ସୁପ୍ରିମକୋର୍ଟଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୧୪ଟି ପ୍ରଶ୍ନ……

The Sakala Picture
Published On

ନୂଆଦିଲ୍ଲୀ : ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ କ୍ଷମତା ନେଇ ବିତର୍କର ଅବସାନ ଘଟି ନ ଥିବାବେଳେ ରାଷ୍ଟ୍ରପତି ଏନେଇ ଉଠାଇଛନ୍ତି ୧୪ ପ୍ରଶ୍ନ। ଜଷ୍ଟିସ ବି.ଆର. ଗବାଇ ସିଜେଆଇ ଭାବେ ଦାୟିତ୍ବ ନେବା ପରେ ଏବେ ଏସବୁ ପ୍ରଶ୍ନ ନେଇ ତାଙ୍କର ଭୂମିକା କ’ଣ ରହିବ ତାହା  ଉପରେ ସମସ୍ତଙ୍କ ନଜର ରହିଛି। ବିଭିନ୍ନ ବିଲକୁ ସ୍ବୀକୃତି ପ୍ରସଙ୍ଗରେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଟାଇମଲାଇନ ସୁପ୍ରିମକୋର୍ଟ ନିର୍ଦ୍ଧାରଣ କରିବା ପ୍ରସଙ୍ଗରେ ସୃଷ୍ଟି ହୋଇଥିଲା ବିବାଦ। ପ୍ରଧାନବିଚାରପତି ଭାବେ […]

ନୂଆଦିଲ୍ଲୀ : ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ କ୍ଷମତା ନେଇ ବିତର୍କର ଅବସାନ ଘଟି ନ ଥିବାବେଳେ ରାଷ୍ଟ୍ରପତି ଏନେଇ ଉଠାଇଛନ୍ତି ୧୪ ପ୍ରଶ୍ନ। ଜଷ୍ଟିସ ବି.ଆର. ଗବାଇ ସିଜେଆଇ ଭାବେ ଦାୟିତ୍ବ ନେବା ପରେ ଏବେ ଏସବୁ ପ୍ରଶ୍ନ ନେଇ ତାଙ୍କର ଭୂମିକା କ’ଣ ରହିବ ତାହା  ଉପରେ ସମସ୍ତଙ୍କ ନଜର ରହିଛି। ବିଭିନ୍ନ ବିଲକୁ ସ୍ବୀକୃତି ପ୍ରସଙ୍ଗରେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଟାଇମଲାଇନ ସୁପ୍ରିମକୋର୍ଟ ନିର୍ଦ୍ଧାରଣ କରିବା ପ୍ରସଙ୍ଗରେ ସୃଷ୍ଟି ହୋଇଥିଲା ବିବାଦ। ପ୍ରଧାନବିଚାରପତି ଭାବେ ଜଷ୍ଟିସ ଗବାଇ ଦାୟିତ୍ବ ନେବାର ଦିନକ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟଙ୍କ ପ୍ରସଙ୍ଗରେ ଉଠାଇଥିଲେ ୧୪ଟି ପ୍ରଶ୍ନ।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ସେଗୁଡିକ ହେଲା- ସମ୍ବିଧାନର ଧାରା ୨୦୦ ଅନୁସାରେ ଏକ ବିଲ ରାଜ୍ୟପାଳଙ୍କ ନିକଟକୁ ଯିବା ପରେ ତାଙ୍କ ନିକଟରେ କଣ ରହିଛି ସାମ୍ବିଧାନିକ ବିକଳ୍ପ। ବିଲକୁ ମଞ୍ଜୁରୀ କ୍ଷେତ୍ରରେ ଜଣେ ରାଜ୍ୟପାଳ ମନ୍ତ୍ରିମଣ୍ଡଳର ପରାମର୍ଶକୁ ମାନିବା ବାଧ୍ୟତାମୂଳକ କି?

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

ଧାରା ୨୦୦ ଅନୁସାରେ ରାଜ୍ୟପାଳଙ୍କୁ ପ୍ରଦତ୍ତ ସାମ୍ବିଧାନିକ କ୍ଷମତା ଯଥାର୍ଥ କି। ଜଣେ ରାଜ୍ୟପାଳଙ୍କ କାର୍ଯ୍ୟଧାରାର ବିଚାର ବିଭାଗୀୟ ସମୀକ୍ଷା ନ ହେବା ଲାଗି ସମ୍ବିଧାନର ଧାରା ୩୬୧ ଅନୁସାରେ ରହିଥିବା ବ୍ୟବସ୍ଥା ଯଥାର୍ଥ କି। ସମୟ ସୀମା ନେଇ ସାମ୍ବିଧାନିକ ବ୍ୟବସ୍ଥା ନଥିବାବେଳେ ସମୟ ସୀମା ନିର୍ଦ୍ଧାରଣ ବ୍ୟବସ୍ଥା ଲାଗୁ କରାଯାଇପାରିବ କି। ସମ୍ବିଧାନର ଧାରା ୨୦୧ ଅନୁସାରେ ରାଷ୍ଟ୍ରପତିଙ୍କୁ ପ୍ରଦତ୍ତ ସାମ୍ବିଧାନିକ ଅଧିକାର ଯଥାର୍ଥ କି। ବିଚାର ବିଭାଗୀୟ ନିର୍ଦ୍ଦେଶ ଜରିଆରେ ସମୟସୀମା ନିର୍ଦ୍ଧାରଣ କରାଯାଇପାରିବ କି ଇତ୍ୟାଦି। ଗତ ମାସରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ସୁପ୍ରିମକୋର୍ଟଙ୍କ କ୍ଷମତା ଉପରେ ପ୍ରଶ୍ନ ଉଠାଇଥିବାବେଳେ କିଛି ରାଜନେତା ବି ସୁପ୍ରିମକୋର୍ଟଙ୍କ କ୍ଷମତା ନେଇ ପ୍ରଶ୍ନ ଉଠାଇଥିଲେ। ତାମିଲନାଡୁ ସରକାର ବିନା ରାଜ୍ୟପାଳଙ୍କ ସମ୍ମତିରେ ୧୦ଟି ବିଲ୍ ଗୃହୀତ କରିବା ପରେ ଆରମ୍ଭ ହୋଇଥିଲା ବିତର୍କର ଝଡ। ଗତ ଏପ୍ରିଲ ୧୨ରେ ବିଲ୍ ପ୍ରସଙ୍ଗରେ ସୁପ୍ରିମକୋର୍ଟ କହିଥିଲେ- ରାଜ୍ୟପାଳ ପଠାଇଥିବା ବିଲ୍ ଉପର ରାଷ୍ଟ୍ରପତି ୩ ମାସ ମଧ୍ୟରେ ନିଜର ନିଷ୍ପତ୍ତି ନେବେ। ଏହା ସହ ଖଣ୍ଡପୀଠ କହିଥିଲେ- ଧାରା ୨୦୧ ଅନୁସାରେ ରାଷ୍ଟ୍ରପତିଙ୍କ କ୍ଷମତା ବିଚାର ବିଭାଗୀୟ ସମୀକ୍ଷା ପରିସରଭୁକ୍ତ।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର