିପାଇଁ ଉଭୟ ଭାରତ ଓ ବାଂଲାଦେଶ  ପରସ୍ପର ଦେଶର ହାଇ କମିସନରଙ୍କୁ ସମନ୍ କରି ନିଜ ନିଜର ଉଦବେଗ ଜଣାଇଛନ୍ତି । ଏଭଳି ପରିସ୍ଥିତି ମଧ୍ୟରେ ବାଂଲାଦେଶ ସରକାର ନୂଆଦିଲ୍ଳୀ ସ୍ଥିତ ଏହାର ହାଇକମିସନରଙ୍କୁ ଗତକାଲି ଡାକିନେଇଛି । ଦୁଇ ଦେଶ ମଧ୍ୟରେ ବିଗୁଡ଼ୁଥିବା ସଂପର୍କ ନେଇ ବିଚାର ଆଲୋଚନା ପାଇଁ ବାଂଲାଦେଶ ଏହାର କମିସନର ରିଆଜ ହମିଦୁଲ୍ଲାଙ୍କୁ ଡାକିଥିବା ଜଣାପଡ଼ିଛି । ଡକରା ପାଇଁ ରିଆଜ ଗତକାଲି ସନ୍ଧ୍ୟାରେ ଢାକା ଯାଇଛନ୍ତି ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

31 Dec 2025 By Madhusudan Das

https://www.thesakala.in/national-international/another-hindu-youth-murdered-in-bangladesh/article-43859
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର