୨୦୨୪-୨୫ ପାଇଁ ଅପରିବର୍ତ୍ତିତ ରହିଲା ଇପିଏଫ ସୁଧହାର

The Sakala Picture
Published On

ନୂଆଦିଲ୍ଲୀ:ପିଏଫ୍ ଆକାଉଣ୍ଟ ଧାରକଙ୍କ ପାଇଁ ଖୁସି ଖବର । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସରକାର ପିଏଫ ଉପରେ ୮.୨୫% ସୁଧ ଦେବାକୁ ଅନୁମୋଦନ କରିଛନ୍ତି। ଏହାର ଅର୍ଥ ଯେଉଁ ଲୋକଙ୍କର ଦରମାରୁ PF କଟାଯାଏ, ସେମାନଙ୍କ ଆକାଉଣ୍ଟରେ ଜମା ହୋଇଥିବା ରାଶି ଉପରେ ୮.୨୫ ପ୍ରତିଶତ ହାରରେ ସୁଧ ମିଳିବ। ଏହି ନିଷ୍ପତ୍ତି ଦ୍ୱାରା ୭ କୋଟିରୁ ଅଧିକ କର୍ମଚାରୀ ଲାଭବାନ ହେବେ। EPFO ଫେବ୍ରୁଆରୀରେ ଏହି ସୁଧ ହାର ପାଇଁ ପ୍ରସ୍ତାବ ପଠାଇଥିଲା, ଯାହାକୁ […]

ନୂଆଦିଲ୍ଲୀ:ପିଏଫ୍ ଆକାଉଣ୍ଟ ଧାରକଙ୍କ ପାଇଁ ଖୁସି ଖବର । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସରକାର ପିଏଫ ଉପରେ ୮.୨୫% ସୁଧ ଦେବାକୁ ଅନୁମୋଦନ କରିଛନ୍ତି। ଏହାର ଅର୍ଥ ଯେଉଁ ଲୋକଙ୍କର ଦରମାରୁ PF କଟାଯାଏ, ସେମାନଙ୍କ ଆକାଉଣ୍ଟରେ ଜମା ହୋଇଥିବା ରାଶି ଉପରେ ୮.୨୫ ପ୍ରତିଶତ ହାରରେ ସୁଧ ମିଳିବ। ଏହି ନିଷ୍ପତ୍ତି ଦ୍ୱାରା ୭ କୋଟିରୁ ଅଧିକ କର୍ମଚାରୀ ଲାଭବାନ ହେବେ।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଦମ୍ମାମ ବିମାନବନ୍ଦରରେ ହୁଥି ଆକ୍ରମଣ: ଜଣେ ଭାରତୀୟଙ୍କ ମୃତ୍ୟୁ, ୨ ଆହତ

EPFO ଫେବ୍ରୁଆରୀରେ ଏହି ସୁଧ ହାର ପାଇଁ ପ୍ରସ୍ତାବ ପଠାଇଥିଲା, ଯାହାକୁ ଏବେ ଅର୍ଥ ମନ୍ତ୍ରଣାଳୟ ଅନୁମୋଦନ କରିଛି। ଏବେ ଖୁବ୍ ଶୀଘ୍ର ସୁଧ ରାଶି ସମସ୍ତ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେବ।କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO)ର ସୁଧ ହାର ଉପରେ ନିଷ୍ପତ୍ତି ଫେବୃଆରୀ ୨୦୨୪ରେ ଶ୍ରମ ମନ୍ତ୍ରୀ ମନସୁଖ ମଣ୍ଡାଭିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ EPFOର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡର ଏକ ବୈଠକରେ ନିଆଯାଇଥିଲା। ଏହି ବୈଠକରେ, ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସୁଧ ହାର ୮.୨୫% ବଜାୟ ରଖିବା ପାଇଁ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା।ଏହା ପରେ ଏହାକୁ ଚୂଡ଼ାନ୍ତ ଅନୁମୋଦନ ପାଇଁ ଅର୍ଥ ମନ୍ତ୍ରଣାଳୟକୁ ପଠାଯାଇଥିଲା, ଯାହା ଏବେ ଏହାକୁ ଅନୁମୋଦନ କରିଛି।

ଆହୁରି ପଢ଼ନ୍ତୁ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଡାଟା ଲିକ୍: ଡାର୍କ ୱେବରେ ୩,୮୯୭ ଗ୍ରାହକଙ୍କ ତଥ୍ୟ, ପାଣ୍ଠି ସୁରକ୍ଷିତ ଥିବା ନେଇ ବ୍ୟାଙ୍କର ସ୍ପଷ୍ଟୀକରଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର