୨୦୨୮ରୁ ଦିଲ୍ଲୀରେ ଆରମ୍ଭ ହୋଇପାରେ ଏୟାର ଟ୍ୟାକ୍ସି, ୩ ଘଣ୍ଟାର ଯାତ୍ରାକୁ ଲାଗିବ ୧୦ ମିନିଟ୍‌; ଭଡ଼ା ୫୦୦ ଟଙ୍କା...

Deviprasad Mohanty Picture
Published On

ନୂଆଦିଲ୍ଲୀ: ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ) ଏବଂ ଚୀନ୍‌ ପରେ ଭାରତରେ ୨୦୨୮ ସୁଦ୍ଧା ଏୟାର ଟ୍ୟାକ୍ସି ଆରମ୍ଭ ହୋଇପାରେ। ଏହା ମାଧ୍ୟମରେ ଯେକୌଣସି ସ୍ଥାନରୁ ସିଧାସଳକ ଉଡ଼ାଣ କରି ହେବ। ଇଚ୍ଛା ମୁତାବକ ସ୍ଥାନରେ ମଧ୍ୟ ଅବତରଣର ସୁବିଧା ମିଳିବ। ଏଥିପାଇଁ ପଞ୍ଜାବର ମୋହାଲି ସ୍ଥିତ ଷ୍ଟାର୍ଟଅପ୍‌ ନଲୱା ଏରୋ ଏଭଳି ଏକ ସ୍ବଦେଶୀ ଏୟାର ଟ୍ୟାକ୍ସି ବିକଶିତ କରିଛି। ଏହାର ନାମ ଇଭିଟଲ ତଥା ଇଲେକ୍‌ଟ୍ରିକ ଭର୍ଟିକାଲ ଟେକ-ଅଫ୍‌ ଆଣ୍ଡ ଲ୍ୟାଣ୍ଡିଂ ରହିଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ଏହାକୁ ଡିଜାଇନ ଅର୍ଗାନେଇଜେସନ ଆପ୍ରୁଭାଲ (ଡିଓଏ) ପ୍ରମାଣପତ୍ର ପ୍ରଦାନ କରିଛି। ନଲୱା ଏରୋର ସିଇଓ କୁଲଜିତ ସିଂହ ସାନ୍ଧୁ କହିଛନ୍ତି ଯେ କରୋନା ସମୟରେ ତାଙ୍କର ଜଣେ ବନ୍ଧୁ ଏମର୍ଜେନ୍ସି ମେଡିକାଲ ଇଭାକ୍ୟୁସନ (ଇଏମଇ) ଆବଶ୍ୟକ ଥିବା କହିଥିଲେ। ତାଙ୍କ ଘର ପାଖରେ କୌଣସି ଏୟାର ଆମ୍ବୁଲାନ୍ସ କିମ୍ବା ହେଲିପ୍ୟାଡ ନ ଥିଲା। ଏହା ହିଁ ତାଙ୍କୁ ଭର୍ଟିକାଲ ଉଡ଼ାଣ ଏବଂ ଅବତରଣ କରିପାରୁଥିବା ମେସିନ ପ୍ରସ୍ତୁତ କରିବାକୁ ଅନୁପ୍ରାଣୀତ କରିଥିଲା। ଏହାର ଡିଜାଇନ ପ୍ରକ୍ରିୟା ଶେଷ ହୋଇଯାଇଛି। ମାସେ ଭିତରେ ଏହାର ପ୍ରସ୍ତୁତ ହୋଇଯିବ। ମଧ୍ୟବିତ୍ତ ଏବଂ ନିମ୍ନ ମଧ୍ୟବିତ୍ତ ବର୍ଗଙ୍କୁ ଦୃଷ୍ଟିରେ ରଖି ଏହାକୁ ପ୍ରସ୍ତୁତ କରାଯାଉଛି। ପ୍ରଥମେ ଦିଲ୍ଲୀ-ଏନ୍‌ସିଆରରେ ଏହି ଏୟାର ଟ୍ୟାକ୍ସି ସେବା ଆରମ୍ଭ କରାଯିବ। 

ଆହୁରି ପଢ଼ନ୍ତୁ: ଦିଲ୍ଲୀର ମାଲବିୟ ନଗରରେ ଚାଞ୍ଚଲ୍ୟ: ଫ୍ଲାଟରୁ ମିଳିଲା ଦୁଇ ଭଉଣୀଙ୍କ ମୃତଦେହ, ମାଆ ଗୁରୁତର

ଆଇଜିଆଇ ବିମାନବନ୍ଦରରୁ ଆନନ୍ଦ ବିହାର, ନୋଏଡ଼ା, ଗାଜିଆବାଦ ଏବଂ ପାନିପତ ଭଳି ସ୍ଥାନକୁ ଯିବା ପାଇଁ ଘଣ୍ଟାଏରୁ ତିନି ଘଣ୍ଟା ଲାଗୁଛି। ଇଭିଟଲ୍‌ ଏୟାର ଟ୍ୟାକ୍ସି ଏହି ସ୍ଥାନକୁ ମାତ୍ର ୧୦ରୁ ୧୨ ମିନିଟ ମଧ୍ୟରେ ପହଞ୍ଚାଇ ଦେବ। ଆଇଜିଆଇ ବିମାନବନ୍ଦରରୁ ଆନନ୍ଦ ବିହାର ଯିବା ପାଇଁ ବ୍ୟକ୍ତି ପିଛା ମାତ୍ର ୫୦୦ ଟଙ୍କା ଭଡ଼ା ଲାଗିବ ବୋଲି ଅନୁମାନ କରାଯାଉଛି। ଦିଲ୍ଲୀ ପରେ ମୁମ୍ବଇ, କୋଲକାତା, ବେଙ୍ଗାଲୁରୁ ସହିତ ଅନ୍ୟ ମେଟ୍ରୋ ସହରରେ ଏହି ସେବା ଆରମ୍ଭ ହେବ। ସାନ୍ଧୁଙ୍କ ଅନୁଯାୟୀ, ଇଭିଟଲ୍‌ରେ ୮ଟି ରୋଷ୍ଟର ସିଷ୍ଟମ ରହିଛି। ତିନୋଟି ଅକାମୀ ହୋଇଗଲେ ବି ବିମାନ ଦୁର୍ଘଟଣାଗ୍ରସ୍ତ ହେବନାହିଁ। ଏହା ସୁରକ୍ଷିତ ଭାବେ ଅବତରଣ କରିବ। ଏହା ହେଲିକପ୍ଟରଠାରୁ ଅଧିକ ସୁରକ୍ଷିତ। ହେଲିକପ୍ଟର ତୁଳନାରେ ଇଭିଟଲ୍‌ ୧୦ ଗୁଣା ଶବ୍ଦ କମ୍‌ କରିବ। ଏହାର ପରିଚାଳନା ଖର୍ଚ୍ଚ ମଧ୍ୟ ୯୦ ପ୍ରତିଶତରୁ ଅଧିକ ଶସ୍ତା। ହେଲିକପ୍ଟରେ ଘଣ୍ଟାଏ ପାଇଁ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। କିନ୍ତୁ ଇଭିଟଲ୍‌ରେ ଏହାର ୧୦ ପ୍ରତିଶତରୁ ବି କମ୍‌ ଖର୍ଚ୍ଚ ହେବ। ଏହା ଥରେ ଚାର୍ଜ କଲେ ୯୦ ମିନିଟ୍‌ କିମ୍ବା ୩୦୦ କିମି ପର୍ଯ୍ୟନ୍ତ ଉଡ଼ାଣ କରିବାରେ ସକ୍ଷମ। ଏଥିରେ ଲିଥିୟମ ଆଇନ ବ୍ୟାଟେରୀ ବ୍ୟବହାର କରାଯାଉଛି। ସେହିପରି ହାଇଡ୍ରୋଜନ ଫୁଏଲରେ ପରିଚାଳତ ଏହାର ଅନ୍ୟ ମଡେଲଟି ୫୦ ମିନିଟରେ ଫୁଲ ଚାର୍ଜ ହେବ ଏବଂ ୮୦୦ କିମି ପର୍ଯ୍ୟନ୍ତ ଉଡ଼ିପାରିବ। କମ୍ପାନୀ ଏହାର ତିନୋଟି ମଡେଲ ପ୍ରସ୍ତୁତ କରିଛି। ୨ ଷ୍ଟ୍ରେଚର ବିଶିଷ୍ଟ ଆମ୍ବୁଲାନ୍ସ ଭର୍ସନ, ୫ରୁ ୭ ଆସନ ବିଶିଷ୍ଟ ଯାତ୍ରୀ ଏୟାର ଟ୍ୟାକ୍ସି ଏବଂ କାର୍ଗୋ ମଡେଲ ରହିଛି। ଏହା ଘଣ୍ଟା ପ୍ରତି ୩୫୦ରୁ ୪୦୦ କିମି ବେଗରେ ଗତି କରିପାରିବ। 

ଆହୁରି ପଢ଼ନ୍ତୁ: ଗୋଟିଏ ମଣ୍ଡପ, ଜଣେ କନ୍ୟା ଆଉ ଦୁଇ ଜଣ ବର! ଏହି ନିଆରା ବିବାହର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ

21 Oct 2025 By Deviprasad Mohanty

https://www.thesakala.in/national-international/air-taxis-may-start-in-delhi-from-2028-3-hour-journey-will-take-only-10-minutes/article-42762
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର