ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ପରୀକ୍ଷା ଫଳ, ପାସ ହାର ରହିଛି ୯୯.୩୭ ପ୍ରତିଶତ

The Sakala Picture
Published On

ନୂଆଦିଲ୍ଲୀ: ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ପରୀକ୍ଷା ଫଳ। ସମୁଦାୟ ପାସ ହାର ୯୯.୩୭ ପ୍ରତିଶତ ରହିଛି।  ୯୯.୧୩ପ୍ରତିଶତ ଛାତ୍ର ପାସ କରିଥିବା ବେଳେ ୯୯.୬୭ ପ୍ରତିଶତ ଛାତ୍ରୀ ପାସ୍ କରିଛନ୍ତି। ଚଳିତ ବର୍ଷ  ସିବିଏସଇ ଦ୍ବାଦଶ ପରୀକ୍ଷା ପାଇଁ ୧୬ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପଞ୍ଜିକୃତ କରିଥିଲେ। ସୂଚନା ଅନୁଯାୟୀ, ସିବିଏସ୍ଇ ପକ୍ଷରୁ କରୋନ ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ କରାଯାଇଥିଲା। ସିବିଏସଇ ଦଶମ ଓ ଦ୍ୱାଦଶ […]

ନୂଆଦିଲ୍ଲୀ: ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ପରୀକ୍ଷା ଫଳ। ସମୁଦାୟ ପାସ ହାର ୯୯.୩୭ ପ୍ରତିଶତ ରହିଛି।  ୯୯.୧୩ପ୍ରତିଶତ ଛାତ୍ର ପାସ କରିଥିବା ବେଳେ ୯୯.୬୭ ପ୍ରତିଶତ ଛାତ୍ରୀ ପାସ୍ କରିଛନ୍ତି। ଚଳିତ ବର୍ଷ  ସିବିଏସଇ ଦ୍ବାଦଶ ପରୀକ୍ଷା ପାଇଁ ୧୬ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପଞ୍ଜିକୃତ କରିଥିଲେ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ସୂଚନା ଅନୁଯାୟୀ, ସିବିଏସ୍ଇ ପକ୍ଷରୁ କରୋନ ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ କରାଯାଇଥିଲା। ସିବିଏସଇ ଦଶମ ଓ ଦ୍ୱାଦଶ ରେଜଲ୍ଟ ଜାରି କରିବା ପୂର୍ବରୁ ଉଭୟ ଶ୍ରେଣୀର ଛାତ୍ରଙ୍କ ରେଲ ନମ୍ବର ଜାରି କରିଦେଇଛି । ଛାତ୍ରଛାତ୍ରୀ ନିଜର ରୋଲ ନମ୍ବର ଡାଉନଲୋଡ୍ କରିପାରିବେ । ରୋଲ ନମ୍ବର ପାଇବା ପରେ ବୋର୍ଡ଼ର ଅଫିସିଆଲ୍ ୱେବସାଇଟ୍ cbseresults.nic.inରେ  ଛାତ୍ରଛାତ୍ରୀମାନେ ସେମାନଙ୍କର ଫଳାଫଳ ଦେଖିପାରିବେ।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ଛାତ୍ରଛାତ୍ରୀଙ୍କ ଏହି ପରୀକ୍ଷା ଫଳ ବକଳ୍ପ ମୂଲ୍ଯାୟନ ମାଧ୍ଯମରେ ପ୍ରକାଶ କରାଯାଇଛି । ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ୪୦:୩୦:୩୦ ଅନୁପାତ ପଦ୍ଧତି ଅବଲମ୍ବନ କରାଯାଇଛି। ଏଥିରେ ୧୨ଶର ‘ୟୁନିଟ୍‌ ଟେଷ୍ଟ୍‌’ଓ ପ୍ରି-ବୋର୍ଡ ପରୀକ୍ଷାର ୪୦% ନମ୍ବର ଏବଂ ୧୦ମର ୩୦% ନମ୍ବର ଏବଂ ୧୧ର ୩୦% ନମ୍ବର କୁ ପ୍ରାଧାନ୍ୟ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର