ୟୁକ୍ରେନ ଯୁଦ୍ଧ ବିରତିକୁ ନେଇ ଅନିଶ୍ଚିତତା, ବୁଝାମଣାରୁ ଓହରିଯିବ ଆମେରିକା !

The Sakala Picture
Published On

ୱାଶିଂଟନ୍‌: ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବାର କିଛି ଦିନ ପରେ ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ଲାଗି ଉଦ୍ୟମ ଆରମ୍ଭ କରିଥିଲେ। ଆମେରିକୀୟ ପ୍ରତିନିଧିଙ୍କ ଉପସ୍ଥିତିରେ ରୁଷ ଏବଂ ୟୁକ୍ରେନ ପ୍ରତିନିଧି ଆଲୋଚନା କରି ନିର୍ଣ୍ଣାୟକ ନିଷ୍ପତ୍ତି ନେବା ଲାଗି ଆମେରିକା ଉଦ୍ୟମ କରିଥିଲା। କିନ୍ତୁ ଏବେ ସୁଦ୍ଧା ଯୁଦ୍ଧ ବିରତିକୁ ନେଇ କୌଣସି ନିଷ୍ପତ୍ତି ହୋଇପାରି ନାହିଁ। ଗୋଟିଏ ପଟେ ରୁଷ ରାଷ୍ଟ୍ରପତି ପୁତିନ ଯୁଦ୍ଧ ବନ୍ଦ ପାଇଁ ସର୍ତ୍ତ ରଖିଥିଲା ବେଳେ […]

ୱାଶିଂଟନ୍‌: ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବାର କିଛି ଦିନ ପରେ ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ଲାଗି ଉଦ୍ୟମ ଆରମ୍ଭ କରିଥିଲେ। ଆମେରିକୀୟ ପ୍ରତିନିଧିଙ୍କ ଉପସ୍ଥିତିରେ ରୁଷ ଏବଂ ୟୁକ୍ରେନ ପ୍ରତିନିଧି ଆଲୋଚନା କରି ନିର୍ଣ୍ଣାୟକ ନିଷ୍ପତ୍ତି ନେବା ଲାଗି ଆମେରିକା ଉଦ୍ୟମ କରିଥିଲା। କିନ୍ତୁ ଏବେ ସୁଦ୍ଧା ଯୁଦ୍ଧ ବିରତିକୁ ନେଇ କୌଣସି ନିଷ୍ପତ୍ତି ହୋଇପାରି ନାହିଁ। ଗୋଟିଏ ପଟେ ରୁଷ ରାଷ୍ଟ୍ରପତି ପୁତିନ ଯୁଦ୍ଧ ବନ୍ଦ ପାଇଁ ସର୍ତ୍ତ ରଖିଥିଲା ବେଳେ ଅନ୍ୟପଟେ ୟୁକ୍ରେନ ରାଷ୍ଟ୍ରପତି ଜେଲେଁସ୍କି ମଧ୍ୟ ସମାନ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଯାହାକୁ ନେଇ ଯୁଦ୍ଧ ବିରତି ବୁଝାମଣା ଟଳିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆମେରିକା ଯୁଦ୍ଧ ବନ୍ଦ ବୁଝାମଣାରୁ ଓହରିଯିବାକୁ ଚେତବାନୀ ଦେଇଛି। ଏହି ଯୁଦ୍ଧ ଆମର ନୁହେଁ, ୟୁକ୍ରେନ ଏବଂ ରୁଷିଆର। କିନ୍ତୁ ଉଭୟ ପକ୍ଷ ବୁଝାମଣାକୁନ୍ଇେ ସମୟ ଟାଳିବାରେ ଲାଗିଛନ୍ତି। କିନ୍ତୁ କିଛି ଦିନ ଭିତରେ ଯଦି ଯୁଦ୍ଧ ବନ୍ଦ ବୁଝାମଣାକୁ ନେଇ ସ୍ପଷ୍ଟ ସଙ୍କେତ ନ ମିଳେ ତେବେ ଆମେରିକା ନିଜ ଉଦ୍ୟମରୁ ଓହରିଯିବାକୁ ବାଧ୍ୟ ହେବ ବୋଲି ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି। ପ୍ୟାରିସ୍‌ ଠାରେ ୟୁରୋପୀୟ ସଂଘ ଏବଂ ୟୁକ୍ରେନ ନେତାଙ୍କ ଏକ ବୈଠକରେ ଯୋଗ ଦେଇ ରୁବିଓ କହିଛନ୍ତି ଯେ, ଯୁଦ୍ଧ ବିରତି ପାଇଁ ଆମେରିକା ସବୁ ଦିଗରୁ ଉଦ୍ୟମ କରିଆସିଛି। ରାଷ୍ଟ୍ରପତି ଟ୍ରମ୍ପ ଯୁଦ୍ଧ ବନ୍ଦ ବୁଝାମଣା ପାଇଁ ଅତ୍ୟନ୍ତ ସମର୍ପିତ ଭାବେ କାର୍ଯ୍ୟ କରିଛନ୍ତି। କିନ୍ତୁ ଏଥିପାଇଁ ଯେଉଁ କିଛି ଅଂଶୀଦାରଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ସେମାନେ ଏହାକୁ ଗୁରୁତ୍ବ ଦେଉ ନାହାନ୍ତି। ଯାହାକି ଟ୍ରମ୍ପଙ୍କୁ ନିରାଶ କରିଛି। ତେଣୁ ଆମେ ଆଉ ବେଶୀ ଦିନ ଅପେକ୍ଷା କରିପାରିବୁନି। ଯଦି ଆଗାମୀ କିଛି ଦିନ ମଧ୍ୟ ଯୁଦ୍ଧ ବିରତି ପାଇଁ ସଙ୍କେତ ନ ମିଳେ ତେବେ ଆମେରିକା ଏହି ଉଦ୍ୟମରୁ ଓହରି ଯିବ ବୋଲି ରୁବିଓ କହିଛନ୍ତି। ଅନ୍ୟପଟେ ଆମେରିକା ୟୁକ୍ରେନକୁ ଦେଇଥିବା ଅର୍ଥ ସହାୟତା ପରିପ୍ରେକ୍ଷୀରେ ୟୁକ୍ରେନରୁ ଖଣିଜ ସମ୍ପଦ ଆମଦାନୀ କରିବା ନେଇ ଆସନ୍ତା ସପ୍ତାହରେ କିଭ୍‌ରେ ବୁଝାମଣା ଚୂଡ଼ାନ୍ତ କରିବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ବିନା ବାରୁଦ, ବିନା ବିସ୍ଫୋରଣରେ ଶତ୍ରୁ ନିପାତ: ଜାଣନ୍ତୁ ଆମେରିକାର ଭୟଙ୍କର 'ଲେଜି ଡଗ୍' ଅସ୍ତ୍ର ବିଷୟରେ

ୟୁକ୍ରେନ ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ କରିପାରେ ରୁଷ୍‌
ଗୋଟିଏ ପକ୍ଷରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବିରତିକୁ ନେଇ ଆଲୋଚନା ଚାଲିଛି। ଅନ୍ୟପଟେ ଉଭୟ ରାଷ୍ଟ୍ର ପରସ୍ପର ଉପରେ ଆକ୍ରମଣ ବନ୍ଦ କରିନାହାନ୍ତି। ଇତିମଧ୍ୟରେ ଆମେରିକା ମଧ୍ୟସ୍ଥତାରେ ପ୍ରାଥମିକ ବୁଝାମଣା ଅନୁସାରେ ରୁଷିଆ ୟୁକ୍ରେନର କୌଣସି ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ ନ କରିବାକୁ ଦେଇଥିବା ୩୦ ଦିନିଆ ପ୍ରତିଶ୍ରୁତି ଅବଧି ଶେଷ ହୋଇଛି। ତେଣୁ ରୁଷିଆ ୟୁକ୍ରେନର ପ୍ରମୁଖ ଶକ୍ତି କେନ୍ଦ୍ର ଉପରେ କୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରେ ବୋଲି ଆଶଙ୍କା କରାଯାଉଛି।

19 Apr 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର