ଅଶ୍ଲୀଳ ଭିଡିଓ ମାମଲା : ଗିରଫରୁ ବର୍ତ୍ତିବା ଲାଗି ପୁଲିସକୁ ୨୫ ଲକ୍ଷ ଦେଇଥିଲେ ରାଜ କୁନ୍ଦ୍ରା

The Sakala Picture
Published On

ମୁମ୍ବଇ (ଏଜେନ୍ସି): ପର୍ଣ୍ଣ ଫିଲ୍ମ(ଅଶ୍ଳୀଳ ଚଳଚ୍ଚିତ୍ର)ମାମଲାରେ ଦିନକୁ ଦିନ ନୂଆ ଖୁଲାସା ହେବାରେ ଲାଗିଛି। ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପତ୍ନୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ଗରିଫ ହେବାରୁ ବର୍ତ୍ତିବା ଲାଗି ମୁମ୍ବଇ ପୁଲିସକୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ଆଣ୍ଟି କରପସନ ବ୍ୟୁରୋ(ଏସିବି)କୁ ଏକ ଇମେଲ ମିଳିଛି। ଏବେ କୁନ୍ଦ୍ରା ପୁଲିସ ହେପାଜତରେ ଅଛନ୍ତି। କୁନ୍ଦ୍ରାଙ୍କ ପର୍ଣ୍ଣୋଗ୍ରାଫି ମାମଲାରେ ଫେରାର ଥିବା ଅଭିଯୁକ୍ତ ୟଶ ଠାକୁର ଏସିବିକୁ ୪ଟି […]

ମୁମ୍ବଇ (ଏଜେନ୍ସି): ପର୍ଣ୍ଣ ଫିଲ୍ମ(ଅଶ୍ଳୀଳ ଚଳଚ୍ଚିତ୍ର)ମାମଲାରେ ଦିନକୁ ଦିନ ନୂଆ ଖୁଲାସା ହେବାରେ ଲାଗିଛି। ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପତ୍ନୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ଗରିଫ ହେବାରୁ ବର୍ତ୍ତିବା ଲାଗି ମୁମ୍ବଇ ପୁଲିସକୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ଆଣ୍ଟି କରପସନ ବ୍ୟୁରୋ(ଏସିବି)କୁ ଏକ ଇମେଲ ମିଳିଛି। ଏବେ କୁନ୍ଦ୍ରା ପୁଲିସ ହେପାଜତରେ ଅଛନ୍ତି। କୁନ୍ଦ୍ରାଙ୍କ ପର୍ଣ୍ଣୋଗ୍ରାଫି ମାମଲାରେ ଫେରାର ଥିବା ଅଭିଯୁକ୍ତ ୟଶ ଠାକୁର ଏସିବିକୁ ୪ଟି ଇ-ମେଲ ପଠାଇଛନ୍ତି। ଏଥିରେ ଗିରଫ ହେବାରୁ ବର୍ତ୍ତିବା ଲାଗି ଶିଳ୍ପା ସେଟ୍ଟୀଙ୍କ ପତି ମୁମ୍ବଇ ପୁଲିସ ଅଧିକାରୀଙ୍କୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ଦେଇଥିବା ସେ ଅଭିଯୋଗ କରିଛନ୍ତି। ନଚେତ ପୁଲିସ ପୂର୍ବରୁ କୁନ୍ଦ୍ରାଙ୍କୁ ଗିରଫ କରିଥାନ୍ତା। ୟଶ ଦାବି କରିଛନ୍ତି ଯେ ପୁଲିସ ତାଙ୍କୁ ମଧ୍ୟ ଲାଞ୍ଚ ମାଗିଥିଲା। ସେ ଚଳିତ ବର୍ଷ ମାର୍ଚ୍ଚ ମାସରେ ଏସିବିକୁ ଇ-ମେଲ କରି ଏହାର ଅଭିଯୋଗ କରିଥିଲେ। ଗରିଫ ଏଡାଇବା ପାଇଁ ତାଙ୍କୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ମଗାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଏସିବି ଏପ୍ରିଲ ମାସରେ ଏହି ଇ-ମେଲକୁ ମୁମ୍ବଇ ପୁଲିସ କମିଶନରଙ୍କୁ ପଠାଇଥିଲା ଏବଂ ମାମଲାର ତଦନ୍ତ କରିବାକୁ କହିଥିଲା। କୁନ୍ଦ୍ରାଙ୍କୁ ଗିରଫ କରିବା ପରେ ମୁମ୍ବଇ ପୁଲିସ ହାତରେ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ଲାଗିଛି। ତେବେ ମାମଲାର ଯାଞ୍ଚ ଚାଲିଥିବାରୁ କୌଣସି ବୟାନ ଦେବାକୁ ଚାହୁଁନାହିଁ। ସୂଚନା ଅନୁଯାୟୀ ପର୍ଣ୍ଣ ଫିଲ୍ମରେ କେବଳ କୁନ୍ଦ୍ରା ନୁହଁନ୍ତି ଅନେକ ଲୋକ ମଧ୍ୟ ଜଡିତ ଅଛନ୍ତି। ଏଭଳି ଅନେକ ନାମ ସାମ୍ନାକୁ ଆସିଛି। ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯାଇପାରେ। ମୁମ୍ବଇ କ୍ରାଇମବ୍ରାଞ୍ଚ ଅନୁଯାୟୀ କୁନ୍ଦ୍ରା ପର୍ଣ୍ଣ ଫିଲ୍ମ ନିର୍ମାଣ କରି ହଟସଟ୍ ଆପରେ ଅପଲୋଡ କରୁଥିଲେ। ସେ ଏହା ମାଧ୍ୟମରେ କୋଟି କୋଟି ଟଙ୍କା ଆୟ କରୁଥିଲେ। ଏଥିପାଇଁ ଏକ ହ୍ବାଟସଆପ ଗ୍ରୁପ ମଧ୍ୟ ବନା ଯାଇଥିଲା। ଏଥିରେ ପ୍ରତ୍ୟେକ ଦିନର ଆୟବ୍ୟୟର ହିସାବ ରଖାଯାଉଥିଲା।

ଆହୁରି ପଢ଼ନ୍ତୁ: ୬ ବର୍ଷ ପରେ ଆକାଶ ଛୁଇଁଲା ଏୟାର ଇଣ୍ଡିଆର ‘ବୋଇିଂ ୭୭୭’, ନାଗପୁରରୁ ଉଡି ଅହମ୍ମଦାବାଦରେ କଲା ଲ୍ୟାଣ୍ଡିଂ

ଅନ୍ୟପକ୍ଷରେ କୁନ୍ଦ୍ରା ଏବଂ ଉମେଶ କାମାତ ମଧ୍ୟରେ ଟଙ୍କା ନେଣଦେଣକୁ ନେଇ ହୋଇଥିବା ଇ-ମେଲ ପୁଲିସକୁ ମିଳିଛି। ଏଥିରେ ଉମେଶ କୁନ୍ଦ୍ରାଙ୍କୁ ଲେଖିଛନ୍ତି ଯେ ସେ ଇନଭଅସ ପଠେଇ ଦେଇଛନ୍ତି। ଆପଣ ଏହାକୁ ଦେଖି ନିଅନ୍ତୁ। ଏହାର ଜବାବରେ ଇନଭଏସକୁ ୧୮୯୦ ଡଲାର ଭିତରେ ସୀମିତ ରଖିବାକୁ କୁନ୍ଦ୍ରା କହୁଛନ୍ତି। ପରେ ଉମେଶ କହୁଛନ୍ତି ଯେ ଇନଭଏସରେ ୨୦୨୦ ଜାନୁଆରୀର ପରାମର୍ଶକାରୀ ଶୁଳ୍କ (କନସଲଟାନ୍ସି ଚାର୍ଜ) ରହିଛି। ଟଙ୍କା ଆସିଲେ ଜର୍ଜଙ୍କୁ ୩୫କେ ଏବଂ ମେଘାଙ୍କୁ ୫କେ ଦେବାକୁ ପଡିବ। ଏହି ସବୁ ଇ-ମେଲ ୨୦୨୦ ଫେବୃଆରୀ ୧ର। ଏହାକୁ ହଟସଟର ଟୋନି ଏବଂ କେନରିନର ପ୍ରଦୀପ ବକ୍ସିଙ୍କୁ ପଠାଯାଇଥିଲା। ଅପରପକ୍ଷେ ଏହି ମାମଲାରେ ରାଜ କୁନ୍ଦ୍ରାଙ୍କ ପତ୍ନୀ ଶିଳ୍ପା ସେଟ୍ଟୀଙ୍କୁ ସମନ ଜାରି କରାଯିବ ନାହିଁ ବୋଲି ମୁମ୍ବଇ ପୁଲିସ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ପଞ୍ଚାୟତର ତୋଗଲକି ଫରମାନ: ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ୧୨ ବର୍ଷ ପାଇଁ ଏକଘରକିଆ ନିର୍ଦ୍ଦେଶ

23 Jul 2021 By The Sakala

ଅଶ୍ଲୀଳ ଭିଡିଓ ମାମଲା : ଗିରଫରୁ ବର୍ତ୍ତିବା ଲାଗି ପୁଲିସକୁ ୨୫ ଲକ୍ଷ ଦେଇଥିଲେ ରାଜ କୁନ୍ଦ୍ରା

ମୁମ୍ବଇ (ଏଜେନ୍ସି): ପର୍ଣ୍ଣ ଫିଲ୍ମ(ଅଶ୍ଳୀଳ ଚଳଚ୍ଚିତ୍ର)ମାମଲାରେ ଦିନକୁ ଦିନ ନୂଆ ଖୁଲାସା ହେବାରେ ଲାଗିଛି। ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପତ୍ନୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ଗରିଫ ହେବାରୁ ବର୍ତ୍ତିବା ଲାଗି ମୁମ୍ବଇ ପୁଲିସକୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ଆଣ୍ଟି କରପସନ ବ୍ୟୁରୋ(ଏସିବି)କୁ ଏକ ଇମେଲ ମିଳିଛି। ଏବେ କୁନ୍ଦ୍ରା ପୁଲିସ ହେପାଜତରେ ଅଛନ୍ତି। କୁନ୍ଦ୍ରାଙ୍କ ପର୍ଣ୍ଣୋଗ୍ରାଫି ମାମଲାରେ ଫେରାର ଥିବା ଅଭିଯୁକ୍ତ ୟଶ ଠାକୁର ଏସିବିକୁ ୪ଟି ଇ-ମେଲ ପଠାଇଛନ୍ତି। ଏଥିରେ ଗିରଫ ହେବାରୁ ବର୍ତ୍ତିବା ଲାଗି ଶିଳ୍ପା ସେଟ୍ଟୀଙ୍କ ପତି ମୁମ୍ବଇ ପୁଲିସ ଅଧିକାରୀଙ୍କୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ଦେଇଥିବା ସେ ଅଭିଯୋଗ କରିଛନ୍ତି। ନଚେତ ପୁଲିସ ପୂର୍ବରୁ କୁନ୍ଦ୍ରାଙ୍କୁ ଗିରଫ କରିଥାନ୍ତା। ୟଶ ଦାବି କରିଛନ୍ତି ଯେ ପୁଲିସ ତାଙ୍କୁ ମଧ୍ୟ ଲାଞ୍ଚ ମାଗିଥିଲା। ସେ ଚଳିତ ବର୍ଷ ମାର୍ଚ୍ଚ ମାସରେ ଏସିବିକୁ ଇ-ମେଲ କରି ଏହାର ଅଭିଯୋଗ କରିଥିଲେ। ଗରିଫ ଏଡାଇବା ପାଇଁ ତାଙ୍କୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ମଗାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଏସିବି ଏପ୍ରିଲ ମାସରେ ଏହି ଇ-ମେଲକୁ ମୁମ୍ବଇ ପୁଲିସ କମିଶନରଙ୍କୁ ପଠାଇଥିଲା ଏବଂ ମାମଲାର ତଦନ୍ତ କରିବାକୁ କହିଥିଲା। କୁନ୍ଦ୍ରାଙ୍କୁ ଗିରଫ କରିବା ପରେ ମୁମ୍ବଇ ପୁଲିସ ହାତରେ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ଲାଗିଛି। ତେବେ ମାମଲାର ଯାଞ୍ଚ ଚାଲିଥିବାରୁ କୌଣସି ବୟାନ ଦେବାକୁ ଚାହୁଁନାହିଁ। ସୂଚନା ଅନୁଯାୟୀ ପର୍ଣ୍ଣ ଫିଲ୍ମରେ କେବଳ କୁନ୍ଦ୍ରା ନୁହଁନ୍ତି ଅନେକ ଲୋକ ମଧ୍ୟ ଜଡିତ ଅଛନ୍ତି। ଏଭଳି ଅନେକ ନାମ ସାମ୍ନାକୁ ଆସିଛି। ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯାଇପାରେ। ମୁମ୍ବଇ କ୍ରାଇମବ୍ରାଞ୍ଚ ଅନୁଯାୟୀ କୁନ୍ଦ୍ରା ପର୍ଣ୍ଣ ଫିଲ୍ମ ନିର୍ମାଣ କରି ହଟସଟ୍ ଆପରେ ଅପଲୋଡ କରୁଥିଲେ। ସେ ଏହା ମାଧ୍ୟମରେ କୋଟି କୋଟି ଟଙ୍କା ଆୟ କରୁଥିଲେ। ଏଥିପାଇଁ ଏକ ହ୍ବାଟସଆପ ଗ୍ରୁପ ମଧ୍ୟ ବନା ଯାଇଥିଲା। ଏଥିରେ ପ୍ରତ୍ୟେକ ଦିନର ଆୟବ୍ୟୟର ହିସାବ ରଖାଯାଉଥିଲା।

ଅନ୍ୟପକ୍ଷରେ କୁନ୍ଦ୍ରା ଏବଂ ଉମେଶ କାମାତ ମଧ୍ୟରେ ଟଙ୍କା ନେଣଦେଣକୁ ନେଇ ହୋଇଥିବା ଇ-ମେଲ ପୁଲିସକୁ ମିଳିଛି। ଏଥିରେ ଉମେଶ କୁନ୍ଦ୍ରାଙ୍କୁ ଲେଖିଛନ୍ତି ଯେ ସେ ଇନଭଅସ ପଠେଇ ଦେଇଛନ୍ତି। ଆପଣ ଏହାକୁ ଦେଖି ନିଅନ୍ତୁ। ଏହାର ଜବାବରେ ଇନଭଏସକୁ ୧୮୯୦ ଡଲାର ଭିତରେ ସୀମିତ ରଖିବାକୁ କୁନ୍ଦ୍ରା କହୁଛନ୍ତି। ପରେ ଉମେଶ କହୁଛନ୍ତି ଯେ ଇନଭଏସରେ ୨୦୨୦ ଜାନୁଆରୀର ପରାମର୍ଶକାରୀ ଶୁଳ୍କ (କନସଲଟାନ୍ସି ଚାର୍ଜ) ରହିଛି। ଟଙ୍କା ଆସିଲେ ଜର୍ଜଙ୍କୁ ୩୫କେ ଏବଂ ମେଘାଙ୍କୁ ୫କେ ଦେବାକୁ ପଡିବ। ଏହି ସବୁ ଇ-ମେଲ ୨୦୨୦ ଫେବୃଆରୀ ୧ର। ଏହାକୁ ହଟସଟର ଟୋନି ଏବଂ କେନରିନର ପ୍ରଦୀପ ବକ୍ସିଙ୍କୁ ପଠାଯାଇଥିଲା। ଅପରପକ୍ଷେ ଏହି ମାମଲାରେ ରାଜ କୁନ୍ଦ୍ରାଙ୍କ ପତ୍ନୀ ଶିଳ୍ପା ସେଟ୍ଟୀଙ୍କୁ ସମନ ଜାରି କରାଯିବ ନାହିଁ ବୋଲି ମୁମ୍ବଇ ପୁଲିସ ପକ୍ଷରୁ କୁହାଯାଇଛି।

https://www.thesakala.in/national-international/raj-kundra-paid-rs-25-lakhs-to-the-police-to-avoid-arrest/article-4021
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର