ଉହାନ୍‌ ଲ୍ୟାବ୍‌ରେ ଭୂତାଣୁକୁ ବଦଳାଉଥିଲେ ବୈଜ୍ଞାନିକ

The Sakala Picture
Published On

ୱାଶିଂଟନ : ସାରା ବିଶ୍ବରେ ବିପର୍ଯ୍ୟୟ ସୃଷ୍ଟି କରିଥିବା କରୋନା ଭୂତାଣୁ ଚୀନର ଉହାନ ଲ୍ୟାବରୁ ହିଁ ଲିକ୍ ହୋଇଥିଲା। ଉହାନ ଇନଷ୍ଟିଚ୍ୟୁଟ ଅଫ ଭିରୋଲୋଜିର ବୈଜ୍ଞାନିକ ମନୁଷ୍ୟକୁ ସଂକ୍ରମିତ କରିବା ପାଇଁ କରୋନା ଭୂତାଣୁକୁ ବଦଳାଇବାକୁ ପ୍ରୟାସ କରିଥିଲେ। ଗୋପନୀୟ ଭାବେ ଏପରି କରାଯାଉଥିଲା। ଆମେରିକା ବିଶେଷଜ୍ଞ ଏବଂ ଚୀନ ଓ ଆମେରିକାର ସରକାରୀ ପାଣ୍ଠିରେ ଏହି କାର୍ଯ୍ୟ ଚାଲିଥିଲା। ଆମେରିକା ରିପବ୍ଲିକାନ୍ସ ପକ୍ଷରୁ ସୋମବାର ଜାରି ରିପୋର୍ଟରେ ଏହି ଦାବି କରାଯାଇଛି। ଏ ନେଇ […]

ୱାଶିଂଟନ : ସାରା ବିଶ୍ବରେ ବିପର୍ଯ୍ୟୟ ସୃଷ୍ଟି କରିଥିବା କରୋନା ଭୂତାଣୁ ଚୀନର ଉହାନ ଲ୍ୟାବରୁ ହିଁ ଲିକ୍ ହୋଇଥିଲା। ଉହାନ ଇନଷ୍ଟିଚ୍ୟୁଟ ଅଫ ଭିରୋଲୋଜିର ବୈଜ୍ଞାନିକ ମନୁଷ୍ୟକୁ ସଂକ୍ରମିତ କରିବା ପାଇଁ କରୋନା ଭୂତାଣୁକୁ ବଦଳାଇବାକୁ ପ୍ରୟାସ କରିଥିଲେ। ଗୋପନୀୟ ଭାବେ ଏପରି କରାଯାଉଥିଲା। ଆମେରିକା ବିଶେଷଜ୍ଞ ଏବଂ ଚୀନ ଓ ଆମେରିକାର ସରକାରୀ ପାଣ୍ଠିରେ ଏହି କାର୍ଯ୍ୟ ଚାଲିଥିଲା। ଆମେରିକା ରିପବ୍ଲିକାନ୍ସ ପକ୍ଷରୁ ସୋମବାର ଜାରି ରିପୋର୍ଟରେ ଏହି ଦାବି କରାଯାଇଛି। ଏ ନେଇ ପର୍ଯ୍ୟାପ୍ତ ପ୍ରମାଣ ରହିଥିବା କୁହାଯାଇଛି। ତେବେ ଆମେରିକାର ଗୁଇନ୍ଦା ଏଜେନ୍ସି ଏ ପର୍ଯ୍ୟନ୍ତ କୌଣସି ନିଷ୍କର୍ଷରେ ପହଞ୍ଚି ପାରିନାହିଁ। ରିପବ୍ଲିକାନ୍ସ ସାଂସଦ ତଥା ଆମେରିକା ସଂସଦର ବୈଦେଶିକ ବ୍ୟାପାର କମିଟି ମୁଖ୍ୟ ମାଇକ ମ୍ୟାକଲ ଏହି ରିପୋର୍ଟ ଜାରି କରିଛନ୍ତି। ଏଥିରେ କରୋନା ଉତ୍ପତ୍ତି ଜାଣିବା ପାଇଁ ଏକ ବହୁଦଳୀୟ ଯାଞ୍ଚ କରିବାକୁ ଦାବି କରାଯାଇଛି। ତେବେ ଚୀନ ଉହାନ ଲ୍ୟାବରୁ କରୋନା ଭୂତାଣୁ ଲିକ ହୋଇନଥିବା ଦାବି କରିଆସୁଛି।

ଆହୁରି ପଢ଼ନ୍ତୁ: ନିଟ୍ ପୁନଃ ପରୀକ୍ଷା: ପ୍ରଶ୍ନପତ୍ର ସୁରକ୍ଷା ପାଇଁ ବାୟୁସେନାର MI-17 ହେଲିକପ୍ଟର ମୁତୟନ, ୧୮ଟି ସ୍ଥାନରୁ ହେବ ଏୟାରଲିଫ୍ଟ

03 Aug 2021 By The Sakala

ଉହାନ୍‌ ଲ୍ୟାବ୍‌ରେ ଭୂତାଣୁକୁ ବଦଳାଉଥିଲେ ବୈଜ୍ଞାନିକ

ୱାଶିଂଟନ : ସାରା ବିଶ୍ବରେ ବିପର୍ଯ୍ୟୟ ସୃଷ୍ଟି କରିଥିବା କରୋନା ଭୂତାଣୁ ଚୀନର ଉହାନ ଲ୍ୟାବରୁ ହିଁ ଲିକ୍ ହୋଇଥିଲା। ଉହାନ ଇନଷ୍ଟିଚ୍ୟୁଟ ଅଫ ଭିରୋଲୋଜିର ବୈଜ୍ଞାନିକ ମନୁଷ୍ୟକୁ ସଂକ୍ରମିତ କରିବା ପାଇଁ କରୋନା ଭୂତାଣୁକୁ ବଦଳାଇବାକୁ ପ୍ରୟାସ କରିଥିଲେ। ଗୋପନୀୟ ଭାବେ ଏପରି କରାଯାଉଥିଲା। ଆମେରିକା ବିଶେଷଜ୍ଞ ଏବଂ ଚୀନ ଓ ଆମେରିକାର ସରକାରୀ ପାଣ୍ଠିରେ ଏହି କାର୍ଯ୍ୟ ଚାଲିଥିଲା। ଆମେରିକା ରିପବ୍ଲିକାନ୍ସ ପକ୍ଷରୁ ସୋମବାର ଜାରି ରିପୋର୍ଟରେ ଏହି ଦାବି କରାଯାଇଛି। ଏ ନେଇ ପର୍ଯ୍ୟାପ୍ତ ପ୍ରମାଣ ରହିଥିବା କୁହାଯାଇଛି। ତେବେ ଆମେରିକାର ଗୁଇନ୍ଦା ଏଜେନ୍ସି ଏ ପର୍ଯ୍ୟନ୍ତ କୌଣସି ନିଷ୍କର୍ଷରେ ପହଞ୍ଚି ପାରିନାହିଁ। ରିପବ୍ଲିକାନ୍ସ ସାଂସଦ ତଥା ଆମେରିକା ସଂସଦର ବୈଦେଶିକ ବ୍ୟାପାର କମିଟି ମୁଖ୍ୟ ମାଇକ ମ୍ୟାକଲ ଏହି ରିପୋର୍ଟ ଜାରି କରିଛନ୍ତି। ଏଥିରେ କରୋନା ଉତ୍ପତ୍ତି ଜାଣିବା ପାଇଁ ଏକ ବହୁଦଳୀୟ ଯାଞ୍ଚ କରିବାକୁ ଦାବି କରାଯାଇଛି। ତେବେ ଚୀନ ଉହାନ ଲ୍ୟାବରୁ କରୋନା ଭୂତାଣୁ ଲିକ ହୋଇନଥିବା ଦାବି କରିଆସୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର