ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଦୋଷୀ ସାବ୍ୟସ୍ତ

ନରସଂହାର ମାମଲାରେ ଦୋଷୀ ସାବ୍ୟସ୍ତ କଲେ ବାଂଲାଦେଶ କୋର୍ଟ

Deviprasad Mohanty Picture
Published On

ନୂଆଦିଲ୍ଲୀ: ଶେଖ ହସିନାଙ୍କ ବିରୁଦ୍ଧରେ ବାଂଲାଦେଶର ଇଣ୍ଟରନ୍ୟାସନାଲ୍ କ୍ରିମିନାଲ କୋର୍ଟର ରାଏ ଆସିଛି। କୋର୍ଟ ହସିନାଙ୍କୁ ଜୁଲାଇ ବିଦ୍ରୋହର ଦୋଷୀ ବୋଲି କହିବା ସହିତ ତାଙ୍କ ଆଦେଶରେ ବିକ୍ଷୋଭକାରୀଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା ବୋଲି କହିଛି। ୪ ଶହ ପୃଷ୍ଠାର ରାଏ ୬ ଭାଗରେ ଶୁଣାଣି ହେଉଛି ।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ବାଙ୍ଗଲାଦେଶୀ ମିଡିଆ ପ୍ରଥମ୍ ଆଲୋର ଅନୁଯାୟୀ, କୋର୍ଟ ଫୈସଲା ଶୁଣାଇବା ସମୟରେ ହସିନାଙ୍କର ସେହି ଅଡିଓ ମଧ୍ୟ ଶୁଣାଯାଇଥିଲା, ଯାହା ବାଙ୍ଗଲାଦେଶରେ ବହୁତ ଭାଇରାଲ୍ ହୋଇଥିଲା। ଏହି ଅଡିଓରେ ହସିନା ପୋଲିସ୍ ମୁଖ୍ୟଙ୍କୁ ଲୋକମାନଙ୍କ ଉପରେ ଗୁଳି ଚଳାଇବାକୁ କହୁଛନ୍ତି। କୋର୍ଟ ଫୈସଲା ଶୁଣାଇବା ସମୟରେ ମାନବାଧିକାର ଆଯୋଗର ରିପୋର୍ଟର ମଧ୍ୟ ଉଲ୍ଲେଖ କରିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ସୂଚନାଯୋଗ୍ୟ ଯେ, ୨୦୨୪ ଅଗଷ୍ଟ ମାସରେ ଶେଖ ହାସିନାଙ୍କୁ ଦେଶ ଛାଡ଼ିବାକୁ ପଡ଼ିଥିଲା। ହସିନାଙ୍କ ବିରୋଧରେ ବିରୋଧୀ ଦଳଙ୍କ ସହିତ ମୁସଲିମ୍ ମୌଳବାଦୀ ରାସ୍ତାକୁ ଓହ୍ଲାଇ ଥିଲେ । ଏହା ସହିତ ବାଂଲାଦେଶର ହିନ୍ଦୁଙ୍କ ଉପରେ ଆକ୍ରମଣ ଆରମ୍ଭ ହୋଇଥିଲା। ବାଂଲାଦେଶୀ ସେନା ହାସିନାଙ୍କୁ ଗାଦି ଛାଡ଼ିବାକୁ ଅଲ୍ଟିମେଟମ୍ ଦେଇଥିଲା । ଯାହା ପରେ ହସିନା ଭାରତକୁ ପଳାୟନ କରିଥିଲେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର