ରକ୍ତାକ୍ତ ସଂଘର୍ଷ ପରେ ଅସ୍ଥାୟୀ ଯୁଦ୍ଧବିରତି ପାଇଁ ରାଜି ହେଲେ ପାକିସ୍ତାନ ଏବଂ ଆଫଗାନିସ୍ତାନ

Madhusudan Das Picture
Published On

କାବୁଲ/ଇସଲାମାବାଦ:  ୪୮ ଘଣ୍ଟା ପାଇଁ ଅସ୍ଥାୟୀ ଯୁଦ୍ଧବିରତି କାର୍ଯ୍ୟକାରୀ କରିବାକୁ ରାଜି ହୋଇଛନ୍ତି ପାକିସ୍ତାନ ଏବଂ ଆଫଗାନିସ୍ତାନ । ସୀମାରେ ଉତ୍ତେଜନା ଚରମସୀମାରେ ପହଞ୍ଚିବାରୁ ଉଭୟ ଦେଶ ଏଭଳି ନିଷ୍ପତ୍ତି ନେଇଛନ୍ତି । ଏହି ସମୟରେ, ଆଫଗାନିସ୍ତାନ ପାକିସ୍ତାନୀ ସୈନ୍ୟଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରାଯାଇଛି । ଆଫଗାନ ସୂତ୍ର ଅନୁଯାୟୀ, ଆଫଗାନ ସୁରକ୍ଷା ବାହିନୀ ଡୁରାଣ୍ଡ ରେଖାର ସ୍ପିନ୍ ବୋଲଡାକରେ ଅନେକ ପାକିସ୍ତାନୀ ପୋଷ୍ଟକୁ ଧ୍ୱଂସ କରିଦେଇଛନ୍ତି ଏବଂ ଅନେକ ପାକିସ୍ତାନୀ ସୈନିକଙ୍କୁ ବନ୍ଦୀ କରିଛନ୍ତି ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ଡୋମ୍ବିଭଲିରେ ଚାଞ୍ଚଲ୍ୟ: କଲେଜ କୋଠାରୁ ଡେଇଁ ପିଅନଙ୍କ ଆତ୍ମହତ୍ୟା

ପୁରୁଣା ବନ୍ଧୁତା ଏବେ ଶତ୍ରୁତାରେ ପରିଣତ ହୋଇଯାଇଛି। ଆଫଗାନିସ୍ତାନର ତାଲିବାନ ସରକାର ଏବଂ ପାକିସ୍ତାନ ମଧ୍ୟରେ ଚରମ ଉତ୍ତଜେନା ସୃଷ୍ଟି ହୋଇଛି। ଦୁଇ ଦେଶ ଘମାଘୋଟ ସଂଘର୍ଷରେ ଲିପ୍ତ ରହିଛନ୍ତି। ସପ୍ତାହ ଭିତରେ ଏହି ଉଭୟ ପଡୋଶୀ ରାଷ୍ଟ୍ର ତିନି ଥର ମୁହାଁମୁହିଁ ହେଲେଣି। ବୁଧବାର ସନ୍ଧ୍ୟାରେ ଆଫଗାନିସ୍ତାନର ରାଜଧାନୀ କାବୁଲରେ ପାକିସ୍ତାନ ଆକାଶ ମାର୍ଗରୁ ଆକ୍ରମଣ କରିଛି। କାବୁଲ ଏବଂ ସ୍ପିନ ବୋଲ୍ଡକ ଅଞ୍ଚଳରେ ବୋମାମାଡ଼ କରାଯାଇଛି। ଏଥିରେ ତାଲିବାନ ସଦସ୍ୟଙ୍କ ସମେତ ୫୦ରୁ ଊର୍ଦ୍ଧ୍ବ ଲୋକ ପ୍ରାଣ ହରାଇଥିବା ସୂଚନା ମିଳିଛି। ଅନେକ କୋଠା ଜଳୁଥିବା ଦେଖାଯାଉଛି। ପାକିସ୍ତାନ ଗଣମାଧ୍ୟମ ଅନୁଯାୟୀ, ତାଲିବାନ ଆକ୍ରମଣକୁ ଜବାବ ଦିଆଯାଇଛି। ଏହି ଆକ୍ରମଣରେ କାନ୍ଦାହାର ପ୍ରଦେଶରେ ଥିବା ତାଲିବାନର ମୁଖ୍ୟ ଠିକଣାକୁ ଧ୍ବଂସ କରିଦିଆଯାଇଛି। ଏଥିରେ ଚତୁର୍ଥ ବାଟାଲିୟନ ଏବଂ ଷଷ୍ଠ ବ୍ରିଗେଡ଼ ମାଟିରେ ମିଶିଯାଇଛି। ଅନେକ ତାଲିବାନ ସଦସ୍ୟ ଏବଂ ବିଦେଶୀ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି। ତେବେ ଆଫଗାନିସ୍ତାନ ଏହି ଦାବିକୁ ଖାରଜ କରିଦେଇଛି। ତାଲିବାନ ମଧ୍ୟ ଚୁପ୍‌ ହୋଇ ବସି ନାହିଁ। ଏହାର ଜବାବରେ ପେଶାୱରରେ ଡ୍ରୋନ ଆକ୍ରମଣ କରିଛି। ଏଥିରେ ଏକ ପ୍ଲାଜାର ପ୍ରକୋଷ୍ଠକୁ ନିଶାଣ କରାଯାଇଛି। ଗୁଇନ୍ଦା କାର୍ଯ୍ୟକଳାପ ପାଇଁ ଏହାକୁ ଗୁପ୍ତ ଅଫିସ ଭାବେ ବ୍ୟବହାର କରାଯାଉଥିବା ଦାବି କରାଯାଇଛି। ଏହା ସହିତ ପାକିସ୍ତାନ ସୀମାକୁ ତାଲିବାନ ଟ୍ୟାଙ୍କ ପଠାଇଛି। 

ଆହୁରି ପଢ଼ନ୍ତୁ: ଚାକିରି ନାଁରେ ବିଦେଶରେ ‘ସାଇବର ଦାସତ୍ୱ’: ଯୁବକଙ୍କୁ ବିକ୍ରି କରୁଥିବା ‘ଅଲି ବାବା’ ସହ ୨ ଦଲାଲ ଗିରଫ

ଏହି ଆକ୍ରମଣ ପରେ ଦୁଇ ଦେଶ ଶାନ୍ତି ପ୍ରୟାସ କରିଛନ୍ତି। ୪୮ ଘଣ୍ଟିଆ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି। ଏହା ସନ୍ଧ୍ୟା ୬ଟା୩୦ରୁ ଆରମ୍ଭ ହୋଇଛି। ଆଲୋଚନା ମାଧ୍ୟମରେ ଉଭୟ ଦେଶ ବିବାଦର ସମାଧାନ ପାଇଁ ପ୍ରୟାସ କରିବେ ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ମଙ୍ଗଳବାର ରାତିରେ ପାକିସ୍ତାନ ସୁରକ୍ଷାବାହିନୀ ଏବଂ ଆଫଗାନ ତାଲିବାନ ମଧ୍ୟରେ ସଂଘର୍ଷ ହୋଇଥିଲା। ଆଫଗାନିସ୍ତାନ ପ୍ରବକ୍ତା ଜବିହୁଲ୍ଲାହ ମୁଜାହିଦ କହିଛନ୍ତି ଯେ ବୁଧବାର ସକାଳେ ପାକିସ୍ତାନ ସେନା କାନ୍ଦାହାରର ସ୍ପିନ ବୋଲ୍ଡକ ଅଞ୍ଚଳରେ ଆକ୍ରମଣ କରିଥିଲା। ଏଥିରେ ୧୨ ଜଣ ସାଧାରଣ ନାଗିରକ ପ୍ରାଣ ହରାଇଥିବାବେଳେ ୧୦୦ରୁ ଅଧିକ ଆହତ ହୋଇଥିଲେ। ଜବାବରେ ପାକିସ୍ତାନର ୭ ସୈନିକ ମଧ୍ୟ ନିହତ ହୋଇଥିଲେ। ଏହା ପରେ ପାକିସ୍ତାନ ସୀମାକୁ ଟ୍ୟାଙ୍କ ପଠା ଯାଇଥିଲା। ପାକିସ୍ତାନ ସେନାର ଗଣମାଧ୍ୟମ ଶାଖା (ଆଇଏସପିଆର) ପକ୍ଷରୁ କୁହାଯାଇଥିଲା ଯେ ବଲୁଚିସ୍ତାନ ସୀମାରେ ଆଫଗାନ ତାଲିବାନର ଆକ୍ରମଣକୁ ସୁରକ୍ଷାବାହିନୀ ବିଫଳ କରିଦେଇଛି। ଏଥିରେ ତାଲିବାନର ୧୫ରୁ ୨୦ ସଦସ୍ୟ ପ୍ରାଣ ହରାଇଛନ୍ତି। 

ଆହୁରି ପଢ଼ନ୍ତୁ: ୨୦ ଲକ୍ଷ ଯୌତୁକ ପାଇଁ ଜୀବନ ହାରିଲେ ମହିଳା: ଉତ୍ତରପ୍ରଦେଶ ବଲିଆରେ ସ୍ୱାମୀ ଓ ଶାଶୁଘର ଲୋକଙ୍କ ନାମରେ ମାମଲା ରୁଜୁ

ଆଫଗାନିସ୍ତନ ଏବଂ ପାକିସ୍ତାନ ଉଭୟେ ପରସ୍ପରର ସେନା ପୋଷ୍ଟକୁ କବ୍‌ଜା କରିଥିବା ଦାବି କରିଛନ୍ତି। ଏହା ସହିତ ଟ୍ୟାଙ୍କକୁ ଧ୍ବଂସ କରିଦିଆଯାଇଛି। ସୀମାରେ ତାଲିବାନ ପ୍ରଥମେ ଗୁଳିମାଡ଼ କରିଥିବା ପାକିସ୍ତାନ ଅଭିଯୋଗ କରିଛି। ସେହିପରି ଆଫଗାନ ପକ୍ଷରୁ କୁହାଯାଇଛି ଯେ ଦେଶ ପ୍ରତି ବିପଦ ସୃଷ୍ଟି ହେଉଥିବା ସ୍ଥାନକୁ ନିଶାଣ କରି ସେନା ଆକ୍ରମଣ କରିଥିଲା।

16 Oct 2025 By Madhusudan Das

ରକ୍ତାକ୍ତ ସଂଘର୍ଷ ପରେ ଅସ୍ଥାୟୀ ଯୁଦ୍ଧବିରତି ପାଇଁ ରାଜି ହେଲେ ପାକିସ୍ତାନ ଏବଂ ଆଫଗାନିସ୍ତାନ

କାବୁଲ/ଇସଲାମାବାଦ:  ୪୮ ଘଣ୍ଟା ପାଇଁ ଅସ୍ଥାୟୀ ଯୁଦ୍ଧବିରତି କାର୍ଯ୍ୟକାରୀ କରିବାକୁ ରାଜି ହୋଇଛନ୍ତି ପାକିସ୍ତାନ ଏବଂ ଆଫଗାନିସ୍ତାନ । ସୀମାରେ ଉତ୍ତେଜନା ଚରମସୀମାରେ ପହଞ୍ଚିବାରୁ ଉଭୟ ଦେଶ ଏଭଳି ନିଷ୍ପତ୍ତି ନେଇଛନ୍ତି । ଏହି ସମୟରେ, ଆଫଗାନିସ୍ତାନ ପାକିସ୍ତାନୀ ସୈନ୍ୟଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରାଯାଇଛି । ଆଫଗାନ ସୂତ୍ର ଅନୁଯାୟୀ, ଆଫଗାନ ସୁରକ୍ଷା ବାହିନୀ ଡୁରାଣ୍ଡ ରେଖାର ସ୍ପିନ୍ ବୋଲଡାକରେ ଅନେକ ପାକିସ୍ତାନୀ ପୋଷ୍ଟକୁ ଧ୍ୱଂସ କରିଦେଇଛନ୍ତି ଏବଂ ଅନେକ ପାକିସ୍ତାନୀ ସୈନିକଙ୍କୁ ବନ୍ଦୀ କରିଛନ୍ତି ।

ପୁରୁଣା ବନ୍ଧୁତା ଏବେ ଶତ୍ରୁତାରେ ପରିଣତ ହୋଇଯାଇଛି। ଆଫଗାନିସ୍ତାନର ତାଲିବାନ ସରକାର ଏବଂ ପାକିସ୍ତାନ ମଧ୍ୟରେ ଚରମ ଉତ୍ତଜେନା ସୃଷ୍ଟି ହୋଇଛି। ଦୁଇ ଦେଶ ଘମାଘୋଟ ସଂଘର୍ଷରେ ଲିପ୍ତ ରହିଛନ୍ତି। ସପ୍ତାହ ଭିତରେ ଏହି ଉଭୟ ପଡୋଶୀ ରାଷ୍ଟ୍ର ତିନି ଥର ମୁହାଁମୁହିଁ ହେଲେଣି। ବୁଧବାର ସନ୍ଧ୍ୟାରେ ଆଫଗାନିସ୍ତାନର ରାଜଧାନୀ କାବୁଲରେ ପାକିସ୍ତାନ ଆକାଶ ମାର୍ଗରୁ ଆକ୍ରମଣ କରିଛି। କାବୁଲ ଏବଂ ସ୍ପିନ ବୋଲ୍ଡକ ଅଞ୍ଚଳରେ ବୋମାମାଡ଼ କରାଯାଇଛି। ଏଥିରେ ତାଲିବାନ ସଦସ୍ୟଙ୍କ ସମେତ ୫୦ରୁ ଊର୍ଦ୍ଧ୍ବ ଲୋକ ପ୍ରାଣ ହରାଇଥିବା ସୂଚନା ମିଳିଛି। ଅନେକ କୋଠା ଜଳୁଥିବା ଦେଖାଯାଉଛି। ପାକିସ୍ତାନ ଗଣମାଧ୍ୟମ ଅନୁଯାୟୀ, ତାଲିବାନ ଆକ୍ରମଣକୁ ଜବାବ ଦିଆଯାଇଛି। ଏହି ଆକ୍ରମଣରେ କାନ୍ଦାହାର ପ୍ରଦେଶରେ ଥିବା ତାଲିବାନର ମୁଖ୍ୟ ଠିକଣାକୁ ଧ୍ବଂସ କରିଦିଆଯାଇଛି। ଏଥିରେ ଚତୁର୍ଥ ବାଟାଲିୟନ ଏବଂ ଷଷ୍ଠ ବ୍ରିଗେଡ଼ ମାଟିରେ ମିଶିଯାଇଛି। ଅନେକ ତାଲିବାନ ସଦସ୍ୟ ଏବଂ ବିଦେଶୀ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି। ତେବେ ଆଫଗାନିସ୍ତାନ ଏହି ଦାବିକୁ ଖାରଜ କରିଦେଇଛି। ତାଲିବାନ ମଧ୍ୟ ଚୁପ୍‌ ହୋଇ ବସି ନାହିଁ। ଏହାର ଜବାବରେ ପେଶାୱରରେ ଡ୍ରୋନ ଆକ୍ରମଣ କରିଛି। ଏଥିରେ ଏକ ପ୍ଲାଜାର ପ୍ରକୋଷ୍ଠକୁ ନିଶାଣ କରାଯାଇଛି। ଗୁଇନ୍ଦା କାର୍ଯ୍ୟକଳାପ ପାଇଁ ଏହାକୁ ଗୁପ୍ତ ଅଫିସ ଭାବେ ବ୍ୟବହାର କରାଯାଉଥିବା ଦାବି କରାଯାଇଛି। ଏହା ସହିତ ପାକିସ୍ତାନ ସୀମାକୁ ତାଲିବାନ ଟ୍ୟାଙ୍କ ପଠାଇଛି। 

ଏହି ଆକ୍ରମଣ ପରେ ଦୁଇ ଦେଶ ଶାନ୍ତି ପ୍ରୟାସ କରିଛନ୍ତି। ୪୮ ଘଣ୍ଟିଆ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି। ଏହା ସନ୍ଧ୍ୟା ୬ଟା୩୦ରୁ ଆରମ୍ଭ ହୋଇଛି। ଆଲୋଚନା ମାଧ୍ୟମରେ ଉଭୟ ଦେଶ ବିବାଦର ସମାଧାନ ପାଇଁ ପ୍ରୟାସ କରିବେ ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ମଙ୍ଗଳବାର ରାତିରେ ପାକିସ୍ତାନ ସୁରକ୍ଷାବାହିନୀ ଏବଂ ଆଫଗାନ ତାଲିବାନ ମଧ୍ୟରେ ସଂଘର୍ଷ ହୋଇଥିଲା। ଆଫଗାନିସ୍ତାନ ପ୍ରବକ୍ତା ଜବିହୁଲ୍ଲାହ ମୁଜାହିଦ କହିଛନ୍ତି ଯେ ବୁଧବାର ସକାଳେ ପାକିସ୍ତାନ ସେନା କାନ୍ଦାହାରର ସ୍ପିନ ବୋଲ୍ଡକ ଅଞ୍ଚଳରେ ଆକ୍ରମଣ କରିଥିଲା। ଏଥିରେ ୧୨ ଜଣ ସାଧାରଣ ନାଗିରକ ପ୍ରାଣ ହରାଇଥିବାବେଳେ ୧୦୦ରୁ ଅଧିକ ଆହତ ହୋଇଥିଲେ। ଜବାବରେ ପାକିସ୍ତାନର ୭ ସୈନିକ ମଧ୍ୟ ନିହତ ହୋଇଥିଲେ। ଏହା ପରେ ପାକିସ୍ତାନ ସୀମାକୁ ଟ୍ୟାଙ୍କ ପଠା ଯାଇଥିଲା। ପାକିସ୍ତାନ ସେନାର ଗଣମାଧ୍ୟମ ଶାଖା (ଆଇଏସପିଆର) ପକ୍ଷରୁ କୁହାଯାଇଥିଲା ଯେ ବଲୁଚିସ୍ତାନ ସୀମାରେ ଆଫଗାନ ତାଲିବାନର ଆକ୍ରମଣକୁ ସୁରକ୍ଷାବାହିନୀ ବିଫଳ କରିଦେଇଛି। ଏଥିରେ ତାଲିବାନର ୧୫ରୁ ୨୦ ସଦସ୍ୟ ପ୍ରାଣ ହରାଇଛନ୍ତି। 

ଆଫଗାନିସ୍ତନ ଏବଂ ପାକିସ୍ତାନ ଉଭୟେ ପରସ୍ପରର ସେନା ପୋଷ୍ଟକୁ କବ୍‌ଜା କରିଥିବା ଦାବି କରିଛନ୍ତି। ଏହା ସହିତ ଟ୍ୟାଙ୍କକୁ ଧ୍ବଂସ କରିଦିଆଯାଇଛି। ସୀମାରେ ତାଲିବାନ ପ୍ରଥମେ ଗୁଳିମାଡ଼ କରିଥିବା ପାକିସ୍ତାନ ଅଭିଯୋଗ କରିଛି। ସେହିପରି ଆଫଗାନ ପକ୍ଷରୁ କୁହାଯାଇଛି ଯେ ଦେଶ ପ୍ରତି ବିପଦ ସୃଷ୍ଟି ହେଉଥିବା ସ୍ଥାନକୁ ନିଶାଣ କରି ସେନା ଆକ୍ରମଣ କରିଥିଲା।

https://www.thesakala.in/national-international/pakistan-afghanistan-declare-48-hour-ceasefire-agreement/article-42712
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର