ଯବାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଯବାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପଞ୍ଜାବ ଆଦମପୁର ଏୟାରବେସରେ ଯବାନଙ୍କୁ ଭେଟି ଆଲୋଚନା କରିଛନ୍ତି ମୋଦୀ । ଆଜି ସକାଳେ ସକାଳେ ଆଦମପୁର ଗସ୍ତ କରି ସେଠାରେ ଥିବା ବୀର ଯବାନମାନଙ୍କ ସହ ବୀରତ୍ବର ମୁହୂର୍ତ୍ତ ବିତାଇଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଭାରତ-ପାକିସ୍ତାନ ଅସ୍ତ୍ରବିରତି ପରେ ପ୍ରଧାନମନ୍ତ୍ରୀ ପ୍ରଥର ଥର ପାଇଁ ଆମ ବୀର ଯବାନଙ୍କ ସହ ସାକ୍ଷାତ କରିଛନ୍ତି । ମୋଦୀଙ୍କ ସହ କଥା ହୋଇ ଯବାନମାନେ ମଧ୍ୟ ଖୁସି ଥିବା […]
ନୂଆଦିଲ୍ଲୀ: ଯବାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପଞ୍ଜାବ ଆଦମପୁର ଏୟାରବେସରେ ଯବାନଙ୍କୁ ଭେଟି ଆଲୋଚନା କରିଛନ୍ତି ମୋଦୀ । ଆଜି ସକାଳେ ସକାଳେ ଆଦମପୁର ଗସ୍ତ କରି ସେଠାରେ ଥିବା ବୀର ଯବାନମାନଙ୍କ ସହ ବୀରତ୍ବର ମୁହୂର୍ତ୍ତ ବିତାଇଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଭାରତ-ପାକିସ୍ତାନ ଅସ୍ତ୍ରବିରତି ପରେ ପ୍ରଧାନମନ୍ତ୍ରୀ ପ୍ରଥର ଥର ପାଇଁ ଆମ ବୀର ଯବାନଙ୍କ ସହ ସାକ୍ଷାତ କରିଛନ୍ତି । ମୋଦୀଙ୍କ ସହ କଥା ହୋଇ ଯବାନମାନେ ମଧ୍ୟ ଖୁସି ଥିବା ଦେଖିବାକୁ ମିଳିଛି । ଯବାନଙ୍କ ସହ ଫଟୋ ସାମ୍ନାକୁ ଆସିଥିବା ବେଳେ ଏ ଗର୍ବର ମୁହୂର୍ତ୍ତ ଦେଖିଛି ଦେଶ ।
ଆହୁରି ପଢ଼ନ୍ତୁ: ୨୦୧୮ ମାନହାନି ମାମଲା: ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ବିରୋଧରେ ଜାମିନଯୋଗ୍ୟ ୱାରେଣ୍ଟ ଜାରି କଲେ ଦିଲ୍ଲୀ କୋର୍ଟ
ତେବେ ପହଲଗାମ୍ ହମଲା ପରେ ପ୍ରତିଶୋଧ ନେବାକୁ ଅପରେସନ ସିନ୍ଦୂର ଜରିଆରେ ଆମ ବୀର ଯବାନମାନେ ନିଜର ଅଦମ୍ୟ ସାହସ ଦେଖାଇଥିଲେ । ୩ ସେନା ନିଜର ସାହସ ବଳରେ ପାକିସ୍ତାନକୁ ଧୂଳି ଚଟାଇଲା, ଆତଙ୍କୀଙ୍କୁ ସଫା କଲା ।






