ଅହମ୍ମଦାବାଦରେ ବଡ଼ ବିମାନ ଦୁର୍ଘଟଣା: ବିମାନରେ ଥିଲେ ଗୁଜରାଟ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ !

The Sakala Picture
Published On

ନୂଆଦିଲ୍ଲୀ: ଗୁଜରାଟର ଅହମ୍ମଦାବାଦରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ୨୪୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଯାତ୍ରୀଙ୍କ ମଧ୍ୟରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଥିଲେ ବୋଲି ସାମ୍ନାକୁ ଆସିଛି। ଏନେଇ ସ୍ପଷ୍ଟ ସୂଚନା ମିଳି ନ ଥିବା ବେଳେ ସେ ଏହି ଧ୍ବଂସ ହୋଇଥିବା ବିମାନରେ ଯାତ୍ରା କରୁଥିବା ଚର୍ଚ୍ଚା ହେଉଛି। ସୂଚନା ଅନୁଯାୟୀ, ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଯାତ୍ରୀବାହୀ ବିମାନ ଏଆଇ-୧୭୧ ଲଣ୍ଡନ ଯାଉଥିଲା। ହେଲେ ଉଡ଼ାଣର […]

ନୂଆଦିଲ୍ଲୀ: ଗୁଜରାଟର ଅହମ୍ମଦାବାଦରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ୨୪୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଯାତ୍ରୀଙ୍କ ମଧ୍ୟରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଥିଲେ ବୋଲି ସାମ୍ନାକୁ ଆସିଛି। ଏନେଇ ସ୍ପଷ୍ଟ ସୂଚନା ମିଳି ନ ଥିବା ବେଳେ ସେ ଏହି ଧ୍ବଂସ ହୋଇଥିବା ବିମାନରେ ଯାତ୍ରା କରୁଥିବା ଚର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଡାଟା ଲିକ୍: ଡାର୍କ ୱେବରେ ୩,୮୯୭ ଗ୍ରାହକଙ୍କ ତଥ୍ୟ, ପାଣ୍ଠି ସୁରକ୍ଷିତ ଥିବା ନେଇ ବ୍ୟାଙ୍କର ସ୍ପଷ୍ଟୀକରଣ

ସୂଚନା ଅନୁଯାୟୀ, ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଯାତ୍ରୀବାହୀ ବିମାନ ଏଆଇ-୧୭୧ ଲଣ୍ଡନ ଯାଉଥିଲା। ହେଲେ ଉଡ଼ାଣର କିଛି ମିନିଟ୍ ପରେ ବିମାନଟି ଅହମ୍ମଦାବାଦର ମେଘାନୀନଗରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବର୍ତ୍ତମାନ ମୃତାହତଙ୍କ ସଂଖ୍ୟା ସାମ୍ନାକୁ ଆସିନଥିବା ବେଳେ ଉଦ୍ଧାର କର୍ଯ୍ୟ ଜାରି ରହିଛି। ଏଥିପାଇଁ ସହରର ରାସ୍ତାଗୁଡ଼ିକୁ ବନ୍ଦ କରିଦିଆଯାଇଛି ଏବଂ ତୁରନ୍ତ ହସ୍ପିଟାଲରେ ୧୨୦୦ ଶଯ୍ୟା ବ୍ୟବସ୍ଥା କରାଯାଇଛି।

ଆହୁରି ପଢ଼ନ୍ତୁ: ଇରାନ-ଆମେରିକା ତିକ୍ତତା: ଗଲ୍ଫ ଅଣ୍ଡରସି କେବୁଲ କାଟିବାକୁ ଇରାନର ଧମକ, ବିଶ୍ୱ ଇଣ୍ଟରନେଟ୍ ସେବା ପ୍ରତି ବିପଦ

ରୂପାଣୀ ଅଗଷ୍ଟ ୨୦୧୬ରୁ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ, ଏବଂ ୨୦୨୨ରେ ରାଜ୍ୟ ନିର୍ବାଚନ ପୂର୍ବରୁ ଇସ୍ତଫା ଦେଇଥିଲେ।

ଆହୁରି ପଢ଼ନ୍ତୁ: ୟୁକ୍ରେନରେ ଏଆଇ ଡ୍ରୋନର ଆତଙ୍କ: ନିଜେ ଟାର୍ଗେଟ ବାଛି ତିନି ଜଣଙ୍କୁ କଲା ହତ୍ୟା, ଜାତିସଂଘ ନିୟମ ବାହାରେ ଏହି ଅସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର