NIA ର ବଡ଼ ଖୁଲାସା: ଆତଙ୍କୀ ବ୍ୟବହାର କରିଛନ୍ତି ଚୀନ୍ ମେସେଜିଂ ଆପ୍ ଓ ସାଟେଲାଇଟ ଫୋନ୍ !

The Sakala Picture
Published On

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ତଦନ୍ତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ସୂତ୍ରରୁ ଜଣାପଡ଼ିଛି ଯେ, ଏହି ଆକ୍ରମଣରେ ସାମିଲଥିବା ଆତଙ୍କୀମାନେ ଯୋଗାଯୋଗ  ଓ କଥାବର୍ତ୍ତା ପାଇଁ ଚୀନ୍ ମେସେଜିଂ ଆପ୍ ବ୍ୟବହାର କରିଥିଲେ। ଏହି ଆପ୍ ଏନକ୍ରିପ୍ଟେଡ୍ । ଏଥିରେ କଥା ହୋଇଥିବା ବାର୍ତ୍ତା ଜାଣିବା କଷ୍ଟକର। ଏହି ଆପକୁ ୨୦୨୦ ମସିହାରୁ ଭାରତରେ ବ୍ୟାନ କରାଯାଇଛି। ଆହୁରି ମଧ୍ଯ ଜଣା ପଡ଼ିଛି ଯେ, ଆକ୍ରମଣ ଘଟିଥିବା ସ୍ଥଳରେ […]

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ତଦନ୍ତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ସୂତ୍ରରୁ ଜଣାପଡ଼ିଛି ଯେ, ଏହି ଆକ୍ରମଣରେ ସାମିଲଥିବା ଆତଙ୍କୀମାନେ ଯୋଗାଯୋଗ  ଓ କଥାବର୍ତ୍ତା ପାଇଁ ଚୀନ୍ ମେସେଜିଂ ଆପ୍ ବ୍ୟବହାର କରିଥିଲେ। ଏହି ଆପ୍ ଏନକ୍ରିପ୍ଟେଡ୍ । ଏଥିରେ କଥା ହୋଇଥିବା ବାର୍ତ୍ତା ଜାଣିବା କଷ୍ଟକର। ଏହି ଆପକୁ ୨୦୨୦ ମସିହାରୁ ଭାରତରେ ବ୍ୟାନ କରାଯାଇଛି। ଆହୁରି ମଧ୍ଯ ଜଣା ପଡ଼ିଛି ଯେ, ଆକ୍ରମଣ ଘଟିଥିବା ସ୍ଥଳରେ ଚାଇନିଜ ସାଟେଲାଇଟ ଫୋନ ବ୍ୟବହାର କରାଯାଇଛି। ବର୍ତ୍ତମାନ ଏହି ଆଧାରରେ ପହଲଗାମରେ ହୋଇଥିବା ବର୍ବର କାଣ୍ଡର ଷଡ଼ଯନ୍ତ୍ରକୁ ଧରିବା ପାଇଁ ତଦନ୍ତକାରୀ ସଂସ୍ଥା ତନାଘନା ଆରମ୍ଭ କରିଦେଇଛି।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଏହି ଡିଭାଇସ କିପରି କାମ କରିଥାଏ-

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ବର୍ତ୍ତମାନ ଏହି ଡିଭାଇସ  ଆତଙ୍କବାଦୀ ଗୋଷ୍ଠୀମାନେ ମଧ୍ଯ ବ୍ୟବହାର କରୁଛନ୍ତି। ଯୋଗାଯୋଗ ଉପକରଣଗୁଡ଼ିକ ଏନକ୍ରିପ୍ଟେଡ୍। ଅର୍ଥାତ ଆପଣଙ୍କର ସମସ୍ତ ଡାଟାକୁ ରିକୋଭରି କରିବାକୁ ଚାହଁଲେ ତାହା କ୍ଷଣିକ ମଧ୍ଯରେ ନଷ୍ଟ ହୋଇଯିବ। ଏହା ଫଳରେ ବିଭିନ୍ନ ଛାନଭିନରୁ କିଛି ସୁରାକ ମିଲି ନ ଥାଏ।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

ଏହି ଡିଭାଇସ ବ୍ୟବହାର କରାଯାଉଥିବା ଟେକ୍ନୋଲୋଜି

-ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ସନ୍ (E2EE): ମେସେଜଗୁଡ଼ିକୁ ଏପରି କରାଯାଇଥାଏ ଯେ କେବଳ ପ୍ରେରକ ଏବଂ ଗ୍ରହଣକାରୀ ସେଗୁଡ଼ିକୁ ଡିକୋଡ୍ କରିପାରିବେ।

-କ୍ୱାଣ୍ଟମ୍-ପ୍ରତିରୋଧୀ ଆଲଗୋରିଦମ୍: ଉନ୍ନତ ଏନକ୍ରିପ୍ସନ୍ ଯାହାକୁ କ୍ୱାଣ୍ଟମ୍ କମ୍ପ୍ୟୁଟର୍ ମଧ୍ୟ କ୍ରାକ୍ କରିପାରିବ ନାହିଁ।

-ଷ୍ଟେଗାନୋଗ୍ରାଫି: ଚିତ୍ର , ଭିଡିଓ ଭଳି ନିର୍ଦ୍ଦିଷ୍ଟ ଫାଇଲର ବାର୍ତ୍ତା ଗୁଡ଼ିକ ମଧ୍ୟ ଲୁଚାଇବାରେ ସାହାଯ୍ୟ କରିଥାଏ…

-ଏହି ଟେକ୍ନୋଲୋଜିରେ ବର୍ଷ୍ଟ ଟ୍ରାନ୍ସମିଟର ମାଧ୍ୟମରେ କାମ କରେ। ବର୍ଷ୍ଟ ଟ୍ରାନ୍ସମିଟର କାମ ହେଉଛି  ମିଲି ସେକେଣ୍ଡରେ ଡାଟା ପଠାଇବା ଓ ନଷ୍ଟ କରିବା। ଏଥିରେ ଫ୍ରିକ୍ୱେନ୍ସି ହପିଂ ମଧ୍ୟ ଅନ୍ତର୍ଭୁକ୍ତ। ଯେଉଁଥିରେ ଜାମ୍ କିମ୍ବା ଗୁପ୍ତଚରକୁ ଏଡାଇବା ପାଇଁ ରେଡିଓ ଫ୍ରିକ୍ୱେନ୍ସିକୁ ଦ୍ରୁତ ଗତିରେ ପରିବର୍ତ୍ତନ କରିବାରେ ସାହାଯ୍ୟ କରେ।

 

ଖବର ଅନୁଯାୟୀ, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପାକିସ୍ତାନ ନିରପକ୍ଷେ ତଦନ୍ତରେ ସହଯୋଗ କରିବ ବୋଲି କହୁଛି ତ ଆଉ କେତେବେଳେ ମଧ୍ୟସ୍ଥତା ପାଇଁ ବିଦେଶର ଶରଣ ପଶୁଛି। ପହଲଗାମ ଆକ୍ରମଣ ଘଟଣାର ତଦନ୍ତ କରିବା ପାଇଁ ଋଷ ଓ ଚୀନ ସାମିଲ ହୁଅନ୍ତୁ ବୋଲି ପାକିସ୍ତାନ ଚାହୁଁଥିବା ଜାତୀୟ ଗଣମାଧ୍ୟମର ଖବର ପ୍ରକାଶ ପାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର