ଜାତୀୟ ଶିକ୍ଷା ନୀତିରେ ଆଞ୍ଚଳିକ ଭାଷାକୁ ଗୁରୁତ୍ବ: ନୂଆ ଶିକ୍ଷା ନୀତି ଭାରତର ଭାଗ୍ୟ ବଦଳାଇବାର ସାମର୍ଥ୍ୟ ରଖିଛି- ପ୍ରଧାନମନ୍ତ୍ରୀ

The Sakala Picture
Published On

ନୂଆଦିଲ୍ଲୀ: ଜାତୀୟ ଶିକ୍ଷା ନୀତିକୁ ଏକ ବର୍ଷ ପୁରିଛି। ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରି କହିଛନ୍ତି ଯେ ଗତ ବର୍ଷକ ମଧ୍ୟରେ ଜାତୀୟ ଶିକ୍ଷା ନୀତିକୁ ନେଇ ବହୁ ନିଷ୍ପତ୍ତି ନିଆଯାଇଛି। ଗାଁ ଗାଁରେ ପ୍ଲେ ସ୍କୁଲ ଠାରୁ ଆରମ୍ଭ କରି ବିଭିନ୍ନ ଭାଷାରେ ଇଞ୍ଜିନିୟରିଂ ଶିକ୍ଷାକୁ ସବୁଜ ସଂକେତ ଦେଇଛନ୍ତି ମୋଦି ସରକାର । ମାତୃଭାଷା ଏବଂ ଆଞ୍ଚଳିକ ଭାଷାରେ ଉଚ୍ଚଶିକ୍ଷା ପାଇଁ ନୂଆ ଜାତୀୟ ଶିକ୍ଷାନୀତିରେ ବ୍ୟବସ୍ଥା […]

ନୂଆଦିଲ୍ଲୀ: ଜାତୀୟ ଶିକ୍ଷା ନୀତିକୁ ଏକ ବର୍ଷ ପୁରିଛି। ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରି କହିଛନ୍ତି ଯେ ଗତ ବର୍ଷକ ମଧ୍ୟରେ ଜାତୀୟ ଶିକ୍ଷା ନୀତିକୁ ନେଇ ବହୁ ନିଷ୍ପତ୍ତି ନିଆଯାଇଛି। ଗାଁ ଗାଁରେ ପ୍ଲେ ସ୍କୁଲ ଠାରୁ ଆରମ୍ଭ କରି ବିଭିନ୍ନ ଭାଷାରେ ଇଞ୍ଜିନିୟରିଂ ଶିକ୍ଷାକୁ ସବୁଜ ସଂକେତ ଦେଇଛନ୍ତି ମୋଦି ସରକାର । ମାତୃଭାଷା ଏବଂ ଆଞ୍ଚଳିକ ଭାଷାରେ ଉଚ୍ଚଶିକ୍ଷା ପାଇଁ ନୂଆ ଜାତୀୟ ଶିକ୍ଷାନୀତିରେ ବ୍ୟବସ୍ଥା ରହିଛି । ପ୍ରାଥମିକ ପର୍ଯ୍ଯାୟରେ ୮ଟି ରାଜ୍ୟର ୧୪ଟି ଇଞ୍ଜିନୟରିଂ କଲେଜରେ ୫ଟି ଭାଷାରେ ପାଠ ପଢାଯିବ ।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂତନ ଜାତୀୟ ଶିକ୍ଷାନୀତିରେ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦେବାର ପ୍ରାବଧାନ ରହିଛି। ଏହି କ୍ରମରେ ଏଣିକି ଓଡ଼ିଆ ଭାଷାରେ ରାଜ୍ୟର ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଓ ଟେକ୍ନିକାଲ୍‍ ଶିକ୍ଷା ଅଧ୍ୟୟନ କରିବେ। ଓଡ଼ିଆକୁ ମିଶାଇ ମୋଟ୍‍ ୧୧ଟି ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଂ ପଢ଼଼ାଯିବ। ହିନ୍ଦୀ, ମରାଠୀ, ତାମିଲ, ତେଲୁଗୁ, କନ୍ନଡ଼, ଗୁଜରାଟୀ, ମାଲାୟଲମ, ବଙ୍ଗଳା, ଅହମିୟା, ପଞ୍ଜାବୀ ଓ ଓଡ଼ିଆ ଭାଷାରେ ଛାତ୍ରଛାତ୍ରୀ ବି.ଟେକ୍‍ ପଢ଼଼ିବେ।ମାତୃଭାଷାରେ ପାଠ ପଢିଲେ ପିଲାଙ୍କ ଆତ୍ମବିଶ୍ୱାସ ବଢିବ । କିଛି ଏଭଳି ଲକ୍ଷ୍ୟ ନୂଆ ଶିକ୍ଷାନୀତିରେ ମାତୃଭାଷାରେ ପାଠପଢା ଉପରେ ଗୁରୁତ୍ୱ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ସେହିଭଳି ଶିକ୍ଷାନୀତିରେ ଭାରତୀୟ ସାଂକେତିକ ଭାଷା ସାମିଲ । ସାଂକେତିକ ଭାଷାକୁ ଏକ ବିଷୟ ଭାବେ ପଢିବେ ପିଲା ।ଏହାଦ୍ୱାରା ଭାରତୀୟ ସାଂକେତିକ ଭାଷାର ଉନ୍ନତି ହେବ । ମାଧ୍ୟମିକ ସ୍ତରରେ ଏକ ବିଷୟ ଭାବେ ରହିବ ସାଂକେତିକ ଭାଷା । ଯୁବପିଢୀ ପରିବର୍ତ୍ତନ ପାଇଁ ପୂରା ପ୍ରସ୍ତୁତ। ଯୁବପୀଢିଙ୍କୁ ସୁଯୋଗ ଦରକାର, ବନ୍ଧନରୁ ମୁକ୍ତି ଦରକାର । ନୂଆ ଶିକ୍ଷା ନୀତିକୁ ବେଶ ସହଜରେ ଗ୍ରହଣ କରିଛନ୍ତି ଛାତ୍ରଛାତ୍ରୀ ।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ବିଭିନ୍ନ କ୍ଷେତ୍ରରେ ଆଜି ଭାରତୀୟ ଯୁବକ ଉନ୍ନତି କରି ଚାଲିଛନ୍ତି। ଡିଜିଟାଲ ଦୁନିଆକୁ ନୂଆ ଗତି ଦେଉଛନ୍ତି ଆଜିର ଯୁବପିଢ଼ି। ପୂରା ଦେଶ ଯୁବକଙ୍କ ସାଥୀରେ ଥିବା ନୂଆ ଶିକ୍ଷା ନୀତି ସୂଚନା ଦେଉଛି। ଛାତ୍ରଛାତ୍ରୀ କେତେ ସମୟ ପଢ଼ିବେ, ଏହା ସେମାନେ ହିଁ ନିଜେ ସ୍ଥିର କରିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଏବେ ସମସ୍ତ ଯୁବପିଢ଼ି ନିଜ ରୁଚିରେ ଯେକୌଣସି ପାଠ ପଢ଼ିବେ ଏବଂ ଛାଡ଼ି ମଧ୍ୟ ପାରିବେ। ନୂଆ ଶିକ୍ଷା ନୀତି ଭାରତର ଭାଗ୍ୟ ବଦଳାଇବାର ସାମର୍ଥ୍ୟ ରଖିଛି। ଆଗକୁ ଭଲ ପଢ଼ିବାକୁ ଭାରତୀୟ ଛାତ୍ରଛାତ୍ରୀ ବିଦେଶ ଯାଉଥିଲେ। ଏବେ ଭଲ ପଢ଼ିବାକୁ ବିଦେଶରୁ ଛାତ୍ରଛାତ୍ରୀ ଏବଂ ସଂସ୍ଥା ଭାରତକୁ ଆସୁଛନ୍ତି। ଆମ ଯୁବପିଢ଼ିଙ୍କୁ ଦୁନିଆଠାରୁ ଗୋଟିଏ ପାଦ ଆଗକୁ ଭାବିବାକୁ ପଡ଼ିବ। ଆଞ୍ଚଳିକ ଭାଷାରେ ଉଚ୍ଚଶିକ୍ଷା ପାଇଁ ଜାତୀୟ ଶିକ୍ଷା ନୀତିରେ ବ୍ୟବସ୍ଥା ରହିଛି। ୮ ରାତିରେ ୧୪ ଇଞ୍ଜିନିୟରିଂ କଲେଜରେ ୫ ଭାଷାରେ ପାଠ ପଢ଼ାଯିବ। ମାତୃଭାଷାରେ ପଢ଼ିଲେ ଗରିବ ପିଲାର ଆତ୍ମବିଶ୍ବାସ ବଢ଼ିବ। ଭାରତୀୟ ସାଙ୍କେତିକ ଭାଷାକୁ ଭାଷା ମାନ୍ୟତା କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର