ମୁମ୍ବାଇ ଷ୍ଟୁଡିଓରେ ୧୭ ପିଲାଙ୍କୁ ବନ୍ଧକ ରଖିଥିବା ଅଭିଯୁକ୍ତ ପୋଲିସ ଗୁଳିରେ ମୃତ, ସମସ୍ତ ପିଲା ସୁରକ୍ଷିତ ଉଦ୍ଧାର

Madhusudan Das Picture
Published On

ମୁମ୍ବାଇ: ମୁମ୍ବାଇ ଷ୍ଟୁଡିଓରେ ୧୭ ପିଲାଙ୍କୁ ବନ୍ଧକ ରଖିଥିବା ଅଭିଯୁକ୍ତ ପୋଲିସ ଗୁଳିରେ ମୃତ । ଅଡିସନ ବାହାନାରେ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଏକ ଷ୍ଟୁଡିଓରେ ପ୍ରାୟ ୧୭ ପିଲାଙ୍କୁ ବନ୍ଧକ ରଖିଥିଲା । ତେବେ ପୋଲିସ ପିଲାମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଛି । RA ଷ୍ଟୁଡିଓର ପ୍ରଥମ ମହଲାରେ ବନ୍ଧକ ରହିଥିଲେ ୧୭ ପିଲା । 

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ସୂଚନା ଅନୁସାରେ, ରୋହିତ ଆର୍ଯ୍ୟ ନାମକ ଜଣେ ବ୍ୟକ୍ତି ଅଡିସନ୍‌ ନାଁରେ କିଛି ପିଲାଙ୍କୁ ଡାକିଥିଲା। ଯାହାଙ୍କ ବୟସ ୮ ରୁ ୧୪ ବର୍ଷ ଭିତରେ ଥିଲା। ବନ୍ଧୀ ଥିବା ପିଲାମାନେ ଭୟଭୀତ ଅବସ୍ଥାରେ ଝରକା ବାଟ ଦେଇ ବାହାରର ଲୋକଙ୍କୁ ସାହାଯ୍ୟ ମାଗିଥିଲା। ପୁଲିସ ଏହାର ସୂଚନା ପାଇ ଘଟଣାସ୍ଥଳରେ ପହଁଞ୍ଚିଥିଲା। ଏହାପରେ ଆରମ୍ଭ କରି ଦେଇଥିଲା ରେସକ୍ୟୁ ଅପରେସନ୍। ଏହି ସମୟରେ  ଅଭିଯୁକ୍ତ ରୋହିତ ଦେହରେ ପୁଲିସର ଗୁଳି  ବାଜିଥିଲା। ଗୁରୁତର ଅବସ୍ଥାରେ ଅଭିଯୁକ୍ତକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

ପୋଲିସର କହିବା ଅନୁସାରେ, ପାଖାପାଖି ୧୦୦ ପିଲା ମୁମ୍ବାଇର ପୱାଇ ଅଞ୍ଚଳରେ ଥିବା ଆରଏ ଷ୍ଟୁଡିଓରେ ଅଡିସନ ଦେବାକୁ ଆସିଥିଲେ। ଏହି ସମୟରେ ଏକ ଷ୍ଟୁଡିଓରେ କାମ କରୁଥିବା ଜଣେ ବ୍ୟକ୍ତି ୧୫-୨୦ ଜଣ ପିଲାଙ୍କୁ ବନ୍ଧକ କରିନେଇ ଥିଲେ । କୁହାଯାଉଛି ଯେ, ଅଭିଯୁକ୍ତ ୟୁଟ୍ୟୁବ୍‌ ଚ୍ୟାନେଲ ମଧ୍ୟ ଚଲାଉଛନ୍ତି।  ସୂଚନା ଆଧାରରେ ସେ ୪-୫ ଦିନରୁ ଏଠାରେ ଅଡିସନ କରୁଥିଲେ।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

ଗୁରୁବାର ଅଡିସନ କରାଇବା ଦିନ ସେ ପ୍ରାୟ ୮୦ ଜଣ ପିଲାଙ୍କୁ ଫେରାଇ ଦେଇଥିଲେ ଏବଂ ଅନ୍ୟ ପିଲାଙ୍କୁ ରୁମ୍‌ରେ ବନ୍ଦ କରିଦେଲେ। ରୁମ୍‌ରେ ବନ୍ଦ ପିଲାମାନେ ଝରକା ଦେଇ ବାହାରକୁ ଦେଖୁ ଥିଲେ। ଏହାର ଖବର ଯେମିତି ସ୍ଥାନୀୟ ଲୋକେ ପାଇଲେ ଘଟଣା ସ୍ଥଳରେ ମାହୋଲ ଉତ୍ତେଜିତ ହୋଇଥିଲା। ସେ ତୁରନ୍ତ ସ୍ଥାନୀୟ ଥାନା ପୁଲିସକୁ ଖବର ଦେଇଥିଲେ। ସୂଚନା ପାଇବାର ତୁରନ୍ତ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅପରେସନ ଆରମ୍ଭ କରିଥିଲେ। କୁହାଯାଉଛି ଯେ, ଏହି ସମୟରେ ବିବାଦ ଆରମ୍ଭ ହେବା ପରେ ପୁଲିସକୁ ଫାୟାରିଂ କରିବାକୁ ପଡ଼ିଲା , ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିଲା। ସବୁ ପିଲାଙ୍କୁ ଘଟଣାସ୍ଥଳରୁ ସୁରକ୍ଷିତ ଉଦ୍ଧାର କରାଯାଇ ପାରିଛି ବୋଲି ମୁମ୍ୱାଇ ପୁଲିସ ସୂଚନା ଦେଇଛି । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର