ହରିୟାଣାର ଫରିଦାବାଦରୁ ୩୫୦ କିଲୋ RDX ଜବତ, ଦୁଇ ସନ୍ଦିଗ୍ଧ ଡାକ୍ତର ଗିରଫ

Madhusudan Das Picture
Published On

ନୂଆଦିଲ୍ଲୀ: ବଡ଼ ଆତଙ୍କୀ ଯୋଜନାକୁ ପଣ୍ଡ କଲା ଜମ୍ମୁକାଶ୍ମୀର ପୋଲିସ । ହରିୟାଣାର ଫରିଦାବାଦରୁ ୩୫୦ କିଲୋ RDX ଜବତ ।ବିପୁଳ ପରିମାଣର RDX ସହ AK-୪୭ ମଧ୍ୟ ଜବତ । ଟେରର୍‌ ଲିଙ୍କ୍‌ରେ ଗିରଫ ଡାକ୍ତର ଆଦିଲ ଅହମ୍ମଦ ସୂଚନା ଆଧାରରେ ରେଡ୍‌ ବେଳେ ଏତେ ପରିମାଣର ଆମୋନିୟମ ନାଇଟ୍ରେଟ ସହ ଗୋଟିଏ ଆସଲ୍ଟ ରାଇଫଲ ଜବତ ହୋଇଛି । ଜମ୍ମୁ ଏବଂ କାଶ୍ମୀର ପୋଲିସର ଏକ ସ୍ୱତନ୍ତ୍ର ଦଳ ସ୍ଥାନୀୟ ପୋଲିସ ସହିତ ମିଶି  ହରିୟାଣାର ଫରିଦାବାଦରେ ଜଣେ ଡାକ୍ତରଙ୍କ ଘରୁ ଏସବୁ ଜବତ କରିଛି । ତେବେ ପୂର୍ବରୁ, ପୋଲିସ କାଶ୍ମୀର ଭ୍ୟାଲିରେ ଡାକ୍ତର ଆଦିଲ ଅହମ୍ମଦଙ୍କ ଏକ ଲକରରୁ ଏକ AK-47 ରାଇଫଲ ଓ ଗୁଳି ଜବତ କରିଥିଲା।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

ଆଦିଲଙ୍କ ଗିରଫଦାରି ପରେ ଆଉ ଜଣେ ଡାକ୍ତରଙ୍କୁ ମଧ୍ୟ ଅଟକ ରଖାଯାଇଛି । ଏହି ଦୁଇଜଣଙ୍କ ସହାୟତାରେ ଜୈସ୍-ଏ-ମହମ୍ମଦ ଆତଙ୍କୀ ସଂଗଠନ ଦେଶରେ ବଡ଼ ଧରଣର ଆତଙ୍କୀ ହମଲା କରିବାକୁ ଯୋଜନା କରିଥିଲା ବୋଲି କୁହାଯାଉଛି । ଏହାକୁ ପଣ୍ଡ କରିଛି ଜମ୍ମୁ- କାଶ୍ମୀର ପୁଲିସ୍ ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ସୂତ୍ର ଅନୁସାରେ, ଏହି ଅପରେସନ ଆତଙ୍କବାଦୀ ସଂଗଠନ ଅନସାର ଘଜୱାତ-ଉଲ-ହିନ୍ଦ (AGH) ର ତଦନ୍ତର ଏକ ଅଂଶ । ତଦନ୍ତରୁ ଜଣାପଡିଛି ଯେ ତିନି ଜଣ ଡାକ୍ତର ଏହି ସଂଗଠନ ସହିତ ଜଡିତ ଥିଲେ। ଏହି ଡାକ୍ତରମାନଙ୍କ ମଧ୍ୟରୁ ଦୁଇଜଣ, ଆଦିଲ ଅହମ୍ମଦ ରାଥେର (ଅନନ୍ତନାଗର ବାସିନ୍ଦା) ଏବଂ ମୁଜାମ୍ମିଲ ଶକିଲ (ପୁଲୱାମାର ବାସିନ୍ଦା)ଙ୍କୁ ସାହାରାନପୁର ଏବଂ ଫରିଦାବାଦରୁ ଗିରଫ କରାଯାଇଇଛି । 

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

10 Nov 2025 By Madhusudan Das

ହରିୟାଣାର ଫରିଦାବାଦରୁ ୩୫୦ କିଲୋ RDX ଜବତ, ଦୁଇ ସନ୍ଦିଗ୍ଧ ଡାକ୍ତର ଗିରଫ

ନୂଆଦିଲ୍ଲୀ: ବଡ଼ ଆତଙ୍କୀ ଯୋଜନାକୁ ପଣ୍ଡ କଲା ଜମ୍ମୁକାଶ୍ମୀର ପୋଲିସ । ହରିୟାଣାର ଫରିଦାବାଦରୁ ୩୫୦ କିଲୋ RDX ଜବତ ।ବିପୁଳ ପରିମାଣର RDX ସହ AK-୪୭ ମଧ୍ୟ ଜବତ । ଟେରର୍‌ ଲିଙ୍କ୍‌ରେ ଗିରଫ ଡାକ୍ତର ଆଦିଲ ଅହମ୍ମଦ ସୂଚନା ଆଧାରରେ ରେଡ୍‌ ବେଳେ ଏତେ ପରିମାଣର ଆମୋନିୟମ ନାଇଟ୍ରେଟ ସହ ଗୋଟିଏ ଆସଲ୍ଟ ରାଇଫଲ ଜବତ ହୋଇଛି । ଜମ୍ମୁ ଏବଂ କାଶ୍ମୀର ପୋଲିସର ଏକ ସ୍ୱତନ୍ତ୍ର ଦଳ ସ୍ଥାନୀୟ ପୋଲିସ ସହିତ ମିଶି  ହରିୟାଣାର ଫରିଦାବାଦରେ ଜଣେ ଡାକ୍ତରଙ୍କ ଘରୁ ଏସବୁ ଜବତ କରିଛି । ତେବେ ପୂର୍ବରୁ, ପୋଲିସ କାଶ୍ମୀର ଭ୍ୟାଲିରେ ଡାକ୍ତର ଆଦିଲ ଅହମ୍ମଦଙ୍କ ଏକ ଲକରରୁ ଏକ AK-47 ରାଇଫଲ ଓ ଗୁଳି ଜବତ କରିଥିଲା।

ଆଦିଲଙ୍କ ଗିରଫଦାରି ପରେ ଆଉ ଜଣେ ଡାକ୍ତରଙ୍କୁ ମଧ୍ୟ ଅଟକ ରଖାଯାଇଛି । ଏହି ଦୁଇଜଣଙ୍କ ସହାୟତାରେ ଜୈସ୍-ଏ-ମହମ୍ମଦ ଆତଙ୍କୀ ସଂଗଠନ ଦେଶରେ ବଡ଼ ଧରଣର ଆତଙ୍କୀ ହମଲା କରିବାକୁ ଯୋଜନା କରିଥିଲା ବୋଲି କୁହାଯାଉଛି । ଏହାକୁ ପଣ୍ଡ କରିଛି ଜମ୍ମୁ- କାଶ୍ମୀର ପୁଲିସ୍ ।

ସୂତ୍ର ଅନୁସାରେ, ଏହି ଅପରେସନ ଆତଙ୍କବାଦୀ ସଂଗଠନ ଅନସାର ଘଜୱାତ-ଉଲ-ହିନ୍ଦ (AGH) ର ତଦନ୍ତର ଏକ ଅଂଶ । ତଦନ୍ତରୁ ଜଣାପଡିଛି ଯେ ତିନି ଜଣ ଡାକ୍ତର ଏହି ସଂଗଠନ ସହିତ ଜଡିତ ଥିଲେ। ଏହି ଡାକ୍ତରମାନଙ୍କ ମଧ୍ୟରୁ ଦୁଇଜଣ, ଆଦିଲ ଅହମ୍ମଦ ରାଥେର (ଅନନ୍ତନାଗର ବାସିନ୍ଦା) ଏବଂ ମୁଜାମ୍ମିଲ ଶକିଲ (ପୁଲୱାମାର ବାସିନ୍ଦା)ଙ୍କୁ ସାହାରାନପୁର ଏବଂ ଫରିଦାବାଦରୁ ଗିରଫ କରାଯାଇଇଛି । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର