କିଏ ଶୁଣିବ ମା’ର ଦୁଃଖ? ଦିଲ୍ଲୀରେ ବାୟୁ ପ୍ରଦୂଷଣ ପାଇଁ ଜୀବନମରଣ ସହ ସଂଘର୍ଷ କରୁଛି ଦୁଇ ବର୍ଷର ଶିଶୁ !

Madhusudan Das Picture
Published On

ନୂଆଦିଲ୍ଲୀ: ଦିଲ୍ଲୀ-ଏନ୍‌ସିଆରରେ ବାୟୁ ପ୍ରଦୂଷଣ ନାକେଦମ କଲାଣି। ପ୍ରଦୂଷଣ ସ୍ତର ହ୍ରାସ ପାଇବା ବଦଳରେ ଦୀର୍ଘ ଦିନ ହେଲା ବୃଦ୍ଧି ପାଇ ଚାଲିଛି। ଏହା ଗୁରୁତର ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରିଛି। ସରକାର ସ୍ଥିତିକୁ ଦେଖି ହାତ ଟେକି ଦେଇଛନ୍ତି। ଖାଲି ପ୍ରଦୂଷଣ କେନ୍ଦ୍ର ଆଖପାଖରେ ପାଣି ଟାଙ୍କି ବୁଲାଇ ଦିଲ୍ଲୀକୁ ଥଣ୍ଡା ରଖିବାକୁ ଦିଲ୍ଲୀ ସରକାର ପ୍ରୟାସ କରୁଥିବା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ପ୍ରଦୂଷଣରେ ଲୋକେ ତ୍ରାହି ତ୍ରାହି ଡାକୁ ଥିବାବେଳେ ସରକାର ନିଦାବିଷ୍ଣୁ ସାଜିଛନ୍ତି। 

ଆହୁରି ପଢ଼ନ୍ତୁ: ଗ୍ରେଟର ନୋଏଡାରେ ଅଭାବନୀୟ ଘଟଣା: ସନ୍ଦେହଜନକ ଅବସ୍ଥାରେ ଗୋଟିଏ ପରିବାରର ୫ ମୃତ, ଶେଷଥର ଖାଇଥିଲେ ନୁଡୁଲ୍ସ

ପ୍ରଦୂଷଣକୁ ନେଇ ଦିଲ୍ଲୀରେ ରହୁଥିବା ଜଣେ ମହିଳା ଏକ ହୃଦୟ ବିଦାରକ ଭିଡିଓ ସେୟାର କରିଛନ୍ତି। ଏହା ଦିଲ୍ଲୀରେ ବାୟୁ ପ୍ରଦୂଷଣର ଭୟାବହତାକୁ ଦେଖାଉଛି। ପ୍ରଦୂଷଣ ପାଇଁ ତାଙ୍କ ଦୁଇ ବର୍ଷର ପୁଅ ଜୀବନମରଣ ସହ ସଂଘର୍ଷ କରୁଛି। ଶ୍ବାସକ୍ରିୟା ସମ୍ବନ୍ଧିତ ସମସ୍ୟା ଯୋଗୁଁ ବାଧ୍ୟ ହୋଇ ଶିଶୁର ନାକ ଏବଂ ଗଳା ଅସ୍ତ୍ରୋପଚାର କରିବାକୁ ପଡୁଛି। ଦିଲ୍ଲୀକୁ ଆସିବାର ଫଳ ଏବେ ତାଙ୍କ ଶିଶୁ ଭୋଗ କରୁଛି ବୋଲି ମାଆ କୋହଭରା କଣ୍ଠରେ କହିଛନ୍ତି। ଏହି ମହିଳାଙ୍କ ନାମ ସାକ୍ଷୀ ପାହ୍ବା। ତାଙ୍କ ପରିବାର ୨ ବର୍ଷ ତଳେ ଦିଲ୍ଲୀକୁ ଆସିଥିଲେ। ଏଠାକୁ ଆସିବାର କିଛି ମାସ ପରେ ପୁଅର ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରେ ଲାଗିଥିଲା। କାଶ, କଫ ସହିତ ଆଲର୍ଜି ହେବାରୁ ଶ୍ବାସକ୍ରିୟା ସମ୍ବନ୍ଧିତ ସମସ୍ୟା ସୃଷ୍ଟି ହୋଇଥିଲା। କୌଣସି ଔଷଧ କାମ ଦେଇ ନ ଥିଲା। ପ୍ରଦୂଷଣ ପାଇଁ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରେ ଲାଗିଥିଲା। 

ଆହୁରି ପଢ଼ନ୍ତୁ: ୨୦୧୮ ମାନହାନି ମାମଲା: ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ବିରୋଧରେ ଜାମିନଯୋଗ୍ୟ ୱାରେଣ୍ଟ ଜାରି କଲେ ଦିଲ୍ଲୀ କୋର୍ଟ

ଡାକ୍ତରଙ୍କୁ ଦେଖାଇବାରୁ ଆଡେନୋଇଡ୍‌ସ ଏବଂ ଚତୁର୍ଥ ପର୍ଯ୍ୟାୟ ଟନ୍‌ସିଲରେ ପୀଡ଼ିତ ଥିବା କହିଥିଲେ। ଅସ୍ତ୍ରୋପଚାର ଏହାର ଉତ୍ତମ ଚିକିତ୍ସା ବୋଲି ବର୍ଣ୍ଣନା କରିଥିଲେ। ପୁଅର ଏହି ସ୍ଥିତି ପାଇଁ ଦିଲ୍ଲୀ ପ୍ରଦୂଷଣ ଏବଂ ସରକାରଙ୍କ କାର୍ଯ୍ୟହୀନତାକୁ ଦୋଷ ଦେଇଛନ୍ତି। ତାଙ୍କ ପୁଅ ହସ୍ପିଟାଲ ବେଡ୍‌ରେ ପଡ଼ିଥିବା ଦେଖିବାକୁ ମିଳୁଛି। ମହିଳା କହୁଛନ୍ତି ଯେ ଦିଲ୍ଲୀ ପ୍ରଦୂଷଣ ପାଇଁ ନିଷ୍ପାପ ଶିଶୁର ଅସ୍ତ୍ରୋପଚାର ହୋଇଛି। ଆମେ ଟିକସ ଦେଉଛୁ ଏବଂ ଏହାର ପ୍ରତିବଦଳରେ ଶିଶୁକୁ ମେଡିକାଲରେ ଭର୍ତ୍ତି ହେବାକୁ ପଡୁଛି। ଏହି ଭିଡିଓକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏକ ବଡ଼ ବିକ୍ଷୋଭ ପ୍ରଦର୍ଶନ ହେଲେ ଦେଶର ସ୍ଥିତି ବଦଳିବ ବୋଲି ଲୋକେ କହୁଛନ୍ତି।

ଆହୁରି ପଢ଼ନ୍ତୁ: ୟୁକ୍ରେନରେ ଏଆଇ ଡ୍ରୋନର ଆତଙ୍କ: ନିଜେ ଟାର୍ଗେଟ ବାଛି ତିନି ଜଣଙ୍କୁ କଲା ହତ୍ୟା, ଜାତିସଂଘ ନିୟମ ବାହାରେ ଏହି ଅସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର