ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା; ୧୦ ଜଣଙ୍କ ମୃତ୍ୟୁ ଆଶଙ୍କା..

The Sakala Picture
Published On

ଶ୍ରୀନଗର: ଉତ୍ତରାଖଣ୍ଡ, ହିମାଚଳ ପରେ ଏବେ ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା ଦେଖିବାକୁ ମିଳିଛି। ଜମ୍ମୁ-କାଶ୍ମୀର କିସ୍ତୱାର ଜିଲ୍ଲା ପଦର ଅଞ୍ଚଳରେ ବାଦଲଫଟା ବର୍ଷା ହୋଇଛି। ଫଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ସେହିପରି ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ବାଦଲ ଫାଟିବା ସମୟରେ ଏଠାରେ ଅନେକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ । ସୂଚନା ଅନୁଯାୟୀ, ଗୁରୁବାର ଦ୍ଵିପ୍ରହରରେ ଜମ୍ମୁ-କାଶ୍ମୀରର କିସ୍ତୱାଡ଼ର ପଡ୍ଡରର ଚିଶୋଟି ଗାଁରେ ମଚୈଲ ମାତା ମନ୍ଦିର […]

ଶ୍ରୀନଗର: ଉତ୍ତରାଖଣ୍ଡ, ହିମାଚଳ ପରେ ଏବେ ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା ଦେଖିବାକୁ ମିଳିଛି। ଜମ୍ମୁ-କାଶ୍ମୀର କିସ୍ତୱାର ଜିଲ୍ଲା ପଦର ଅଞ୍ଚଳରେ ବାଦଲଫଟା ବର୍ଷା ହୋଇଛି। ଫଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ସେହିପରି ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ବାଦଲ ଫାଟିବା ସମୟରେ ଏଠାରେ ଅନେକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ ।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ସୂଚନା ଅନୁଯାୟୀ, ଗୁରୁବାର ଦ୍ଵିପ୍ରହରରେ ଜମ୍ମୁ-କାଶ୍ମୀରର କିସ୍ତୱାଡ଼ର ପଡ୍ଡରର ଚିଶୋଟି ଗାଁରେ ମଚୈଲ ମାତା ମନ୍ଦିର ପାଖରେ ବାଦଲ ଫଟା ବର୍ଷା ହୋଇଛି। ଯାହାଦ୍ୱାରା ସେଠାରେ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମାମଲାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କିସ୍ତୱାଡ଼ର ଡିସି ପଙ୍କଜ ଶର୍ମାଙ୍କ ସହ ଫୋନରେ କଥା ହୋଇ ସୂଚନା ନେଇଛନ୍ତି। ଶ୍ରୀନଗର ପାଣିପାଗ କେନ୍ଦ୍ର ଆଗାମୀ ୬ ଘଣ୍ଟା ମଧ୍ୟରେ ପ୍ରଦେଶର ଅନେକ ସ୍ଥାନରେ ମଧ୍ୟମରୁ ଭାରୀ ବର୍ଷା ହେବାର ଆଶଙ୍କା କରିଛି ।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ଘଟଣାରେ ବଡ଼ କ୍ଷୟକ୍ଷତି ହେବାର ଆଶଙ୍କା କରାଯାଉଛି ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଘଟଣାରେ ବନ୍ୟାରେ ଏକ କାର୍ ଫସି ରହିଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଅନ୍ୟପଟେ କାଶ୍ମୀରର ରାଜୌରୀ ଏବଂ ମେଣ୍ଢରରୁ ମଧ୍ୟ ବାଦଲ ଫାଟିବାର ସୂଚନା ମିଳିଛି। କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଯେ ସ୍ଥାନୀୟ ବିଧାୟକ ସୁନୀଲ କୁମାର ଶର୍ମାଙ୍କଠାରୁ ତୁରନ୍ତ ଖବର ପାଇବା ପରେ କିସ୍ତୱାଡ଼ର ପ୍ରାଶାସନିକ ଅଧିକାରୀଙ୍କ ସହ କଥା ହୋଇଛି। ଚୋସିଟି ଅଞ୍ଚଳରେ ଭୀଷଣ ବାଦଲ ଫାଟିଛି ଯେଉଁଥିପାଇଁ ବଡ଼ ଧରଣର କ୍ଷତି ହେବାର ଆଶଙ୍କା ରହିଛି।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର