ରାଜ୍ୟସଭାରେ ୱାକଫ୍ ବିଲ୍ ପାରିତ: ସପକ୍ଷରେ ପଡିଲା ୧୨୮ଭୋଟ୍‌, ବିପକ୍ଷରେ ୯୫ ଭୋଟ୍‌

The Sakala Picture
Published On

ନୂଆଦିଲ୍ଲୀ: ଲୋକସଭା ପରେ ରାଜ୍ୟ ସଭାରେ ୱାକଫ୍ ବିଲ୍ ପାସ୍ । ବିଲ୍ ସପକ୍ଷରେ ୧୨୮ଟି ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ୯୫ଟି ଭୋଟ୍ ପଡ଼ିଥିଲା। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜଜୁ ରାଜ୍ୟସଭାରେ ଏହି ବିଲ୍ ଆଗତ କରିଥିଲେ। ଦୀର୍ଘ ୧୨ ଘଣ୍ଟା ଧରି ଆଲୋଚନା ପରେ ରାଜ୍ୟସଭାରେ ବିଲ୍ ପାସ୍ ହୋଇଛି । ଏହାସହିତ ସଂସଦ ଏହି ବିଲକୁ ଅନୁେମାଦନ କରିଛି । ଏବେ ଏହି ବିଲ ରାଷ୍ଟ୍ରପତିଙ୍କ ପାଖକୁ ଯିବ । ସେ […]

ନୂଆଦିଲ୍ଲୀ: ଲୋକସଭା ପରେ ରାଜ୍ୟ ସଭାରେ ୱାକଫ୍ ବିଲ୍ ପାସ୍ । ବିଲ୍ ସପକ୍ଷରେ ୧୨୮ଟି ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ୯୫ଟି ଭୋଟ୍ ପଡ଼ିଥିଲା। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜଜୁ ରାଜ୍ୟସଭାରେ ଏହି ବିଲ୍ ଆଗତ କରିଥିଲେ। ଦୀର୍ଘ ୧୨ ଘଣ୍ଟା ଧରି ଆଲୋଚନା ପରେ ରାଜ୍ୟସଭାରେ ବିଲ୍ ପାସ୍ ହୋଇଛି । ଏହାସହିତ ସଂସଦ ଏହି ବିଲକୁ ଅନୁେମାଦନ କରିଛି । ଏବେ ଏହି ବିଲ ରାଷ୍ଟ୍ରପତିଙ୍କ ପାଖକୁ ଯିବ । ସେ ଦସ୍ତଖତ କରିବା ପରେ ଏହା ଆଇନରେ ପରିଣତ ହୋଇଯିବ । ଦୀର୍ଘ ସମୟ ଧରି ଆଲୋଚନା ପରେ ଗତକାଲି ରାତିର ତୃତୀୟ ପ୍ରହରରେ ବିଲ୍‌ ଉପରେ ମତଦାନ କରାଯାଇଥିଲା । ବିଲ୍ ସପକ୍ଷରେ ୧୨୮ ସାଂସଦ ମତଦାନ କରିଥିବା ବେଳେ ୯୫ ସାଂସଦ ଏହାର ବିରୋଧ କରିଥିଲେ ।

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

ଆଲୋଚନା ବେଳେ ସରକାର ଏହି ବିଲ୍ ସପକ୍ଷରେ ଦୃଢ଼ ଯୁକ୍ତି ଦର୍ଶାଇଥିବା ବେଳେ ବିରୋଧୀ ଦଳ ଏହାର ଜୋରଦାର ବିରୋଧ କରିଥିଲେ । ରାଜ୍ୟସଭାରେ ବିଲ୍ ଆଗତ କରିଥିବା କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଆେଲାଚନାର ଉତ୍ତର ମଧ୍ୟ ଦେଇଥିଲେ । ସେ କହିଥିଲେ ଯେ ସଂଶୋଧିତ ୱାକଫ୍ ଆଇନ ମୁସଲମାନଙ୍କ ଧାର୍ମିକ ଅଧିକାର ଛଡ଼ାଇ ନେବ ବୋଲି ଯାହା କୁହାଯାଉଛି, ତାହା ଠିକ୍ ନୁହେଁ । ବିରୋଧୀ ଦଳ କେବଳ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି । ମୁସଲିମ ସଂପ୍ରଦାୟର ସ୍ବାର୍ଥର ସୁରକ୍ଷା ସହିତ ମୁସଲିମ ମହିଳା ସଶକ୍ତୀକରଣ ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ । ସେ କହିଲେ ଯେ ୱାକଫ୍ ସଂପତ୍ତିର ସୁପରିଚାଳନା ଲାଗି ୱାକଫ ବୋର୍ଡ ଓ ପରିଷଦରେ ଅଣ ମୁସଲିମଙ୍କୁ ସଭ୍ୟ ରଖାଯାଇଛି । ବୋର୍ଡ/ପରିଷଦରେ ଏମାନଙ୍କ ସଂଖ୍ୟା ସୀମିିତ ରହିବ । ଅଧିକାଂଶ ସଭ୍ୟ ମୁସଲିମ ସଂପ୍ରଦାୟରୁ ହିଁ ରହିବେ । ସେମାନଙ୍କ ଧାର୍ମିକ କାର୍ଯ୍ୟରେ ହସ୍ତକ୍ଷେପ କରାଯିବାର ପ୍ରଶ୍ନ ଉଠୁନାହିଁ ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

କିନ୍ତୁ ସରକାରଙ୍କ ଯୁକ୍ତି ସହ ସହମତ ହୋଇନାହାନ୍ତି ବିରୋଧୀ । ବିଲ୍‌ର ଜୋରଦାର ବିରୋଧ କରି ବିରୋଧୀ ଦଳର ସଭ୍ୟମାନେ କହିଥିେଲ ଯେ ସମାଜରେ ବିଭାଜନ ସୃଷ୍ଟି କରିବା ଲାଗି ସରକାର ଏଭଳି ବିଲ୍ ଆଣିଛନ୍ତି । ଏହାଦ୍ବାରା ମୁସଲମାନଙ୍କ ସ୍ବାର୍ଥ କ୍ଷତିଗ୍ରସ୍ତ ହେବ । ଅନେକ ବିରୋଧୀ ସଭ୍ୟ କଳାବ୍ୟାଜ୍ ପିନ୍ଧି ବିଲକୁ ବିରୋଧ କରିଥିଲେ । ମୁସଲିମ ଲିଗ୍ ଏବଂ ଏଲଡିଏଫ୍ ସାଂସଦ ଅଭିଯୋଗ କରିଥିଲେ ଯେ ମୁସଲମାନଙ୍କୁ ଅପମାନିତ କରିବା ସହିତ ଧର୍ମ ଭିତ୍ତିରେ ବିଭାଜନ ସୃଷ୍ଟି କରିବାକୁ ସରକାର ବଡ଼ ଧରଣର ଷଡ଼ଯନ୍ତ୍ର ଚଳାଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡ଼ଗେ କହିଥିଲେ ଯେ ସଂଖ୍ୟାଲଘୁ ସଂପ୍ରଦାୟକୁ ହଇରାଣ କରିବା ଲାଗି ସରକାର ଏଭଳି ବିଲ୍ ଆଣିଛନ୍ତି । କଂଗ୍ରେସ ସାଂସଦ ସୟଦ ନସିର ହୁସେନ କହିଥିଲେ ଯେ ଏହି ବିଲ ହେଉଛି ଅସାମ୍ବିଧାନିକ ଏବଂ ଏହା ଜରିଆରେ ମୁସଲିମ ସଂପ୍ରଦାୟକୁ ଟାର୍ଗେଟ କରାଯାଉଛି । ତୃଣମୂଳ କଂଗ୍ରେସ, ଡିଏମକେ, ଆରଜେଡି ଏବଂ ଆପ୍ ସାଂସଦ ମଧ୍ୟ ବିଲ୍‌ର ବିରୋଧ କରିଥିଲେ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ଆଲୋଚନାରେ ଅଂଶଗ୍ରହଣ କରି ବିଜେପି ଅଧ୍ୟକ୍ଷ ତଥା ଗୃହର ନେତା ଜେପି ନଡ୍ଡା କଂଗ୍ରେସ ଉପରେ ବର୍ଷିଥିଲେ । ସେ କହିଥିଲେ ଯେ କ୍ଷମତାରେ ଥିବା ବେଳେ କଂଗ୍ରେସ ମୁସଲମାନଙ୍କର କ୍ଷତି କରିଛି । ଏହା ମୁସଲିମ ମହିଳାଙ୍କୁ ଦ୍ବିତୀୟ ଶ୍ରେଣୀ ନାଗରିକ କରିଦେଇଥିଲା । ମୁସଲିମ ମହିଳା ସଶକ୍ତୀକରଣ ହେଉଛି ବିଲର ଉଦ୍ଦେଶ୍ୟ ବୋଲି ଉଲ୍ଲେଖ କରି ସେ କହିଲେ ଯେ ଜାତୀୟ ସ୍ବାର୍ଥ ଦୃଷ୍ଟିରୁ ଏହା ଜରୁରି ଥିଲା ।

ଅନ୍ୟପକ୍ଷରେ ବିଜେପିର ସହଯୋଗୀ ନୀତୀଶ କୁମାରଙ୍କ ଜେଡିୟୁ ଏହି ବିଲକୁ ସମର୍ଥନ କରିଥିବାରୁ ଦଳ ଭିତରେ ବିଦ୍ରୋହ ଦେଖାଦେଇଛି । ଜେଡିୟୁ ନିଷ୍ପତ୍ତିର ପ୍ରତିବାଦ ଜଣାଇ ଆଜି ଦୁଇ ଜଣ ବରିଷ୍ଠ ନେତା ଦଳରୁ ଇସ୍ତଫା ଦେଇଛନ୍ତି । ସେହିଭଳି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ୱାକଫ୍ ବିଲକୁ ସୁପ୍ରିମ କୋର୍ଟରେ ଚାଲେଞ୍ଜ କରିବାକୁ ଘୋଷଣା କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଯେ ତାଙ୍କୁ ସମର୍ଥନ ଜଣାଇଛି ବିଜେପିର ଅନ୍ୟତମ ସହଯୋଗୀ ଆନ୍ନାଡିଏମ୍‌କେ । ୱାକଫ ବିଲକୁ ପ୍ରତ୍ୟାହାର କରିବା ପାଇଁ ଏହି ଦଳ ଦାବି କରିଛି ।

ସୂଚନାଯୋଗ୍ୟ ଯେ ଗତକାଲି ଲୋକସଭାରେ ୨୮୮-୨୩୨ ଭୋଟରେ ଗୃହୀତ ହୋଇଥିବା ଏହି ବିଲ୍ ଆଜି ରାଜ୍ୟସଭାରେ ମଧ୍ୟ ପାସ୍ ହୋଇଛି । ସରକାରୀ ମେଣ୍ଟ ଏନ୍‌ଡିଏ ପାଖରେ ବିଲ୍ ପାସ୍ କରାଇବାକୁ ଆବଶ୍ୟକ ସଂଖ୍ୟା ରହିଥିଲା । ୨୩୬ ସଭ୍ୟ ବିଶିଷ୍ଟ ରାଜ୍ୟସଭାରେ ବିଲ୍ ପାସ୍‌ କରାଇବାକୁ ୧୧୯ ସଭ୍ୟଙ୍କ ସମର୍ଥନ ଦରକାର ଥିବା ବେଳେ ଏନଡିଏ ପାଖରେ ରହିଛି ୧୨୫ ସଭ୍ୟଙ୍କ ସମର୍ଥନ । ଏନ୍‌ଡିଏ ପାଖରେ ଆବଶ୍ୟକ ଠାରୁ ଦୁଇ କମ୍ ସଭ୍ୟ (୧୧୭) ଥିବା ବେଳେ ଦୁଇ ଜଣ ମନୋନୀତ ସଭ୍ୟ ଏବଂ ୬ ଜଣ ସ୍ବାଧୀନ ସାଂସଦ ବିଲ୍‌ ସପକ୍ଷରେ ସମର୍ଥନ ଘୋଷଣା କରିଛନ୍ତି । ମେଣ୍ଟରେ ବିଜେପିର ୯୮ ସଭ୍ୟ ଥିବା ବେଳେ ଜେଡିୟୁର ୪, ଏନ୍‌ସିପିର ୩, ଟିଡିପିର ୨, ଅନ୍ୟ ଦଳର ୧୦ ସଭ୍ୟ ଅଛନ୍ତି । ଅନ୍ୟପକ୍ଷରେ ବିରୋଧୀ ଶିବିରରେ ମାତ୍ର ୮୮ ସଭ୍ୟ ରହିଛନ୍ତି । ଏଥିରେ କଂଗ୍ରେସର ୨୭,ଟିଏମସିର ୧୩, ଡିଏମ୍‌କେର ୧୦ ଓ ଆପ୍‌ର ୧୦ ସାଂସଦ ଅଛନ୍ତି । ୨୩ ଜଣ ସାଂସଦ ନିରପେକ୍ଷ ରହିଛନ୍ତି । ସେମାନେ ସରକାର କିମ୍ବା ବିରୋଧୀ ଶିବିରରେ ନାହାନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର