ଆଜିଠୁ ମହଙ୍ଗା ହେଲା ATM ରୁ ଟଙ୍କା ଉଠାଣ, ଛୁଟି ଦିନରେ ବି ଆସିବ ଦରମା ଓ ପେନସନ

The Sakala Picture
Published On

ନୂଆଦିଲ୍ଲୀ : ଅଗଷ୍ଟ ପହିଲାରୁ ସାରା ଦେଶରେ ଅନେକ ପରିବର୍ତ୍ତନ ଘଟି ଲାଗୁ ହେବାକୁ ଯାଉଛି କିଛି ନୂଆ ନିୟମ । ଏଗୁଡ଼ିକ ଆପଣଙ୍କ ପକେଟ ଏବଂ ଚଳଣି ଉପରେ ସିଧାସଳଖ ପ୍ରଭାବ ପକାଇବ। ଏଟିଏମ୍ ରୁ କେୱାଇସି ପର୍ଯ୍ୟନ୍ତ ଅଗଷ୍ଟ ପହିଲାରୁ ଅନେକ ଜରୁରୀ ପରିବର୍ତ୍ତନ ହେବାକୁ ଯାଉଛି। ଏଟିଏମରୁ ଟଙ୍କା କାଢିବା କେବଳ ମହଙ୍ଗା ହେବ ନାହିଁ ବରଂ ଯଦି ଆପଣ ସମୟ ପୂର୍ବରୁ ନିଜର କେୱାଇସି ଅପଡେଟ୍ କରିନାହାନ୍ତି ତେବେ ଆପଣଙ୍କ ଆକାଉଣ୍ଟ […]

ନୂଆଦିଲ୍ଲୀ : ଅଗଷ୍ଟ ପହିଲାରୁ ସାରା ଦେଶରେ ଅନେକ ପରିବର୍ତ୍ତନ ଘଟି ଲାଗୁ ହେବାକୁ ଯାଉଛି କିଛି ନୂଆ ନିୟମ । ଏଗୁଡ଼ିକ ଆପଣଙ୍କ ପକେଟ ଏବଂ ଚଳଣି ଉପରେ ସିଧାସଳଖ ପ୍ରଭାବ ପକାଇବ। ଏଟିଏମ୍ ରୁ କେୱାଇସି ପର୍ଯ୍ୟନ୍ତ ଅଗଷ୍ଟ ପହିଲାରୁ ଅନେକ ଜରୁରୀ ପରିବର୍ତ୍ତନ ହେବାକୁ ଯାଉଛି। ଏଟିଏମରୁ ଟଙ୍କା କାଢିବା କେବଳ ମହଙ୍ଗା ହେବ ନାହିଁ ବରଂ ଯଦି ଆପଣ ସମୟ ପୂର୍ବରୁ ନିଜର କେୱାଇସି ଅପଡେଟ୍ କରିନାହାନ୍ତି ତେବେ ଆପଣଙ୍କ ଆକାଉଣ୍ଟ ବନ୍ଦ ହୋଇପାରେ। ଅଗଷ୍ଟ ପହିଲାଠାରୁ ବ୍ୟାଙ୍କରୁ କାରବାର ରବିବାର ଏବଂ ଛୁଟିଦିନରେ ମଧ୍ୟ ହୋଇପାରିବ। ଏହାବ୍ୟତୀତ ବର୍ତ୍ତମାନ ଆପଣଙ୍କୁ ଏଟିଏମରୁ ଟଙ୍କା ଉଠାଇବା ପାଇଁ ଅଧିକ ଦେୟ ଦେବାକୁ ପଡିବ ।

ଆହୁରି ପଢ଼ନ୍ତୁ: ଆମେରିକାରେ ପିଲାଙ୍କ ପାସପୋର୍ଟ ନିୟମରେ ହୋଇପାରେ ପରିବର୍ତ୍ତନ: ବାପା-ମା'ଙ୍କୁ ଦେବାକୁ ପଡ଼ିବ ନାଗରିକତ୍ୱର ପ୍ରମାଣ

ଅଗଷ୍ଟ ପହିଲାଠାରୁ ଏଟିଏମ୍ ଇଣ୍ଟରଟେଣ୍ଟ୍‌ ଫି ୧୫ ରୁ ୧୭ ଟଙ୍କାକୁ ବୃଦ୍ଧି କରାଯିବ। ଅଣ- ଆର୍ଥିକ କାରବାର ଉପରେ ମଧ୍ୟ ଫି ୫ ରୁ ୬ ଟଙ୍କାକୁ ବୃଦ୍ଧି ହେବ। ଗ୍ରାହକଙ୍କ ସୁବିଧା ପାଇଁ ବ୍ୟାଙ୍କଗୁଡ଼ିକ ସବୁ ସ୍ଥାନରେ ଏଟିଏମ୍ ସ୍ଥାପନ କରିଥାନ୍ତି। ଅନ୍ୟ ବ୍ୟାଙ୍କର ଗ୍ରାହକମାନେ ମଧ୍ୟ ଏହି ମେସିନରୁ ଟଙ୍କା ଉଠାଣ କିମ୍ବା ସ୍ଥାନାନ୍ତର କରନ୍ତି। ପ୍ରତ୍ୟେକ ବ୍ୟାଙ୍କ ମାଗଣା କାରବାର ସୀମା ସ୍ଥିର କରିଛନ୍ତି । ତା’ଠାରୁ ଅଧିକ କାରବାର ପାଇଁ ଗ୍ରାହକଙ୍କଠାରୁ ଫି ଆଦାୟ କରାଯାଏ। ଏହାକୁ ଇଣ୍ଟରଚେଞ୍ଜ ଫି କୁହାଯାଏ। ଆଉ ଏକ ପରିବର୍ତ୍ତନ ସ୍ବରୂପ ଏଣିକି ବ୍ୟାଙ୍କ ଛୁଟି ଦିନରେ ବି କର୍ମଚାରୀଙ୍କ ବ୍ୟାଙ୍କ ଖାତାକୁ ଆସିବ ଦରମା ଓ ପେନ୍‌ସନ୍‌।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

କେବଳ ଦରମା ନୁହେଁ ଅଗଷ୍ଟ ପହିଲାଠାରୁ ବ୍ୟାଙ୍କ ସହିତ ଜଡିତ ଆପଣଙ୍କର ଅନେକ କାରବାର ରବିବାର ଏବଂ ଛୁଟିଦିନରେ ମଧ୍ୟ ହୋଇପାରିବ। ନ୍ୟାସନାଲ ଅଟୋମେଟେଡ୍ କ୍ଲିଅରିଂ ହାଉସ୍ (ଏନ୍‌ଏସିଏଚ୍) ବ୍ୟବସ୍ଥାକୁ ସାତ ଦିନ ଯାକ କାର୍ଯ୍ୟକ୍ଷମ ରଖିବାକୁ ଆରବିଆଇ ନିଷ୍ପତି ନେଇଛି। ଯାହାଫଳରେ ଆଗାମୀ ଦିନରେ ଦରମା କିମ୍ବା ପେନସନ୍‌ ପାଇଁ ଶନିବାର ଏବଂ ରବିବାର ଅର୍ଥାତ୍ ସପ୍ତାହ ଶେଷ ଯାଏ ଅପେକ୍ଷା କରିବାକୁ ପଡ଼ିବନାହିଁ। ଏହାବ୍ୟତୀତ ଛୁଟିଦିନରେ ଆପଣଙ୍କ ଆକାଉଣ୍ଟରୁ ଇଏମ୍ଆଇ ବା କିସ୍ତି ମଧ୍ୟ କଟାଯିବ। ତାହା ହେଉଛି, ଅଗଷ୍ଟ କିଙ୍କି ପହିଲାଠାରୁ, ଆପଣଙ୍କୁ ଆଉ ଦରମା, ପେନ୍‌ସନ୍‌ ଏବଂ ଇଏମ୍ଆଇ ଦେୟ ଭଳି ଗୁରୁତ୍ଵପୂର୍ଣ୍ଣ କାରବାର ପାଇଁ କାର୍ଯ୍ୟ ଦିବସ ଯାଏ ଅପେକ୍ଷା କରିବାକୁ ପଡିବନାହିଁ । ଯଦି ଆପଣ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟରୁ କୌଣସି ଇଏମ୍ଆଇ କିମ୍ବା ବିଲ୍ କିମ୍ବା ଇସିଏସର ସ୍ଵୟଂଚାଳିତ ଦେୟର ସୁବିଧା ନେଇଛନ୍ତି, ତେବେ ଅଗଷ୍ଟ ପହିଲାରୁ ଆକାଉଣ୍ଟରେ ପର୍ଯ୍ୟାପ୍ତ ବାଲାନ୍ସ ବଜାୟ ରଖନ୍ତୁ। ଯଦି ଆପଣ ଏହା କରନ୍ତି ନାହିଁ ଏବଂ କମ୍ ବାଲାନ୍ସ ହେତୁ ପେମେଣ୍ଟ ବିଫଳ ହୁଏ, ତେବେ ବ୍ୟାଙ୍କ କିମ୍ବା ଅନ୍ୟାନ୍ୟ ଆର୍ଥିକ ପ୍ରତିଷ୍ଠାନ ଦ୍ବାରା ଆପଣଙ୍କ ଉପରେ ଏକ ଦଣ୍ଡବିଧାନ କରାଯାଇପାରେ। ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ଯଦି ରବିବାରରେ ପର୍ଯ୍ୟାପ୍ତ ପରିମାଣର ବାଲାନ୍ସ ନ ଥାଏ ଏବଂ ସୋମବାର ଦିନ ଟଙ୍କା ଜମା ହୁଏ, ତେବେ ସୋମବାର କିସ୍ତି କିମ୍ବା ବିଲ୍ ପଇଠ କରାଯାଇଥାଏ।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

ଯଦି ଆପଣ ସେୟାର ବଜାର ସହ ଜଡିତ ଏବଂ କ୍ରମାଗତ ବ୍ୟବସାୟ କରୁଛନ୍ତି ତେବେ ଆପଣଙ୍କୁ ନିଜର ଡିମାଟ୍‌ ଓ ଟ୍ରେନିଂ ଖାତାର କେଓବାଇସି । ଅପଡେଟ୍ କରାଇବା ଜରୁରୀ। ଯଦି ଆପଣ 1, ଏ ପର୍ଯ୍ୟନ୍ତ ତାହା କରିନାହାନ୍ତି ତେବେ ଶୀଘ୍ର କରାଇ ନିଅନ୍ତୁ ନଚେତ୍ ଆପଣଙ୍କ ଡିମାଟ୍‌ ଓ । ଟ୍ରେନିଂ ଆକାଉଣ୍ଟ ବନ୍ଦ ହୋଇଯାଇପାରେ। ନ୍ୟାସନାଲ ଲିମିଟେଡ୍ (ଏନଏସଡିଏଲ) ପକ୍ଷରୁ ଜାରି ସର୍କୁଲାରେ ଏହା ସ୍ପଷ୍ଟ ଭାବେ କୁହାଯାଇଛି ଯେ, ସମସ୍ତ ଡିମାଟ୍ ଓ ଟ୍ରେନିଂ ଖାତାର କେୱାଇସି କାମ ଜୁଲାଇ ୩୧ ସୁଦ୍ଧା ସାରିଦେବା ଉଚିତ୍। ଏହି ଖାତାଧାରୀଙ୍କୁ କେଓବାଇସି ଅପଡେଟ୍‌ରେ ନାମ, ଠିକଣା, ପାନ୍ ମୋବାଇଲ ନମ୍ବର, ଇ-ମେଲ୍ ଆଇଡି ଓ ବାର୍ଷିକ ଆୟ ସାମିଲ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର