ଆମେରିକା ସଂସଦରେ ଆସିଲା ନୂଆ ବିଲ୍ : ଅନ୍ଧାରରେ ଲକ୍ଷେ ଭାରତୀୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

The Sakala Picture
Published On

ନୂଆଦିଲ୍ଲୀ : ଟ୍ରମ୍ପଙ୍କ ଦ୍ବିତୀୟ ଇନିଂସ ଆରମ୍ଭ ହେବାପରେ ଆମେରିକାରେ ଭାରତୀୟଙ୍କୁ ନିସ୍ତାର ନାହିଁ। ଶପଥ ଗ୍ରହଣ କରିବା ପରେ ସେଠାରେ ରହୁଥିବା ବେଆଇନ ଶରଣାର୍ଥୀଙ୍କୁ ଆମେରିକା ସ୍ବତନ୍ତ୍ର ବିମାନରେ ହାତକଡ଼ି ପକାଇ ଭାରତକୁ ପଠାଇଦେଲା। ଏବେ ସେଠାରେ ଶିକ୍ଷା ଗ୍ରହଣ କରୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ଉପରେ ମଧ୍ୟ ଚଡ଼କ ପଡ଼ିଛି। ଟ୍ରମ୍ପ ପ୍ରଶାସନ ପକ୍ଷରୁ ଗୁରୁବାର ଆମେରିକା ସଂସଦରେ ଏମିତି ଏକ ନୂଆ ବିଲ୍ ଆଗତ ହୋଇଛି ଯାହା ଲକ୍ଷାଧିକ ଭାରତୀୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାର […]

ନୂଆଦିଲ୍ଲୀ : ଟ୍ରମ୍ପଙ୍କ ଦ୍ବିତୀୟ ଇନିଂସ ଆରମ୍ଭ ହେବାପରେ ଆମେରିକାରେ ଭାରତୀୟଙ୍କୁ ନିସ୍ତାର ନାହିଁ। ଶପଥ ଗ୍ରହଣ କରିବା ପରେ ସେଠାରେ ରହୁଥିବା ବେଆଇନ ଶରଣାର୍ଥୀଙ୍କୁ ଆମେରିକା ସ୍ବତନ୍ତ୍ର ବିମାନରେ ହାତକଡ଼ି ପକାଇ ଭାରତକୁ ପଠାଇଦେଲା। ଏବେ ସେଠାରେ ଶିକ୍ଷା ଗ୍ରହଣ କରୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ଉପରେ ମଧ୍ୟ ଚଡ଼କ ପଡ଼ିଛି। ଟ୍ରମ୍ପ ପ୍ରଶାସନ ପକ୍ଷରୁ ଗୁରୁବାର ଆମେରିକା ସଂସଦରେ ଏମିତି ଏକ ନୂଆ ବିଲ୍ ଆଗତ ହୋଇଛି ଯାହା ଲକ୍ଷାଧିକ ଭାରତୀୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାର କରିଦେବ ବୋଲି କୁହାଯାଉଛି। ଏବେ ଟ୍ରମ୍ପ ପ୍ରଶାସନ ଏଆଇ ଜରିଆରେ ବିଦେଶୀ ଶିକ୍ଷାର୍ଥୀଙ୍କ ଉପରେ ନଜର ରଖିଥିବା ବେଳେ ଅନେକ ଛାତ୍ରଛାତ୍ରୀଙ୍କୁ ସାମାନ୍ୟ ଅଭିଯୋଗରେ ବିଦା କରି ଦିଆଯାଉଛି।

ଆହୁରି ପଢ଼ନ୍ତୁ: ତ୍ରିପୁରା ଡିଜିପି ଅନୁରାଗ ଧନଖରଙ୍କ ସନ୍ଦେହଜନକ ମୃତ୍ୟୁ: ପୋଲିସ ମୁଖ୍ୟାଳୟ ବାଥରୁମରୁ ମୃତଦେହ ଉଦ୍ଧାର

ଆମେରିକାରେ ବିଜ୍ଞାନ, ଟେକ୍‌ନୋଲୋଜି, ଇଞ୍ଜିନିୟରିଂ ଓ ଗଣିତ ପାଠ୍ୟକ୍ରମରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ଅପସନାଲ ପ୍ରାଟିକାଲ ଟ୍ରେନିଂ ପ୍ରେଗ୍ରାମ୍ ବା ଓପିଟି ଶେଷ କରିବାକୁ ସ୍ଥିର କରିଛି ଟ୍ରମ୍ପ ପ୍ରଶାସନ। ଗୁରୁବାର ଆମେରିକା ସଂସଦ ବା କଂଗ୍ରେସରେ ଏସଂପର୍କରେ ଏକ ବିଲ୍ ଆଗତ କରାଯାଇଛି। ଓପିଟି ଅନୁଯାୟୀ ଆମେରିକାରେ ଶିକ୍ଷା ଗ୍ରହଣ କରୁଥିବା ବିଦେଶୀ ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ସରିବା ପରେ ଏଫ-୧ ଭିସା ମିଳେ। ଏହି ଭିସା ମିଳିଲେ ସଂପୃକ୍ତ ଶିକ୍ଷାର୍ଥୀ ଆମେରିକାରେ ଅସ୍ଥାୟୀ ରୂପେ ରହି ଅଭିଜ୍ଞତା ପାଇଁ ଚାକିରି କରିପାରିବେ। ଡିଗ୍ରୀ ପାଠ୍ୟକ୍ରମ ଶେଷ ହେବାପରେ ଆମେରିକାରେ ତିନି ବର୍ଷ ରହି ଚାକିରି କରିବାର ସୁବିଧା ରହିଛି। ଗତକାଲି ସଂସଦରେ ଆଗତ ହୋଇଥିବା ବିଲ୍ ଗୃହୀତ ହେଲେ ବିଦେଶୀ ଛାତ୍ରଛାତ୍ରୀଙ୍କ ଠାରୁ ଏହି ସୁବିଧା କାଢ଼ି ନିଆଯିବ। ଏହାଦ୍ବାରା ଲକ୍ଷ ଲକ୍ଷ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଆମେରିକା ଛାଡ଼ିବାକୁ ପଡ଼ିବ। ଏଥିରେ ଲକ୍ଷାଧିକ ଭାରତୀୟ ଛାତ୍ରଛାତ୍ରୀ ଅଛନ୍ତି।

ଆହୁରି ପଢ଼ନ୍ତୁ: ପୁଣେ କେତନ ଅଗ୍ରୱାଲ ହତ୍ୟାକାଣ୍ଡ: ପ୍ରଥମେ କେତନଙ୍କୁ ଅପାହିଜ କରିବାକୁ ଯୋଜନା କରିଥିଲେ ସିୟା ଓ ଚେତନ, ପରେ ରଚିଲେ ହତ୍ୟା ଷଡ଼ଯନ୍ତ୍ର

ଏକ ତଥ୍ୟ ଅନୁଯାୟୀ ଆମେରିକାରେ ଓପିଟି ଅନ୍ତର୍ଗତ ୩ ଲକ୍ଷରୁ ଅଧିକ ବିଦେଶୀ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଲକ୍ଷେରୁ ଅଧିକ ହେଉଛନ୍ତି ଭାରତୀୟ ଛାତ୍ରଛାତ୍ରୀ। ତେବେ ଚାକିରି ପାଇଁ ଉଦ୍ଦିଷ୍ଟ ଏଚ୍-୧ବି ଭିସା ମିଳିଲେ ସେମାନେ ଆମେରିକାରେ ରହିପାରିବେ। କିନ୍ତୁ ଏହି ଭିସା ପାଇବା ଲାଗି ଏମିତି କଠୋର ସର୍ତ୍ତ ରଖାଯାଇଛି ଯେ ଏହା ମିଳିବା ଆଉ ସହଜ ନୁହେଁ। ପୁଣି ଏଭଳି ଛାତ୍ରଛାତ୍ରୀଙ୍କ ବିରୋଧରେ ସାମାନ୍ୟ ଅଭିଯୋଗ ଆସିଲେ ସେମାନଙ୍କୁ ବିଦା କରି ଦିଆଯାଉଛି। ତେଣୁ ସେମାନଙ୍କ ଭବିଷ୍ୟତରେ ଏକପ୍ରକାର ଅନ୍ଧାର ହୋଇପଡ଼ିଛି। ଷ୍ଟାନଫୋର୍ଡ, କଲମ୍ବିୟା, ଡ୍ୟୁକ୍‌ ଏବଂ କଲାଫର୍ଣ୍ଣି ଭଳି ଆମେରିକାର ସୁପ୍ରସିଦ୍ଧ ବିଶ୍ବବିଦ୍ୟାଳୟ ଏହି ପାଠ୍ୟକ୍ରମ ଜରିଆରେ ହଜାର ହଜାର ବିଦେଶୀ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିଥାଆନ୍ତି। ନୂଆ ଭିସା କଟକଣା ନେଇ ଏହି ଶିକ୍ଷାନୁଷ୍ଠାନ ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି।

ଆହୁରି ପଢ଼ନ୍ତୁ: କ୍ୟାବିନେଟରେ ପାରିତ ହେଲା ପେପର ଲିକ୍ ବିଲ୍: ମିଳିବ କଠୋର ଦଣ୍ଡ, ଆସନ୍ତା ସପ୍ତାହରେ ସଂସଦରେ ହେବ ଆଗତ

11 Apr 2025 By The Sakala

ଆମେରିକା ସଂସଦରେ ଆସିଲା ନୂଆ ବିଲ୍ : ଅନ୍ଧାରରେ ଲକ୍ଷେ ଭାରତୀୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

ନୂଆଦିଲ୍ଲୀ : ଟ୍ରମ୍ପଙ୍କ ଦ୍ବିତୀୟ ଇନିଂସ ଆରମ୍ଭ ହେବାପରେ ଆମେରିକାରେ ଭାରତୀୟଙ୍କୁ ନିସ୍ତାର ନାହିଁ। ଶପଥ ଗ୍ରହଣ କରିବା ପରେ ସେଠାରେ ରହୁଥିବା ବେଆଇନ ଶରଣାର୍ଥୀଙ୍କୁ ଆମେରିକା ସ୍ବତନ୍ତ୍ର ବିମାନରେ ହାତକଡ଼ି ପକାଇ ଭାରତକୁ ପଠାଇଦେଲା। ଏବେ ସେଠାରେ ଶିକ୍ଷା ଗ୍ରହଣ କରୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ଉପରେ ମଧ୍ୟ ଚଡ଼କ ପଡ଼ିଛି। ଟ୍ରମ୍ପ ପ୍ରଶାସନ ପକ୍ଷରୁ ଗୁରୁବାର ଆମେରିକା ସଂସଦରେ ଏମିତି ଏକ ନୂଆ ବିଲ୍ ଆଗତ ହୋଇଛି ଯାହା ଲକ୍ଷାଧିକ ଭାରତୀୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାର କରିଦେବ ବୋଲି କୁହାଯାଉଛି। ଏବେ ଟ୍ରମ୍ପ ପ୍ରଶାସନ ଏଆଇ ଜରିଆରେ ବିଦେଶୀ ଶିକ୍ଷାର୍ଥୀଙ୍କ ଉପରେ ନଜର ରଖିଥିବା ବେଳେ ଅନେକ ଛାତ୍ରଛାତ୍ରୀଙ୍କୁ ସାମାନ୍ୟ ଅଭିଯୋଗରେ ବିଦା କରି ଦିଆଯାଉଛି।

ଆମେରିକାରେ ବିଜ୍ଞାନ, ଟେକ୍‌ନୋଲୋଜି, ଇଞ୍ଜିନିୟରିଂ ଓ ଗଣିତ ପାଠ୍ୟକ୍ରମରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ଅପସନାଲ ପ୍ରାଟିକାଲ ଟ୍ରେନିଂ ପ୍ରେଗ୍ରାମ୍ ବା ଓପିଟି ଶେଷ କରିବାକୁ ସ୍ଥିର କରିଛି ଟ୍ରମ୍ପ ପ୍ରଶାସନ। ଗୁରୁବାର ଆମେରିକା ସଂସଦ ବା କଂଗ୍ରେସରେ ଏସଂପର୍କରେ ଏକ ବିଲ୍ ଆଗତ କରାଯାଇଛି। ଓପିଟି ଅନୁଯାୟୀ ଆମେରିକାରେ ଶିକ୍ଷା ଗ୍ରହଣ କରୁଥିବା ବିଦେଶୀ ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ସରିବା ପରେ ଏଫ-୧ ଭିସା ମିଳେ। ଏହି ଭିସା ମିଳିଲେ ସଂପୃକ୍ତ ଶିକ୍ଷାର୍ଥୀ ଆମେରିକାରେ ଅସ୍ଥାୟୀ ରୂପେ ରହି ଅଭିଜ୍ଞତା ପାଇଁ ଚାକିରି କରିପାରିବେ। ଡିଗ୍ରୀ ପାଠ୍ୟକ୍ରମ ଶେଷ ହେବାପରେ ଆମେରିକାରେ ତିନି ବର୍ଷ ରହି ଚାକିରି କରିବାର ସୁବିଧା ରହିଛି। ଗତକାଲି ସଂସଦରେ ଆଗତ ହୋଇଥିବା ବିଲ୍ ଗୃହୀତ ହେଲେ ବିଦେଶୀ ଛାତ୍ରଛାତ୍ରୀଙ୍କ ଠାରୁ ଏହି ସୁବିଧା କାଢ଼ି ନିଆଯିବ। ଏହାଦ୍ବାରା ଲକ୍ଷ ଲକ୍ଷ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଆମେରିକା ଛାଡ଼ିବାକୁ ପଡ଼ିବ। ଏଥିରେ ଲକ୍ଷାଧିକ ଭାରତୀୟ ଛାତ୍ରଛାତ୍ରୀ ଅଛନ୍ତି।

ଏକ ତଥ୍ୟ ଅନୁଯାୟୀ ଆମେରିକାରେ ଓପିଟି ଅନ୍ତର୍ଗତ ୩ ଲକ୍ଷରୁ ଅଧିକ ବିଦେଶୀ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଲକ୍ଷେରୁ ଅଧିକ ହେଉଛନ୍ତି ଭାରତୀୟ ଛାତ୍ରଛାତ୍ରୀ। ତେବେ ଚାକିରି ପାଇଁ ଉଦ୍ଦିଷ୍ଟ ଏଚ୍-୧ବି ଭିସା ମିଳିଲେ ସେମାନେ ଆମେରିକାରେ ରହିପାରିବେ। କିନ୍ତୁ ଏହି ଭିସା ପାଇବା ଲାଗି ଏମିତି କଠୋର ସର୍ତ୍ତ ରଖାଯାଇଛି ଯେ ଏହା ମିଳିବା ଆଉ ସହଜ ନୁହେଁ। ପୁଣି ଏଭଳି ଛାତ୍ରଛାତ୍ରୀଙ୍କ ବିରୋଧରେ ସାମାନ୍ୟ ଅଭିଯୋଗ ଆସିଲେ ସେମାନଙ୍କୁ ବିଦା କରି ଦିଆଯାଉଛି। ତେଣୁ ସେମାନଙ୍କ ଭବିଷ୍ୟତରେ ଏକପ୍ରକାର ଅନ୍ଧାର ହୋଇପଡ଼ିଛି। ଷ୍ଟାନଫୋର୍ଡ, କଲମ୍ବିୟା, ଡ୍ୟୁକ୍‌ ଏବଂ କଲାଫର୍ଣ୍ଣି ଭଳି ଆମେରିକାର ସୁପ୍ରସିଦ୍ଧ ବିଶ୍ବବିଦ୍ୟାଳୟ ଏହି ପାଠ୍ୟକ୍ରମ ଜରିଆରେ ହଜାର ହଜାର ବିଦେଶୀ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିଥାଆନ୍ତି। ନୂଆ ଭିସା କଟକଣା ନେଇ ଏହି ଶିକ୍ଷାନୁଷ୍ଠାନ ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର