‘ଅପରେସନ ମହାଦେବ’: କୁଖ୍ୟାତ ଆତଙ୍କବାଦୀ ହାସିମ୍‌ ମୁସା ନିପାତ, ପହଲଗାମ୍ ଆକ୍ରମଣର ଥିଲା ମାଷ୍ଟରମାଇଣ୍ଡ…

The Sakala Picture
Published On

ଶ୍ରୀନଗର: ସଫଳ ହେଲା ଭାରତୀୟ ସେନାର ଅପରେସନ ମହାଦେବ। ନିପାତ ୩ଆତଙ୍କବାଦୀଙ୍କ ମଧ୍ୟରେ ଥିଲା ପହଲଗାମ୍ ଆକ୍ରମଣର ମାଷ୍ଟରମାଇଣ୍ଡ। ଜମ୍ମୁ ଏବଂ କଶ୍ମୀରରେ ଆଜି ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୩ଜଣ ଆତଙ୍କୀଙ୍କ ଜୀବନ ଯାଇଥିବା ନେଇ ଖବର ମିଳିଥିଲା। ଏବେ ୩ଆତଙ୍କୀ ମଧ୍ୟରେ ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ତଥ‌ା ଲସ୍କର-ଏ-ତୈବା (ଏଲଇଟି)ର ଶୀର୍ଷ କମାଣ୍ଡର ହାଶିମ ମୂସା ଥିବା ଜଣାପଡ଼ିଛି। ହାଶିମ ପୂର୍ବରୁ ଜଣେ ପାକିସ୍ତାନୀ ସେନା ସୈନିକ ଭାବେ କାମ […]

ଶ୍ରୀନଗର: ସଫଳ ହେଲା ଭାରତୀୟ ସେନାର ଅପରେସନ ମହାଦେବ। ନିପାତ ୩ଆତଙ୍କବାଦୀଙ୍କ ମଧ୍ୟରେ ଥିଲା ପହଲଗାମ୍ ଆକ୍ରମଣର ମାଷ୍ଟରମାଇଣ୍ଡ। ଜମ୍ମୁ ଏବଂ କଶ୍ମୀରରେ ଆଜି ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୩ଜଣ ଆତଙ୍କୀଙ୍କ ଜୀବନ ଯାଇଥିବା ନେଇ ଖବର ମିଳିଥିଲା। ଏବେ ୩ଆତଙ୍କୀ ମଧ୍ୟରେ ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ତଥ‌ା ଲସ୍କର-ଏ-ତୈବା (ଏଲଇଟି)ର ଶୀର୍ଷ କମାଣ୍ଡର ହାଶିମ ମୂସା ଥିବା ଜଣାପଡ଼ିଛି। ହାଶିମ ପୂର୍ବରୁ ଜଣେ ପାକିସ୍ତାନୀ ସେନା ସୈନିକ ଭାବେ କାମ କରୁଥିଲା। ଏହି ଏନକାଉଣ୍ଟର ଆଜି ଶ୍ରୀନଗରର ଲିଡବାସ ଅଞ୍ଚଳରେ ହୋଇଥିଲା।

ଆହୁରି ପଢ଼ନ୍ତୁ: ବିନା ବାରୁଦ, ବିନା ବିସ୍ଫୋରଣରେ ଶତ୍ରୁ ନିପାତ: ଜାଣନ୍ତୁ ଆମେରିକାର ଭୟଙ୍କର 'ଲେଜି ଡଗ୍' ଅସ୍ତ୍ର ବିଷୟରେ

ହାଶିମ ମୂସାକୁ କେବଳ ପହଲଗାମ ଆକ୍ରମଣର ଷଡଯନ୍ତ୍ରକାରୀ ଭାବରେ ବିବେଚନା କରାଯାଉନଥିଲା, ବରଂ ସେ ସୋନମାର୍ଗ ସୁଡ଼ଙ୍ଗ ଆକ୍ରମଣ ପାଇଁ ମଧ୍ୟ ଦାୟୀ ଥିଲା। ସୋନମାର୍ଗର ଜେଡ୍-ମୋର୍ହ ଟନେଲ୍ ନିକଟରେ ହୋଇଥିବା ଆକ୍ରମଣରେ ୬ଜଣ ଶ୍ରମିକ ଏବଂ ଜଣେ ଡାକ୍ତରଙ୍କ ସମେତ ସାତ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣ ମଧ୍ୟ ଲସ୍କର ସହିତ ଜଡିତ ଆତଙ୍କବାଦୀମାନେ କରିଥିଲେ। ଏଥିରେ ହାଶିମ ମୂସା ମଧ୍ୟ ସାମିଲ ଥିଲା।

ଆହୁରି ପଢ଼ନ୍ତୁ: ଖାଦ୍ୟ ପଦାର୍ଥରେ ଆଉ ବ୍ୟବହାର ହେବନି ଅଶ୍ୱଗନ୍ଧା ପତ୍ର, କେବଳ ଚେର ବ୍ୟବହାର ପାଇଁ ଅନୁମତି

28 Jul 2025 By The Sakala

‘ଅପରେସନ ମହାଦେବ’: କୁଖ୍ୟାତ ଆତଙ୍କବାଦୀ ହାସିମ୍‌ ମୁସା ନିପାତ, ପହଲଗାମ୍ ଆକ୍ରମଣର ଥିଲା ମାଷ୍ଟରମାଇଣ୍ଡ…

ଶ୍ରୀନଗର: ସଫଳ ହେଲା ଭାରତୀୟ ସେନାର ଅପରେସନ ମହାଦେବ। ନିପାତ ୩ଆତଙ୍କବାଦୀଙ୍କ ମଧ୍ୟରେ ଥିଲା ପହଲଗାମ୍ ଆକ୍ରମଣର ମାଷ୍ଟରମାଇଣ୍ଡ। ଜମ୍ମୁ ଏବଂ କଶ୍ମୀରରେ ଆଜି ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୩ଜଣ ଆତଙ୍କୀଙ୍କ ଜୀବନ ଯାଇଥିବା ନେଇ ଖବର ମିଳିଥିଲା। ଏବେ ୩ଆତଙ୍କୀ ମଧ୍ୟରେ ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ତଥ‌ା ଲସ୍କର-ଏ-ତୈବା (ଏଲଇଟି)ର ଶୀର୍ଷ କମାଣ୍ଡର ହାଶିମ ମୂସା ଥିବା ଜଣାପଡ଼ିଛି। ହାଶିମ ପୂର୍ବରୁ ଜଣେ ପାକିସ୍ତାନୀ ସେନା ସୈନିକ ଭାବେ କାମ କରୁଥିଲା। ଏହି ଏନକାଉଣ୍ଟର ଆଜି ଶ୍ରୀନଗରର ଲିଡବାସ ଅଞ୍ଚଳରେ ହୋଇଥିଲା।

ହାଶିମ ମୂସାକୁ କେବଳ ପହଲଗାମ ଆକ୍ରମଣର ଷଡଯନ୍ତ୍ରକାରୀ ଭାବରେ ବିବେଚନା କରାଯାଉନଥିଲା, ବରଂ ସେ ସୋନମାର୍ଗ ସୁଡ଼ଙ୍ଗ ଆକ୍ରମଣ ପାଇଁ ମଧ୍ୟ ଦାୟୀ ଥିଲା। ସୋନମାର୍ଗର ଜେଡ୍-ମୋର୍ହ ଟନେଲ୍ ନିକଟରେ ହୋଇଥିବା ଆକ୍ରମଣରେ ୬ଜଣ ଶ୍ରମିକ ଏବଂ ଜଣେ ଡାକ୍ତରଙ୍କ ସମେତ ସାତ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣ ମଧ୍ୟ ଲସ୍କର ସହିତ ଜଡିତ ଆତଙ୍କବାଦୀମାନେ କରିଥିଲେ। ଏଥିରେ ହାଶିମ ମୂସା ମଧ୍ୟ ସାମିଲ ଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର