କିଏ ଶୁଣିବ ମା’ର ଦୁଃଖ? ଦିଲ୍ଲୀରେ ବାୟୁ ପ୍ରଦୂଷଣ ପାଇଁ ଜୀବନମରଣ ସହ ସଂଘର୍ଷ କରୁଛି ଦୁଇ ବର୍ଷର ଶିଶୁ !

Madhusudan Das Picture
Published On

ନୂଆଦିଲ୍ଲୀ: ଦିଲ୍ଲୀ-ଏନ୍‌ସିଆରରେ ବାୟୁ ପ୍ରଦୂଷଣ ନାକେଦମ କଲାଣି। ପ୍ରଦୂଷଣ ସ୍ତର ହ୍ରାସ ପାଇବା ବଦଳରେ ଦୀର୍ଘ ଦିନ ହେଲା ବୃଦ୍ଧି ପାଇ ଚାଲିଛି। ଏହା ଗୁରୁତର ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରିଛି। ସରକାର ସ୍ଥିତିକୁ ଦେଖି ହାତ ଟେକି ଦେଇଛନ୍ତି। ଖାଲି ପ୍ରଦୂଷଣ କେନ୍ଦ୍ର ଆଖପାଖରେ ପାଣି ଟାଙ୍କି ବୁଲାଇ ଦିଲ୍ଲୀକୁ ଥଣ୍ଡା ରଖିବାକୁ ଦିଲ୍ଲୀ ସରକାର ପ୍ରୟାସ କରୁଥିବା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ପ୍ରଦୂଷଣରେ ଲୋକେ ତ୍ରାହି ତ୍ରାହି ଡାକୁ ଥିବାବେଳେ ସରକାର ନିଦାବିଷ୍ଣୁ ସାଜିଛନ୍ତି। 

ଆହୁରି ପଢ଼ନ୍ତୁ: ନିଟ୍‌ ପେପର ଲିକ୍ ଓ ପୋଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ: ସଂସଦ ବାହାରେ କଳା ପୋଷାକରେ ବିରୋଧୀ ସାଂସଦଙ୍କ ପ୍ରତିବାଦ

ପ୍ରଦୂଷଣକୁ ନେଇ ଦିଲ୍ଲୀରେ ରହୁଥିବା ଜଣେ ମହିଳା ଏକ ହୃଦୟ ବିଦାରକ ଭିଡିଓ ସେୟାର କରିଛନ୍ତି। ଏହା ଦିଲ୍ଲୀରେ ବାୟୁ ପ୍ରଦୂଷଣର ଭୟାବହତାକୁ ଦେଖାଉଛି। ପ୍ରଦୂଷଣ ପାଇଁ ତାଙ୍କ ଦୁଇ ବର୍ଷର ପୁଅ ଜୀବନମରଣ ସହ ସଂଘର୍ଷ କରୁଛି। ଶ୍ବାସକ୍ରିୟା ସମ୍ବନ୍ଧିତ ସମସ୍ୟା ଯୋଗୁଁ ବାଧ୍ୟ ହୋଇ ଶିଶୁର ନାକ ଏବଂ ଗଳା ଅସ୍ତ୍ରୋପଚାର କରିବାକୁ ପଡୁଛି। ଦିଲ୍ଲୀକୁ ଆସିବାର ଫଳ ଏବେ ତାଙ୍କ ଶିଶୁ ଭୋଗ କରୁଛି ବୋଲି ମାଆ କୋହଭରା କଣ୍ଠରେ କହିଛନ୍ତି। ଏହି ମହିଳାଙ୍କ ନାମ ସାକ୍ଷୀ ପାହ୍ବା। ତାଙ୍କ ପରିବାର ୨ ବର୍ଷ ତଳେ ଦିଲ୍ଲୀକୁ ଆସିଥିଲେ। ଏଠାକୁ ଆସିବାର କିଛି ମାସ ପରେ ପୁଅର ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରେ ଲାଗିଥିଲା। କାଶ, କଫ ସହିତ ଆଲର୍ଜି ହେବାରୁ ଶ୍ବାସକ୍ରିୟା ସମ୍ବନ୍ଧିତ ସମସ୍ୟା ସୃଷ୍ଟି ହୋଇଥିଲା। କୌଣସି ଔଷଧ କାମ ଦେଇ ନ ଥିଲା। ପ୍ରଦୂଷଣ ପାଇଁ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରେ ଲାଗିଥିଲା। 

ଆହୁରି ପଢ଼ନ୍ତୁ: ସେନାକୁ ତ୍ରୁଟିପୂର୍ଣ୍ଣ ଗୋଳାବାରୁଦ ଯୋଗାଣ ଯୋଗୁଁ ୬୨.୧୦ କୋଟି କ୍ଷତି, 'ଧନୁଷ' ପ୍ରକଳ୍ପ ବିଳମ୍ବ ନେଇ PAC ର ଉଦ୍‌ବେଗ

ଡାକ୍ତରଙ୍କୁ ଦେଖାଇବାରୁ ଆଡେନୋଇଡ୍‌ସ ଏବଂ ଚତୁର୍ଥ ପର୍ଯ୍ୟାୟ ଟନ୍‌ସିଲରେ ପୀଡ଼ିତ ଥିବା କହିଥିଲେ। ଅସ୍ତ୍ରୋପଚାର ଏହାର ଉତ୍ତମ ଚିକିତ୍ସା ବୋଲି ବର୍ଣ୍ଣନା କରିଥିଲେ। ପୁଅର ଏହି ସ୍ଥିତି ପାଇଁ ଦିଲ୍ଲୀ ପ୍ରଦୂଷଣ ଏବଂ ସରକାରଙ୍କ କାର୍ଯ୍ୟହୀନତାକୁ ଦୋଷ ଦେଇଛନ୍ତି। ତାଙ୍କ ପୁଅ ହସ୍ପିଟାଲ ବେଡ୍‌ରେ ପଡ଼ିଥିବା ଦେଖିବାକୁ ମିଳୁଛି। ମହିଳା କହୁଛନ୍ତି ଯେ ଦିଲ୍ଲୀ ପ୍ରଦୂଷଣ ପାଇଁ ନିଷ୍ପାପ ଶିଶୁର ଅସ୍ତ୍ରୋପଚାର ହୋଇଛି। ଆମେ ଟିକସ ଦେଉଛୁ ଏବଂ ଏହାର ପ୍ରତିବଦଳରେ ଶିଶୁକୁ ମେଡିକାଲରେ ଭର୍ତ୍ତି ହେବାକୁ ପଡୁଛି। ଏହି ଭିଡିଓକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏକ ବଡ଼ ବିକ୍ଷୋଭ ପ୍ରଦର୍ଶନ ହେଲେ ଦେଶର ସ୍ଥିତି ବଦଳିବ ବୋଲି ଲୋକେ କହୁଛନ୍ତି।

ଆହୁରି ପଢ଼ନ୍ତୁ: ପେପର ଲିକ୍ ମାମଲା ପାଇଁ ଗଠନ ହେବ ଫାଷ୍ଟଟ୍ରାକ୍ କୋର୍ଟ, ଦେଶବ୍ୟାପୀ ବିକ୍ଷୋଭ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ଼ ଘୋଷଣା

27 Nov 2025 By Madhusudan Das

କିଏ ଶୁଣିବ ମା’ର ଦୁଃଖ? ଦିଲ୍ଲୀରେ ବାୟୁ ପ୍ରଦୂଷଣ ପାଇଁ ଜୀବନମରଣ ସହ ସଂଘର୍ଷ କରୁଛି ଦୁଇ ବର୍ଷର ଶିଶୁ !

ନୂଆଦିଲ୍ଲୀ: ଦିଲ୍ଲୀ-ଏନ୍‌ସିଆରରେ ବାୟୁ ପ୍ରଦୂଷଣ ନାକେଦମ କଲାଣି। ପ୍ରଦୂଷଣ ସ୍ତର ହ୍ରାସ ପାଇବା ବଦଳରେ ଦୀର୍ଘ ଦିନ ହେଲା ବୃଦ୍ଧି ପାଇ ଚାଲିଛି। ଏହା ଗୁରୁତର ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରିଛି। ସରକାର ସ୍ଥିତିକୁ ଦେଖି ହାତ ଟେକି ଦେଇଛନ୍ତି। ଖାଲି ପ୍ରଦୂଷଣ କେନ୍ଦ୍ର ଆଖପାଖରେ ପାଣି ଟାଙ୍କି ବୁଲାଇ ଦିଲ୍ଲୀକୁ ଥଣ୍ଡା ରଖିବାକୁ ଦିଲ୍ଲୀ ସରକାର ପ୍ରୟାସ କରୁଥିବା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ପ୍ରଦୂଷଣରେ ଲୋକେ ତ୍ରାହି ତ୍ରାହି ଡାକୁ ଥିବାବେଳେ ସରକାର ନିଦାବିଷ୍ଣୁ ସାଜିଛନ୍ତି। 

ପ୍ରଦୂଷଣକୁ ନେଇ ଦିଲ୍ଲୀରେ ରହୁଥିବା ଜଣେ ମହିଳା ଏକ ହୃଦୟ ବିଦାରକ ଭିଡିଓ ସେୟାର କରିଛନ୍ତି। ଏହା ଦିଲ୍ଲୀରେ ବାୟୁ ପ୍ରଦୂଷଣର ଭୟାବହତାକୁ ଦେଖାଉଛି। ପ୍ରଦୂଷଣ ପାଇଁ ତାଙ୍କ ଦୁଇ ବର୍ଷର ପୁଅ ଜୀବନମରଣ ସହ ସଂଘର୍ଷ କରୁଛି। ଶ୍ବାସକ୍ରିୟା ସମ୍ବନ୍ଧିତ ସମସ୍ୟା ଯୋଗୁଁ ବାଧ୍ୟ ହୋଇ ଶିଶୁର ନାକ ଏବଂ ଗଳା ଅସ୍ତ୍ରୋପଚାର କରିବାକୁ ପଡୁଛି। ଦିଲ୍ଲୀକୁ ଆସିବାର ଫଳ ଏବେ ତାଙ୍କ ଶିଶୁ ଭୋଗ କରୁଛି ବୋଲି ମାଆ କୋହଭରା କଣ୍ଠରେ କହିଛନ୍ତି। ଏହି ମହିଳାଙ୍କ ନାମ ସାକ୍ଷୀ ପାହ୍ବା। ତାଙ୍କ ପରିବାର ୨ ବର୍ଷ ତଳେ ଦିଲ୍ଲୀକୁ ଆସିଥିଲେ। ଏଠାକୁ ଆସିବାର କିଛି ମାସ ପରେ ପୁଅର ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରେ ଲାଗିଥିଲା। କାଶ, କଫ ସହିତ ଆଲର୍ଜି ହେବାରୁ ଶ୍ବାସକ୍ରିୟା ସମ୍ବନ୍ଧିତ ସମସ୍ୟା ସୃଷ୍ଟି ହୋଇଥିଲା। କୌଣସି ଔଷଧ କାମ ଦେଇ ନ ଥିଲା। ପ୍ରଦୂଷଣ ପାଇଁ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରେ ଲାଗିଥିଲା। 

ଡାକ୍ତରଙ୍କୁ ଦେଖାଇବାରୁ ଆଡେନୋଇଡ୍‌ସ ଏବଂ ଚତୁର୍ଥ ପର୍ଯ୍ୟାୟ ଟନ୍‌ସିଲରେ ପୀଡ଼ିତ ଥିବା କହିଥିଲେ। ଅସ୍ତ୍ରୋପଚାର ଏହାର ଉତ୍ତମ ଚିକିତ୍ସା ବୋଲି ବର୍ଣ୍ଣନା କରିଥିଲେ। ପୁଅର ଏହି ସ୍ଥିତି ପାଇଁ ଦିଲ୍ଲୀ ପ୍ରଦୂଷଣ ଏବଂ ସରକାରଙ୍କ କାର୍ଯ୍ୟହୀନତାକୁ ଦୋଷ ଦେଇଛନ୍ତି। ତାଙ୍କ ପୁଅ ହସ୍ପିଟାଲ ବେଡ୍‌ରେ ପଡ଼ିଥିବା ଦେଖିବାକୁ ମିଳୁଛି। ମହିଳା କହୁଛନ୍ତି ଯେ ଦିଲ୍ଲୀ ପ୍ରଦୂଷଣ ପାଇଁ ନିଷ୍ପାପ ଶିଶୁର ଅସ୍ତ୍ରୋପଚାର ହୋଇଛି। ଆମେ ଟିକସ ଦେଉଛୁ ଏବଂ ଏହାର ପ୍ରତିବଦଳରେ ଶିଶୁକୁ ମେଡିକାଲରେ ଭର୍ତ୍ତି ହେବାକୁ ପଡୁଛି। ଏହି ଭିଡିଓକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏକ ବଡ଼ ବିକ୍ଷୋଭ ପ୍ରଦର୍ଶନ ହେଲେ ଦେଶର ସ୍ଥିତି ବଦଳିବ ବୋଲି ଲୋକେ କହୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର